No Result
View All Result
0୭ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) କଟକ :-> କଟକ ସଦର ଥାନା ସିଏମସି ୫୬ ନମ୍ବର ୱ।ର୍ଡ଼ କାଜିପାଟଣା ଗ୍ରାମର ବାଶେଳୀ କ୍ଲବ ପକ୍ଷରୁ ପ୍ରତିବର୍ଷ ଭଳି ଚଳିତ ବର୍ଷ ବହୁ ପୁରାତନ ବୁଢ଼ା ଗଣେଶ ପୂଜା ମହା ସମାରୋହରେ ପାଳନ କରାଯାଇ ଆସୁଅଛି । ଶନିବାର ଦିନ ବାଶେଳୀ କ୍ଲବ ବୁଢା ଗଣେଶର ସଭାପତି ବିଶ୍ୱଜିତ ନାୟକଙ୍କ ଉପ ସଭାପତି ରୁଦ୍ର ପ୍ରସାଦ ସ୍ୱାଇଁଙ୍କ ନେତୃତ୍ୱରେ କ୍ଲବର ସମସ୍ତ ସଦସ୍ୟ ଉପସ୍ଥିତ ରହି ପୂଜାରେ ସାମିଲ ହୋଇଥିଲେ ।
କ୍ଲବ ପକ୍ଷରୁ ବୁଢ଼ା ଗଣେଶଙ୍କ ପାଇଁ ଚାନ୍ଦିର ମୁକୁଟ କରାଯାଇଛି । ସୁନ୍ଦର ସାଜ ସଜା ସାଙ୍ଗକୁ ସନ୍ଧ୍ୟାରେ ରଙ୍ଗୀନ ଆଲୋକ ମାଳା ପୂଜା ମଣ୍ଡପର ଶୋଭା ବର୍ଦ୍ଧନ କରୁଛି । ଯାହାଫଳରେ ରାତିରେ ବୁଢ଼ା ଗଣେଶଙ୍କ ମଣ୍ଡପ ନିକଟରେ ଲୋକଙ୍କ ଭିଡ଼ ଯମୁଛି ।
କଟକ ସଦର ଥାନା ଅଞ୍ଚଳରେ ହୋଇଥିବା ବିଭିନ୍ନ ଗଣେଶ ମେଢ଼ ଗୁଡ଼ିକ ସେପ୍ଟେମ୍ବର ମାସ ୧୫ ଏବଂ ୨୧ ତାରିଖରେ ଭଷାଣୀ କରାଯିବା ଲାଗି ଥାନା ପକ୍ଷରୁ ଦିନ ଧାର୍ଯ୍ୟ କରାଯାଇଥିବା ବେଳେ , କାଜିପାଟଣାର ବୁଢ଼ା ଗଣେଶ ଦିତୀୟା ଘାଣ୍ଟ ଖାଇ ସାରିବା ପରେ ବିଷରଜନ ହୋଇଥାନ୍ତି ।
No Result
View All Result