• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ନୂଆଦିଲ୍ଲୀ ଠାରେ ଜଗାକାଳିଆ ଫାଉଣ୍ଡେସନ ଉଦଘାଟିତ

Proprietor Abhimanyu Maharana by Proprietor Abhimanyu Maharana
September 8, 2024
in ଓଡ଼ିଶା, ଦେଶ, ମହାନଗର, ହୋମ୍
0
ନୂଆଦିଲ୍ଲୀ ଠାରେ ଜଗାକାଳିଆ ଫାଉଣ୍ଡେସନ ଉଦଘାଟିତ
Share on FacebookShare on TwitterWhatsapp

0୭ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ନୂଆଦିଲ୍ଲୀ :->  ପବିତ୍ର ଗଣେଶ ଚତୁର୍ଥୀ ଅବସରରେ ଆଜି ଜାତୀୟ ରାଜଧାନୀଠାରେ ‘ଜଗାକାଳିଆ ଚାରିଟେବୁଲ ଫାଉଣ୍ଡେସନ’ ନାମକ ଏକ ବେସରକାରୀ ଅନୁଷ୍ଠାନ ଉଦଘାଟିତ ହୋଇଥିବା ଜଣାଯାଇଛି।  ଏଠାକାର ହାଉଜଖାସ୍ ଭିଲେଜ୍ ସ୍ଥିତ ଜଗନ୍ନାଥ ମନ୍ଦିର ପରିସରରେ ଅନୁଷ୍ଠିତ ଏହି ଉଦଘାଟନୀ ଉତ୍ସବରେ ବହୁ ପ୍ରମୁଖ ଓଡ଼ିଆ ତଥା ଅଣଓଡ଼ିଆ ନେତୃବୃନ୍ଦ, ସାମାଜିକ କାର୍ଯ୍ୟକର୍ତ୍ତା ଏବଂ ସ୍ଵେଚ୍ଛାସେବୀ ଯୋଗ ଦେଇଥିଲେ। ଏହି ଉଦଘାଟନ ସମାରୋହକୁ କେନ୍ଦ୍ର କରି ଫାଉଣ୍ଡେସନର ସଦସ୍ୟ ଏବଂ ଶୁଭେଚ୍ଛୁମାନଙ୍କ ମଧ୍ୟରେ ପ୍ରବଳ ଆନନ୍ଦ, ଉତ୍ସାହ, ଉଦ୍ଦୀପନା ଦେଖିବାକୁ ମିଳିଥିଲା।

ଫାଉଣ୍ଡେସନର ପ୍ରତିଷ୍ଠାତା ଅଧ୍ୟକ୍ଷ ଓ ନିର୍ଦ୍ଦେଶକ, ନ୍ୟାସନାଲ ଇନଫରମେଟିକସ ସେଣ୍ଟରର ପୂର୍ବତନ ବରିଷ୍ଠ ନିର୍ଦ୍ଦେଶକ ତଥା ଆଇନଜୀବୀ ଉମାକାନ୍ତ ଜେନା ଏବଂ ଅନ୍ୟଦୁଇ ପ୍ରତିଷ୍ଠାତା ନିର୍ଦ୍ଦେଶକ, ଗୋପାଳ ଶତପଥୀ ଓ ରଘୁନନ୍ଦନ ଦେଓ ପ୍ରମୁଖ ସଂସ୍ଥାର ଲୋଗୋକୁ ଉନ୍ମୋଚନ ପୂର୍ବକ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପାଦପଦ୍ମରେ ଏହାକୁ ସମର୍ପଣ କରିଥିଲେ। ବିଶ୍ଵ ମାନବ ଅଧିକାର ସୁରକ୍ଷା ସଙ୍ଗଠନର ଅଧ୍ୟକ୍ଷ ଡକ୍ଟର ଅଭିନ୍ନ ହୋତା, ଏହି ସମାବେଶକୁ ସମ୍ବୋଧନ କରି ନବଗଠିତ ଫାଉଣ୍ଡେସନ, ଏହାର ନାମକରଣର ଯଥାର୍ଥତାକୁ ପ୍ରତିପାଦିତ କରି ଜଗନ୍ନାଥ ଧର୍ମର ନୀତି, ଆଦର୍ଶ ଓ ଦର୍ଶନ ଉପରେ ଆଧାରିତ ଓଡ଼ିଶାର ଅନନ୍ୟ ସଂସ୍କୃତି ଓ ବିବିଧ ବୈଭବର ପ୍ରଚାର, ପ୍ରସାର ତଥା ଏହାକୁ ଲୋକପ୍ରିୟ କରିବା ଦିଗରେ ସତ ପ୍ରୟାସ କରିବ ବୋଲି ଆଶା ପୋଷଣ କରିଥିଲେ।

ଏହି ଅବସରରେ ଶୁଭେଚ୍ଛା ବାର୍ତ୍ତା ପ୍ରଦାନ କରି ଜଗନ୍ନାଥ ମନ୍ଦିର ପରିଚାଳନା କମିଟି ଶ୍ରୀ ନୀଳାଚଳ ସେବା ସଙ୍ଘର ସମ୍ପାଦକ ରବୀନ୍ଦ୍ରନାଥ ପ୍ରଧାନ ଓ ୱାର୍ଲଡ ଓଡ଼ିଶା ସୋସାଇଟିର ଅଧ୍ୟକ୍ଷ କିଶୋର ଦ୍ଵିବେଦୀ ଫାଉଣ୍ଡେସନର ଅଧ୍ୟକ୍ଷ, ଅନ୍ୟାନ୍ୟ କର୍ମକର୍ତ୍ତା ଓ ସଦସ୍ୟମାନଙ୍କୁ ସାଧୁବାଦ ଅର୍ପଣ କରିବା ସହିତ ସଙ୍ଗଠନର ଦ୍ରୁତ ଅଗ୍ରଗତି ଓ ବ୍ୟାପକ ସଫଳତା କାମନା କରିଥିଲେ। ଫାଉଣ୍ଡେସନର ଅଧ୍ୟକ୍ଷ ଶ୍ରୀ ଜେନା ନିଜ ବକ୍ତବ୍ୟ ପ୍ରଦାନ କରି ଗଠନ ମୂଳକ ଓ ସକରାତ୍ମକ ଦୃଷ୍ଟିଭଙ୍ଗୀ ରଖୁଥିବା ବ୍ୟକ୍ତିମାନେ ଏହି ଫାଉଣ୍ଡେସନରେ ଯୋଗଦେଇ ଏହାର ସ୍ଥିରୀକୃତ ଲକ୍ଷ୍ୟ, ମାନବର ଜୀବନ ଧାରଣର ମାନବୃଦ୍ଧି ଏବଂ ସମନ୍ବିତ ବିକାଶର କ୍ରିୟାନ୍ୱୟନ ପ୍ରକ୍ରିୟାରେ ସାମିଲ ହେବାକୁ ନିବେଦନ କରିଥିଲେ।ଏହି ସ୍ୱେଚ୍ଛାସେବୀ ସଙ୍ଗଠନ ଭାରତ ସରକାରଙ୍କର କର୍ପୋରେଟ ବ୍ୟାପାର ମନ୍ତ୍ରଣାଳୟ ଅଧୀନରେ ଏକ ଅଣଲାଭକାରୀ ଅନୁଷ୍ଠାନ ଭାବରେ ପଞ୍ଜିକୃତ ହୋଇଥିବା ଶ୍ରୀ ଜେନା ଜଣାଇଥିଲେ ।

ଏହି ଫାଉଣ୍ଡେସନ, ସମାଜର ସାମଗ୍ରିକ ଅଭିବୃଦ୍ଧି ଏବଂ ଅସହାୟ ସମ୍ପ୍ରଦାୟର ଉତ୍ଥାନ ଦିଗରେ କାର୍ଯ୍ୟ କରିବ ବୋଲି ଶ୍ରୀ ଜେନା ସୂଚାଇଥିଲେ । ସଂସ୍ଥା ତରଫରୁ ପ୍ରାଧାନ୍ୟ ଦିଆଯିବାକୁ ଥିବା କ୍ଷେତ୍ରଗୁଡ଼ିକ ମଧ୍ୟରେ ଶିକ୍ଷାର ବିକାଶ, ସ୍ୱାସ୍ଥ୍ୟ ସେବାର ଉନ୍ନତି, ଜ୍ଞାନ କୌଶଳର ବିକାଶ ଓ ତାଲିମ୍ ଉପରେ ଗୁରୁତ୍ୱାରୋପ, ପରିବେଶ ସୁରକ୍ଷା, ନାରୀ ସଶକ୍ତିକରଣ, କଳା ଓ ସଂସ୍କୃତିର ପ୍ରୋତ୍ସାହନ, କ୍ରୀଡ଼ା ଉନ୍ନୟନ, ଶିଶୁ ବିକାଶ ଓ ଅଧିକାର ଦିଗରେ ପ୍ରାଧାନ୍ୟ,  ବୃଦ୍ଧାବସ୍ଥାର ଯତ୍ନ, ଆଇନଗତ ସହାୟତା ଓ ସଚେତନତା,  ଗ୍ରାମୀଣ ବିକାଶ, ସ୍ଵଚ୍ଛ ପାନୀୟ ଜଳ ଯୋଗାଣ ଓ ଜଳ ସଂରକ୍ଷଣ,  ପ୍ରାକୃତିକ ବିପର୍ଯ୍ୟୟ ସମୟରେ ରିଲିଫ ବଣ୍ଟନ ଓ ରକ୍ଷଣାବେକ୍ଷଣ ଏବଂ ସମାଜର ହିତ ଉଦ୍ଦେଶ୍ୟରେ ଅଭିପ୍ରେତ ଅନ୍ୟାନ୍ୟ କାର୍ଯ୍ୟଧାରା ସ୍ଥାନ ପାଇଥିବା ଶ୍ରୀ ଜେନା ପ୍ରକାଶ କରିଥିଲେ।

ଏକ ଉନ୍ନତ ଓ ଆଦର୍ଶ ସମାଜ ଗଠନ କରିବାର ମହତ ଉଦ୍ଦେଶ୍ୟ ନେଇ ଜଗା କାଳିଆ ଚାରିଟେବୁଲ ଫାଉଣ୍ଡେସନ ସାମାଜିକ ନ୍ୟାୟ, ପ୍ରତିଷ୍ଠା ଓ ସମାଜର ସମନ୍ଵିତ ଉନ୍ନୟନ ପାଇଁ ଉତ୍ସର୍ଗୀକୃତ ଭାବରେ ଏହାର ଯାତ୍ରା ଆରମ୍ଭ କରିବା ପାଇଁ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତଥିବା ଶ୍ରୀ ଜେନା ଘୋଷଣା କରିଥିଲେ। ଉଦଘାଟନୀ ଅଧିବେଶନରେ ଉପସ୍ଥିତ ମାନ୍ୟଗଣ୍ୟଙ୍କ ବ୍ୟକ୍ତି ମାନଙ୍କ ମଧ୍ୟରେ ଚାଟାର୍ଡ ଏକାଉଣ୍ଟାଣ୍ଟ୍ ରବୀନ୍ଦ୍ର ଶତପଥୀ,  ତପସ୍ୱିନୀ ଦେଓ, ପ୍ରଫେସର ଡି. ପି.  ମିଶ୍ର, ଡକ୍ଟର ଏଲ୍. ପି. ଶର୍ମା, ଡକ୍ଟର ଅରବିନ୍ଦ, ମନୋଜ ପାଣିଗ୍ରାହୀ, ଅନିରୁଦ୍ଧ ନାୟକ, ରତିକାନ୍ତ ରାଉତ, ପ୍ରଳୟ ବାହାଲି, ମନୋଜ ମହାପାତ୍ର,  ଶହସ୍ରାଂଶୁ ମହାପାତ୍ର , ଛାୟାନ ରାଜପୁତ, ଅନଙ୍ଗ କର, ମହାଦେବ କୁମାର ଖାନାଲ୍, ସି.ଏଲ୍. ଘିମିରେ, ପ୍ରଦୀପ ରାସେଲି ଓ ଘନଶ୍ୟାମ ଶର୍ମା ପ୍ରମୁଖ ଅନ୍ତର୍ଭୁକ୍ତ ଥିଲେ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ରକ୍ତ ନମୁନା ସଂଗ୍ରହ କଲା ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ଦଳ

ରକ୍ତ ନମୁନା ସଂଗ୍ରହ କଲା ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ଦଳ

May 20, 2025
Engineer Akshaya Samal receives Prestigious Amruta Kalakar Award

ଇଞ୍ଜିନିୟର ଅକ୍ଷୟ ସାମଲଙ୍କୁ ଅମୃତ କଳାକାର ପୁରସ୍କାର ପ୍ରଦାନ

May 20, 2025
Engineer Akshaya Samal receives Prestigious Amruta Kalakar Award

Engineer Akshaya Samal receives Prestigious Amruta Kalakar Award

May 20, 2025
କଞ୍ଚା ଇଟା କାଠ ବାଉଁଶ ଘର ଡଙ୍ଗରିଆ କନ୍ଧଙ୍କ ପସନ୍ଦ

କଞ୍ଚା ଇଟା କାଠ ବାଉଁଶ ଘର ଡଙ୍ଗରିଆ କନ୍ଧଙ୍କ ପସନ୍ଦ

May 20, 2025

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ରକ୍ତ ନମୁନା ସଂଗ୍ରହ କଲା ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ଦଳ

ରକ୍ତ ନମୁନା ସଂଗ୍ରହ କଲା ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ଦଳ

May 20, 2025
Engineer Akshaya Samal receives Prestigious Amruta Kalakar Award

ଇଞ୍ଜିନିୟର ଅକ୍ଷୟ ସାମଲଙ୍କୁ ଅମୃତ କଳାକାର ପୁରସ୍କାର ପ୍ରଦାନ

May 20, 2025
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.