0୫ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର :-> ଓଡ଼ିଶାରେ ବିଷାକ୍ତ ମଦ ମୃତ୍ୟୁ ଇତିହାସ ବହୁ ପୁରୁଣା । ୧୯୮୯ରୁ ଏଯାବତ୍ ପ୍ରାୟ ୩୦ରୁ ଅଧିକ ମଦ ଟ୍ରାଜେଡି ଘଟିଲାଣି । ପ୍ରାୟ ୪୦୦ରୁ ଅଧିକଙ୍କ ଜୀବନ ଗଲାଣି । ଅନେକଙ୍କ ପରିବାର ଉଜୁଡ଼ିଲାଣି । ମା’ କୋଳରୁ ରୋଜଗାରିଆ ପୁଅକୁ ତ କାହା ସ୍ୱାମୀକୁ ଛଡ଼ାଇ ନେଇଛି ଏହି ବିଷାକ୍ତ ମଦ । ୧୯୯୨ରେ କଟକର ମଦମୃତ୍ୟୁର ବିକଳ ଚିତ୍ର କଥା ମନେ ପଡ଼ିଲେ, ଏବେ ବି ଶିହରଣ ଖେଳିଯାଉଛି ।

ଲମ୍ବିଛି । ୟା’ ଭିତରେ ଗଞ୍ଜାମର ଚିକିଟି ମଦ ମୃତ୍ୟୁ ପୁଣି ଓଡ଼ିଶାକୁ ବଦନାମ କରିଛି । ୧୯୯୨ ମସିହା ମେ’ ମାସ । ପାଖାପାଖି ୫୦୦୦ ଗ୍ୟାଲନ୍ର ବିଷାକ୍ତ ମଦକୁ କଟକ ଓ ଆଖପାଖ ଅଞ୍ଚଳ ବାସିନ୍ଦା ପିଇ ଯାଇଥିଲେ । ହଜାର ହଜାର ସଂଖ୍ୟାରେ ଲୋକଙ୍କୁ ହସ୍ପିଟାଲକୁ ବୁହା ଯାଇଥିଲା । କେବଳ କଟକ ଏସ ସିବି ହସ୍ପିଟାଲରେ ପାଖାପାଖି ହଜାରେ ଅସୁସ୍ଥଙ୍କ ଚିକିତ୍ସା ଚାଲିଥିଲା ।

ସରକାରୀ ହିସାବରେ ଏହି ମଦ ଟ୍ରାଜେଡିରେ ୧୩୪ ଜଣଙ୍କ ମୃତ୍ୟୁ ଘଟିଥିଲା । କିନ୍ତୁ ବାସ୍ତବରେ ମୃତ୍ୟୁ ସଂଖ୍ୟା ୨୫୦ ଟପି ଯାଇଥିଲା । ଅନେକ ଆଂଶିକ ଭାବେ ଦୃଷ୍ଟିଶକ୍ତି ହରାଇଥିଲେ । ଏଥିପାଇଁ ଦେଶ ବିଦେଶରେ ଢେର୍ ବଦନାମ ମୁଣ୍ଡାଇଥିଲା ଓଡ଼ିଶା । ତତ୍କାଳୀନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କୁ ଘୋର ବିରୋଧର ସାମ୍ନା କରିବାକୁ ପଡ଼ିଥିଲା । ହାଇକୋର୍ଟ ଉଚ୍ଚ଼ସ୍ତରୀୟ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ ।

ରଙ୍ଗବଲ୍ଲଭ ଜେନାଙ୍କ ନେତୃତ୍ୱରେ ତଦନ୍ତ ଚାଲିଲା । ୨୫ରୁ ଅଧିକ ମଦ ବେପାରୀ ଗିରଫ ହୋଇଥିଲେ । ସେତେବେଳେ ଅବକାରୀ ମନ୍ତ୍ରୀ ପ୍ରସନ୍ନ ଆଚାର୍ଯ୍ୟ ଥିଲେ । ମଦ ଟ୍ରାଜେଡିର କିଙ୍ଗପିନ୍ ତଥା ମଦ ମାଫିଆ ସୁରେନ୍ଦ୍ରନାଥ ଦାସ ଓରଫ୍ ବେଲୁ ଦୀର୍ଘ ୮ ବର୍ଷ ଧରି ଫେରାର ଥିଲା । ୨୦୦୦ ମସିହାରେ ଚୌଦ୍ୱାରରେ ଏକ ମଦ ଗାଡ଼ି ଦୁର୍ଘଟଣା ବେଳେ ପୁଲିସ ବେଲୁକୁ ଗିରଫ କରିଥିଲା । ୨୦୦୬ ମସିହାରେ ଗଞ୍ଜାମର ମଦ ମୃତ୍ୟୁ ଅନେକଙ୍କୁ ଚକିତ କରିଥିଲା । ମାର୍ଚ୍ଚ ୧୬ ଓ ୨୨ ତାରିଖରେ ରମ୍ଭାର ୫ଟି ଗାଁକୁ ମଦ ମୃତ୍ୟୁ ବ୍ୟାପିଥିଲା । ୨୨ଜଣ ଲୋକ ମରିଗଲେ । ୨୦୦ରୁ ଅଧିକ ଅସୁସ୍ଥ ହେଲେ । ଏପ୍ରିଲ ୨୩ ଓ ୨୪ ତାରିଖରେ ମଧ୍ୟ ଗୋଳାବନ୍ଧ ଅଞ୍ଚଳରେ ୧୨ ଜଣଙ୍କ ଜୀବନ ନେଇଥିଲା ବିଷାକ୍ତ ମଦ ।

ପାଖାପାଖି ୪୫ ଜଣ ଅସୁସ୍ଥ ହୋଇପଡ଼ିଥିଲେ । ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ପି. କେ ପାତ୍ରଙ୍କ ନେତୃତ୍ୱରେ ଗଠିତ କମିଶନ ଏହାର ତଦନ୍ତ କରିଥିଲା । ୨୦୦୮ ମାର୍ଚ୍ଚ ୨୦ରେ ୯୧ ପୃଷ୍ଠା ସମ୍ବଳିତ ରିପୋର୍ଟ ସରକାରଙ୍କୁ ଦେଇଥିଲା । ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜିଲ୍ଲାରେ ଘଟିଥିବା ମଦ ମୃତ୍ୟୁକୁ ପୁଣି ବଦନାମ ହୋଇଥିଲା ଓଡ଼ିଶା । ତତ୍କାଳୀନ ଅବକାରୀ ମନ୍ତ୍ରୀ କାଳନ୍ଦୀ ବେହେରା ସେତେବେଳେ ୧୩ଜଣ ଅବକାରୀ ଓ ପୁଲିସ ଅଧିକାରୀଙ୍କୁ ନିଲମ୍ବିତ କରିଥିଲେ । ୨୦୦୧ ମସିହାରେ ପୁରୀ, ଖୋର୍ଦ୍ଧାରେ ବ୍ୟାପିଥିଲା ବିଷାକ୍ତ ମଦ । ପୁରୀରେ ୧୦ଜଣ ଓ ଭୁବନେଶ୍ୱରରେ ୧୦ଜଣଙ୍କ ଜୀବନ ନେଇଥିଲା ।