No Result
View All Result
0୬ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଖପ୍ରାଖୋଲ :-> ପଶ୍ଚିମ ଓଡ଼ିଶାର କୃଷି ଭିତ୍ତିକ ଗଣ ପର୍ବ ନୂଆଖାଇ କୁ ଗୋଟିଏ ଦିନ ବାକି ଥିବା ବେଳେ ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ୍ ଅଞ୍ଚଳ ର ଗାଁ ଠୁଁ ସହର ଉତ୍ସବ ମୁଖର ହୋଇଉଠିଛି । ଦୋକାନ ବଜାର ସବୁଠି ଭିଡ଼ ଦେଖିବାକୁ ମିଳିଛି । ମହିଳା ମାନେ ଘର ଲିପା ପୋଛା କରୁଥିବା ବେଳେ ଘରକରଣା ଜିନିଷ ସଫା କରୁଛନ୍ତି ।
ନୂଆ ଲୁଗା କିଣିବାକୁ କପଡ଼ା ଦୋକାନ ଗୁଡ଼ିକରେ ଭିଡ଼ ହଉଥିବା ବେଳେ ସାପ୍ତାହିକ ବଜାର ମାନଙ୍କ ରେ ପନିପରିବା, ନୂଆ ଧାନ କିଣା ବିକା ପାଇଁ ଭିଡ଼ ଦେଖିବାକୁ ମିଳିଛି । ସେହି ପରି ଶନିବାର ସ୍ଵତନ୍ତ୍ର ନୂଆଖାଇ ବଜାର ମାନ ବସିବ ବୋଲି ସାପ୍ତାହିକ ବଜାର ମାନଙ୍କ ରେ ଘୋଷଣା ହୋଇଛି । ଚଳିତ ବର୍ଷ ଚାଷ ଠିକ୍ ହୋଇଥିବା ବେଳେ ପାଗ ଅନୁକୂଳ ଥିବାରୁ ନୂଆଖାଇ ବେଶ୍ ଜମିବ ବୋଲି ଜଣାଯାଇଛି । ଦୂର ଦୂରାନ୍ତ ର ବାହାରେ ରହୁଥିବା ପରିବାର ସଦସ୍ୟ ଙ୍କ ଘର ବାହୁଡ଼ା ହେଉଥିବା ରୁ ଗାଡ଼ି ମଟର ରେ ବି ଭିଡ଼ ହେଉଛି ।
No Result
View All Result