No Result
View All Result
ପୁରୀ ଜିଲ୍ଲାରେ ସଚେତନତା ବାର୍ତ୍ତା ବାଣ୍ଟିବ।
0୭ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ପୁରୀ :-> ଆଜି ପୂର୍ବାହ୍ନରେ ଜିଲ୍ଲାପାଳ ଙ୍କ କାର୍ଯ୍ଯାଳୟ ପରିସରରେ ସୁଭଦ୍ରା ଯୋଜନା ସଚେତନତା ରଥର ଶୁଭ ଉଦଘାଟନ ହୋଇଥିଲା।ମୁଖ୍ୟ ଅତିଥି ଭାବେ ପୁରୀ ଲୋକସଭା ସାଂସଦ ଡା ସମ୍ବିତ ପାତ୍ର ଏହି ରଥକୁ ଉଦଘାଟନ କରିବା ସହ ମହିଳା ମାନ ଙ୍କୁ ସ୍ୱାବଲମ୍ବୀ ଓ ଆର୍ଥିକ ସମୃଦ୍ଧ କରିବା ରେ ସୁଭଦ୍ରା ଯୋଜନା ସହାୟକ ହେବ ବୋଲି କହିଥିଲେ।ଏହା ଉପାଦେୟ ଯୋଜନା।
ଏହା ଏକ ନିରନ୍ତର ପ୍ରକ୍ରିୟା।ଏଥିରେ ସମସ୍ତ ଯୋଗ୍ୟ ହିତାଧିକାରୀ ସାମିଲ ହେବେ। ଅଯଥା ଭିଡ ବା ଗହଳି ନ କରିବାକୁ ସେ ପରାମର୍ଶ ଦେଇଥିଲେ। ସମସ୍ତଙ୍କୁ ସଚେତନ ଓ ସେମାନଙ୍କ ମନରେ ଥିବା ସଂଶୟ କୁ ଦୂର କରିବାରେ ଏହି ରଥ ପ୍ରମୁଖ ଭୂମିକା ନେବ ଓ ପ୍ରକୃତ ହିତାଧିକାରୀ ଏହାର ସଫଳତା ପାଇବା ସହଜ ହୋଇ ପାରିବ ବୋଲି ସେ କହିଥିଲେ।
ଏହି କାର୍ଯ୍ୟକ୍ରମ ରେ ପିପିଲି ବିଧାୟକ ଆଶ୍ରିତ ପଟ୍ଟନାୟକ, ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ,ଅତିରିକ୍ତ ଜିଲ୍ଲାପାଳ ପ୍ରୋଟୋକଲ ନିଳମାଧବ ଭୋଇ,ଜିଲ୍ଲା ପରିଷଦ ର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରିୟରଞ୍ଜନ ପୃଷ୍ଟି,ସୂଚନା ଓ ଲୋକ ସମ୍ପର୍କ ଉପ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ, ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ତନୁପ୍ରଭା ବେଉରା,
ଜିଲ୍ଲା ସଂସ୍କୃତି ଅଧିକାରୀ ହେମନ୍ତ ବେହେରା,ମମତା ଡିପିସି ପ୍ରଣତି ମହାନ୍ତି, ମିଶନ ଶକ୍ତି ଡିପିସି ଆରତୀ ସାହୁ ପ୍ରମୁଖ ଯୋଗ ଦେଇଥିଲେ । ଜିଲ୍ଲାରେ ଆଜି ଠାରୁ ୧୬ ତାରିଖ ପର୍ଯ୍ୟନ୍ତ ୬ ଗୋଟି ସୁଭଦ୍ରା ସଚେତନତା ରଥ ପରିକ୍ରମା କରିବ। ସମସ୍ତ ବ୍ଲକ, ପୌରପରିଷଦ ଓ ଏନ ଏ ସି ଅଞ୍ଚଳ ପରିକ୍ରମା କରି ଲୋକ ମାନ ଙ୍କୁ ସୁଭଦ୍ରା ଯୋଜନା ସମ୍ପର୍କରେ ସଚେତନ କରିବ ବୋଲି ସୂଚନା ମିଳିଛି ।
No Result
View All Result