No Result
View All Result
୦୮ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ନିମାପଡ଼ା :-> ପାର୍ବଣ ରୁତ୍ତୁ ପ୍ରବେଶ କରିଥିବା ବେଳେ ପ୍ରଥମେ ପୂଜା ପାଇଥାନ୍ତି ଦେବ ଦେବ ମହାଦେବ ଙ୍କ ପୁତ୍ର ବିଘ୍ନରାଜ ପ୍ରଭୁ ଗଣେଶ। ଦେଶବିଦେଶରେ ସମସ୍ଥ ହିନ୍ଦୁ ଧର୍ମର ଭକ୍ତ ମାନେ ପୂଜାର୍ଚ୍ଚନା କରିଥାନ୍ତି ପ୍ରଭୁ ଗଣେଶଙ୍କୁ।ସାରା ଦେଶ ଏବେ ଗଣେଶ ପୂଜା କୁ ନେଇ ଉତ୍ସବ ମୁଖର ହୋଇଉଠିଛି। ସଭିଙ୍କ ଭିତରେ ଆନନ୍ଦ ଖେଳିଯାଇଛି ବିଦ୍ୟାଦାତା ଙ୍କୁ ପୂଜା କରିବାକୁ ସଭିଙ୍କ ମନରେ ଛୋଟ ବଡ଼ ସ୍କୁଲ କଲେଜ, ଗାଁ ଗହଳି ଓ ସାହି ସାହି ଦେଖିବାକୁ ମିଳିଛି ଏହି ପ୍ରଭୁ ଗଣେଶଙ୍କ ପୂଜାର୍ଚ୍ଚନା। ସେହିଭଳି ପୁରୀ ଜିଲ୍ଲା ନିମାପଡ଼ା ବ୍ଲକ ଅନ୍ତର୍ଗତ ଖେଲାର ପୂଜା ମଣ୍ଡପରେ ଧୁମଧାମରେ ପାଳିତ ହେଉଛି ବିଘ୍ନବିନାଶକ ପ୍ରଭୁ ଗଣେଶଙ୍କ ପୂଜାର୍ଚ୍ଚନା।
ସକାଳୁ ସକାଳୁ ପୂଜା ମଣ୍ଡପରେ ମନ୍ତ୍ରପାଠ ର ଧ୍ଵନୀ ରେ ପକ ଗୁଞ୍ଜରିତ ହେଉଛି ବିଘ୍ନବିନାଶକ ପ୍ରଭୁ ଗଣେଶ ଙ୍କ ଶ୍ଲୋକ। ଠିକ୍ ସେହିପରି ସଂଧ୍ୟା ହେଲେ ପୂଜା ମଣ୍ଡପରେ ଦେଖିବାକୁ ମିଳୁଛି ଭକ୍ତଙ୍କ ଭିଡ଼। ରଙ୍ଗବେରଙ୍ଗରେ ସୁସଜ୍ଜିତ ହୋଇଛି ପୂଜା ମଣ୍ଡପ। ସଂଧ୍ୟା ର ବକ୍ଷକୁ ଚିରି ଅଧିକ ରମଣୀୟ କରୁଛି ଛୋଟ ଛୋଟ ରଙ୍ଗବେରଙ୍ଗ ର ଲିଚୁ ଲାଇଟ୍ ର ଆଲୋକମାଳା।ଏହି ଖେଲାର ଗଣେଶ ପୂଜା ମଣ୍ଡପରେ ଅନେକ ବର୍ଷ ହେବ ଗଣେଶ ପୂଜା ପାଳନ ହୋଇଆସୁଥିବା ବେଳେ କିଛି ବର୍ଷ ହେବ ଏହି ପୂଜା ମଣ୍ଡପରେ ବିଦ୍ୟାଦାତା ବିଘ୍ନରାଜ ଗଣେଶ ଙ୍କ ପୂଜା କୈାଣସି କାରଣରୁ ବନ୍ଦ ହୋଇଯାଇଥିଲା। ଯାହାକୁ ଖେଲାର ଗ୍ରାମବାସୀ ମାନଙ୍କର ମଧ୍ୟରେ ଏକ ପ୍ରକାର ଅଶୋନ୍ତଷ ଦେଖିବାକୁ ମିଳିଥିଲା।
କିନ୍ତୁ ଏହି ଲୋପ ପାଇବାକୁ ବସିଥିବା ଗଣେଶ ପୂଜା ପରମ୍ପରାକୁ ବଜାୟ ରଖିବାପାଇଁ ଚଳିତ ବର୍ଷ ଗଣେଶ ପୂଜା ମଣ୍ଡପରେ କିଭଳି ଭାବରେ ପ୍ରଭୁ ଗଣେଶଙ୍କ ର ପୂଜାର୍ଚ୍ଚନା କରାଯିବ ସେ ନେଇ ଅଣ୍ଟା ଭିଡିଥିଲେ ଖେଲାର ଯୁବକ ସଂଘ ର ସମସ୍ତ ସଦସ୍ୟ ମାନେ ଏବଂ ଏହି ପରମ୍ପରା କୁ ଉଜ୍ଜୀବିତ କରିରଖିବାସ଼ ସବୁ ବର୍ଷ ଯେପରି ଏହି ପୂଜା ମଣ୍ଡପରେ ଗଣେଶ ପୂଜା ପାଇବେ ସେ ନେଇ ନିଷ୍ପତ୍ତି ନିଆଯାଇଥିଲା। ଚଳିତ ବର୍ଷ ଖେଲାର ଯୁବକ ସଂଘ ପକ୍ଷରୁ ୫୯ତମ ଗଣେଶ ଚତୁର୍ଥୀ ବହୁ ଧୁମଧାମରେ ପାଳିତ କରାଯାଇଥିଲା।ଏହି ପୂଜା ମଣ୍ଡପରେ ୩ ଦିନ ଧରି ସାଂସ୍କୃତିକ କାର୍ଯ୍ୟକ୍ରମ ର ଆୟୋଜନ ହୋଇଛି।ଆମ ସଂସ୍କୃତିର ପାଲା ହେଉଛି ଏକ ଆଧ୍ୟାତ୍ମିକତା କୁ ବାନ୍ଧି ରଖିଥାଏ ତାହା ଆଜିକା ସମୟରେ ଧିରେ ଧିରେ ଲୋପ ପାଇବାକୁ ବସିଲାଣି ସେହି ପାଲା କୁ ବଞ୍ଚେଇ ରଖିବାପାଇଁ ବାଦି ପାଲା ର ଆୟୋଜନ କରାଯାଇଛି ଏହି ବାଦି ପାଲାକୁ ଦେଖିବାପାଇଁ ବହୁ ଦୁରଦୁରାନ୍ତରୁ ଭକ୍ତମାନଙ୍କର ଭିଡ ଦେଖିବାକୁ ମିଳିଛି। ଏଭଳି ପ୍ରୟାସ କୁ ଖେଲାର ଗ୍ରାମବାସୀ ମାନେ ଖେଲାର ଯୁବକ ସଂଘ କୁ ଖୁବ୍ ପ୍ରଶଂସା କରିଛନ୍ତି।
No Result
View All Result