No Result
View All Result
୧୦ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଖଣ୍ଡପଡ଼ା :-> ଖଣ୍ଡପଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ପଛ ପାଖରେ ଆଜି ଆଦିତି ଔଷଧ ଦୋକାନ ଗୃହ ଉଦଘାଟିତ ହୋଇଯାଇଛି । ଖଣ୍ଡପଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ମୁଖ୍ୟ ଚିକିତ୍ସାଧିକାରୀ ଡ଼ଃ. ଅଭିଷାର ପଣ୍ଡା ଅତିଥି ଭାବେ ଯୋଗଦେଇ ନୂତନ ଗୃହକୁ ରିବନ କାଟି ଉଦଘାଟନ କରିଥିଲେ । ଖଣ୍ଡପଡ଼ା ନୂତନ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ନିକଟରେ କୈାଣସି ଔଷଧ ଦୋକାନ ଗୃହ ନଥିବାରୁ ରୋଗୀଙ୍କ ସମ୍ପର୍କୀୟ ମାନେ
ଖଣ୍ଡପଡ଼ା ପୁରୁଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ନିକଟକୁ ଔଷଧ ନେବା ପାଇଁ ଆସୁଥିବା ବେଳେ ଦୂରତା ଦୃଷ୍ଟିରୁ ଏଣିକି ନୂତନ ଔଷଧ ଦୋକାନରୁ ସୁଲଭମୂଲ୍ୟରେ ଔଷଧ କିଣି ପାରିବେ ବୋଲି ଆଦିତି ଔଷଧ ଦୋକାନର ପ୍ରୋପାଇଟର ରୋଶନ ଜେନା ସୂଚନା ଦେଇଛନ୍ତି । ଏହି ଅବସରରେ ସୁଶାନ୍ତ କୁମାର ମହାରଣା, ଲିଙ୍ଗରାଜ ଧଳ, ମୃତ୍ୟୁଞ୍ଜୟ ପଣ୍ଡା, ସୁରେଶ କୁମାର ସାହୁ, ସମୀର ସିଂ, ବିପିନ ବାରିକ, ମାନସ ମହାପାତ୍ର, ବାବର ମହାନ୍ତି, ଗଣମାଧ୍ୟମର ପ୍ରତିନିଧିଙ୍କ ସମେତ ବହୁ ଜନସାଧାରଣ ଯୋଗ ଦେଇଥିଲେ ।
No Result
View All Result