No Result
View All Result
୧୦ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ନୂଆଦିଲ୍ଲୀ :-> ଏଠାକାର ପଶ୍ଚିମ ଦିଲ୍ଲୀ ସ୍ଥିତ ବିକାଶପୁରୀଠାରେ ଚବିଶ ତମ ବାର୍ଷିକ ଗଣେଶ ମହୋତ୍ସବ ମହାସମାରୋହରେ ସମାପନ ହୋଇଯାଇଥିବା ଜଣାଯାଇଛି। ପୂଜା ଉପଲକ୍ଷେ ମଣ୍ଡପ ଓ ସାଂସ୍କୃତିକ ମଞ୍ଚକୁ ଖୁବ୍ ସୁନ୍ଦର ଓ ଆକର୍ଷଣୀୟ ଭାବରେ ସଜ୍ଜା ଯାଇଥିବାର ଦେଖା ଯାଇଥିଲା। ଭକ୍ତିପୂତ ଏବଂ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଅପରାହ୍ନରେ ମଙ୍ଗଳମୂର୍ତ୍ତିଙ୍କର ପ୍ରତିଷ୍ଠା ବିଧି ମୁତାବକ ପୂଜାରୀ ରଘୁନାଥ ରଥଙ୍କ ଦ୍ଵାରା ସମ୍ପନ୍ନ କରାଯାଇଥିଲା। ଦିନ ୨: ୩୦ ସମୟରେ ଜାତୀୟ ରାଜଧାନୀ କ୍ଷେତ୍ରର ଶତାଧିକ ଓଡ଼ିଆ ଓ ଅଣଓଡ଼ିଆ ଭକ୍ତ ସେମାନଙ୍କର ପରିବାର ବର୍ଗଙ୍କ ସହିତ ବୁଦ୍ଧିଦାତାଙ୍କୁ ପୁଷ୍ପାଞ୍ଜଳି ଅର୍ପଣ କରିଥିଲେ।
ଶ୍ରୀ ଗଣେଶ ପୂଜା କମିଟି ଓଡ଼ିଆ ସାମାଜ ଦ୍ଵାରା ଆୟୋଜିତ ଚଳିତ ବର୍ଷର ଶ୍ରୀ ଗଣେଶ ମହୋତ୍ସବକୁ କେନ୍ଦ୍ର କରି ଆୟୋଜକ କମିଟିର ସଦସ୍ୟ, ସ୍ୱେଚ୍ଛାସେବୀ ଏବଂ ସାଧାରଣ ଦର୍ଶକଙ୍କ ମଧ୍ୟରେ ପ୍ରବଳ ଆନନ୍ଦ, ଅପୂର୍ବ ଉଲ୍ଲାସ, ଅଜସ୍ର ଉତ୍ସାହ ଓ ଅଫୁରନ୍ତ ଉଦ୍ଦୀପନା ପରିଲକ୍ଷିତ କରାଯାଇଥିଲା। ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଆର୍ଯ୍ୟା ହସ୍ପିଟାଲର ଅଧକ୍ଷ ଡଃ. ମନୀସ ସିଂହ, ବିକାଶପୁରୀଠାରେ ଓଡ଼ିଆ ସାମାଜ ଦ୍ଵାରା ନିୟମିତ ଭାବରେ ଆୟୋଜନ କରାଯାଉଥିବା ବାର୍ଷିକ ଗଣେଶ ପୂଜା ବର୍ତ୍ତମାନ ଏକ ଗଣପର୍ବର ସ୍ଵରୂପ ଧାରଣ କରିଥିବାରୁ ଖୁବ ଆନନ୍ଦ ପ୍ରକାଶ କରିଥିଲେ। ଡଃ. ସିଂହ ଆୟୋଜକ ପୂଜା କମିଟିକୁ ଏଥିପାଇଁ ସାଧୁବାଦ ଜଣାଇ ଏହି ମହାନ ପରମ୍ପରାର ଉତ୍ତରୋତ୍ତର ଉନ୍ନତି କାମନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ କଳିଙ୍ଗ ଭାରତୀ ଫାଉଣ୍ଡେସନର ଅଧ୍ୟକ୍ଷ ଅକ୍ଷୟ ସାମଲ, କଳିଙ୍ଗ ବୀର ସେବାସଙ୍ଘର ସଭାପତି ମନୋଜ ସାହୁ ଓ ଜୀବନଜ୍ୟୋତି ଡାକ୍ତରଖାନାର ମୁଖ୍ୟ ଡଃ. ବିନାୟକ ପ୍ରସାଦ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଏହି ଉତ୍ସବ ଆୟୋଜନର ଭୂୟସୀ ପ୍ରଶଂସା କରିଥିଲେ।
ଏହି ଅବସରରେ ଆୟୋଜିତ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ ଓଡ଼ିଶାର ଉଦୀୟମାନ ତାରକା ଗାୟକ ପ୍ରଭୁପାଦ ମହାନ୍ତି ଓ ଗାୟିକା ତନୟା ତନିଶା ଥିଲେ। ଉଭୟ ସେମାନଙ୍କ ଜାଦୁଗରୀ କଣ୍ଠ ସ୍ଵରରେ ଲୋକ ଓ ଲଘୁ ସଙ୍ଗୀତ ପରିବେଷଣ କରି ଶ୍ରୋତାମାନଙ୍କୁ ମନ୍ତ୍ରମୁଗ୍ଧ କରିଦେଇଥିଲେ। ଶିଶୁ ଓଡ଼ିଶୀ ନୃତ୍ୟଶିଳ୍ପୀ ଦିବ୍ୟାଂଶୀ ରାଉତଙ୍କର ନୃତ୍ୟ ପ୍ରସ୍ତୁତି ମଧ୍ଯ ଉଚ୍ଚକୋଟୀର ଥିଲା। ରବି ମହାକାଳ ଗ୍ରୁପ ଦ୍ୱାରା ପରିବେଷିତ ପୌରାଣିକ ନୃତ୍ୟ ଅତ୍ୟନ୍ତ ମନୋରଞ୍ଜକ ହୋଇଥିଲା। ପ୍ରାଚୀ, ବର୍ଷା, ରୁଚିସ୍ମିତା ଏବଂ ପ୍ରଜ୍ଞା ପରିମିତାଙ୍କ ଦ୍ଵାରା ପ୍ରସ୍ତୁତ ଦଳଗତ ନୃତ୍ୟ ଦର୍ଶକମାନଙ୍କ ଦ୍ଵାରା ବେଶ ଆଦୃତ ହୋଇଥିଲା।
ସମଗ୍ର କାର୍ଯ୍ୟକ୍ରମକୁ ସୁଦକ୍ଷ ଉପସ୍ଥାପିକା ଇପ୍ସା ପ୍ରତିବିମ୍ବିତା ଷଢ଼ଙ୍ଗୀ ବେଶ ସୂଚାରୁ ରୂପେ ସଂଯୋଜନା ଓ ସଞ୍ଚାଳନା କରିଥିଲେ। ଶ୍ରୀ ଗଣେଶ ମହୋତ୍ସବକୁ ସକ୍ଷମତାର ସହିତ ଆୟୋଜନ ଓ ସଫଳତାର ସହିତ ସମାପନ କରିବାରେ ପୂଜା କମିଟିର ପ୍ରତିଷ୍ଠାତା ସଭାପତି ବିମଳ ଭଳ ଏବଂ ତାଙ୍କର ସହଧର୍ମିଣୀ ମହାକାଂକ୍ଷା ଫାଉଣ୍ଡେସନର ପ୍ରତିଷ୍ଠାତ୍ରୀ ପୁଷ୍ପାଞ୍ଜଳି ବାରିକ ମୁଖ୍ୟ ଭୂମିକା ନିର୍ବାହ କରିଥିଲେ । ଉତ୍ସବ ପରଦିନ ଅପରାହ୍ନରେ ଶ୍ରୀ ଗଣେଶଙ୍କର ପ୍ରତିମାକୁ କର୍ମକର୍ତ୍ତା ଓ ସଦସ୍ୟମାନଙ୍କ ଦ୍ଵାରା ଡି.ଜେ. ଏବଂ ବାଦ୍ୟ ବାଜଣା ସହିତ ଜାକଜମକରେ ରୋଷଣୀ କରି ୱାଜିରାବାଦସ୍ଥିତ ଯମୁନା ନଦୀ କୂଳକୁ ନିଆଯାଇ ସେଠାରେ ବିଧି ମୁତାବକ ବିଗ୍ରହଙ୍କର ବିସର୍ଜନ ପର୍ବ ସମ୍ପନ୍ନ କରାଯାଇଥିବା ପ୍ରାପ୍ତ ସୂଚନାରୁ ପ୍ରକାଶ ।
ଶ୍ରୀ ଗଣେଶ ଉତ୍ସବ ପରିଚାଳନା କରିବାରେ ସକ୍ରିୟ ସହଯୋଗ ପ୍ରଦାନ କରିଥିବା ପୂଜା କମିଟିର ଅନ୍ୟାନ୍ୟ ସଦସ୍ୟବୃନ୍ଦଙ୍କ ମଧ୍ୟରେ ଅଜୟ ସାହୁ, ଅଜିତ ସ୍ୱାଇଁ, ଅନୁପ ସ୍ୱାଇଁ, ବଙ୍କିମ ପରିଡ଼ା, ବିଧାନ ପରିଡ଼ା, ବିକ୍ରମ ଭୂୟାଁ, ଧନେଶ୍ଵର ପରିଡ଼ା, ଗଗନ ସାମଲ, ଗଙ୍ଗାଧର ସାମଲ, ଘନଶ୍ୟାମ ମହାନ୍ତି, ଜୀବନ ନାୟକ, କିରଣ ଧଳ, କିଶୋର ରାୟ, ମନୋଜ ଜେନା, ମନୋଜ ବିଶ୍ଵାଳ, ନାରାୟଣ ବିଶ୍ଵାଳ, ପ୍ରସନ୍ନ ସ୍ୱାଇଁ, ନିହାର ମହାନ୍ତି, ନିରଞ୍ଜନ ପରିଡ଼ା, ନିଶିକାନ୍ତ ମଣ୍ଡଳ, ପ୍ରବୀର ମଲ୍ଲ, ପ୍ରଦ୍ୟୁମ୍ନ ପ୍ରଧାନ,
ରବୀନ୍ଦ୍ର ସୂତାର, ରବୀନ୍ଦ୍ର ଜେନା, ସନାତନ ରାଉତ, ସଞ୍ଜୟ ରାଉତ, ଶଶୀକାନ୍ତ ସାମଲ, ସତ୍ୟବାନ ଭୂୟାଁ, ଶିଶିର ପ୍ରଧାନ, ଶ୍ରୀଧର ସ୍ୱାଇଁ, ସୁନାକର ସାମଲ, ସୁରେଶ ନାୟକ, ସ୍ଵରୂପ ସ୍ୱାଇଁ, ତ୍ରିଲୋଚନ ବାରିକ, ଉମେଶ ସାହୁ, ଶ୍ରୀ ଵିଶାଲ, ସୁଦାମ ନାୟକ, ପ୍ରଦୀପ ସ୍ବାଇଁ, ପ୍ରଦୀପ ନାୟକ, ପ୍ରକାଶ ସାହୁ, ରାଜ କିଶୋର ସାହୁ, ଶ୍ରୀ ରାହୁଲ, ରଞ୍ଜନ ଧଳ ଏବଂ ରଞ୍ଜିତ ପ୍ରଧାନ ପ୍ରମୁଖ ଅନ୍ୟତମ ଥିଲେ । ଉପସ୍ଥିତ ମାନ୍ୟଗଣ୍ୟ ବ୍ୟକ୍ତିମାନଙ୍କ ମଧ୍ୟରେ ଡ.ରଜନୀ ରଞ୍ଜନ ମହାନ୍ତି, ଅନୀଲ ଜେନା, ସୁରେନ୍ଦ୍ର ମାଣିକ, ସୁଧାଂଶୁ ସାହୁ, ଶରତ ଶର୍ମା, ସୁମନ୍ତ ବିଶ୍ଵାଳ, ସନ୍ତୋଷ ରାଉତ, ଅସୀମା ମହାପାତ୍ର ଏବଂ ରାଜେନ୍ଦ୍ର ସାମଲ ପ୍ରମୁଖ ଅନ୍ତର୍ଭୁକ୍ତ ଥିଲେ ।
No Result
View All Result