No Result
View All Result
0୫ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ନୟାଗଡ଼ :-> ସ୍ଥାନୀୟ ହାଉସିଂ ବୋର୍ଡ କଲୋନୀ ନିକଟ ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ର ପରିସରରେ ବିଦ୍ଯାଳୟର ପ୍ରତିଷ୍ଠାତା ସଂପାଦକ ଶ୍ରୀଧର ସାହୁଙ୍କ ଅଧ୍ଯକ୍ଷତାରେ ବାର୍ଷିକ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇ ଯାଇଛି । କୁନି କୁନି ଶିଶୁ ବୈଜ୍ଞାନିକ ମାନଙ୍କ ଦ୍ବାରା ଏହି ବିଜ୍ଞାନ ମେଳାରେ ମୋଟ ୧୫୨ଟି ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା । ସକାଳ ୧୦ଟାରେ କାର୍ଯ୍ୟକ୍ରମ ଉଦଘାଟନ ହୋଇଥିଲା ବେଳେ ଅପରାହ୍ନ ୦୨ ଟାରେ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହୋଇଥିଲା । ଏହି ଉତ୍ସବରେ ମୁଖ୍ଯ ଅତିଥି ଭାବେ ରଣପୁର ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ସତ୍ଯ ନାରାୟଣ ପ୍ରଧାନ ଯୋଗଦେଇ ଦୈନନ୍ଦିନ ଜୀବନରେ ବିଜ୍ଞାନର ବ୍ଯବହାର ବିଷୟରେ ଆଲୋଚନା କରିବା ସହିତ ବିଜ୍ଞାନ ଯୁଗରେ ପ୍ରତ୍ଯେକ ଅଭିଭାବକମାନେ ନିଜ ନିଜର ଶିଶୁମାନଙ୍କୁ ଅନ୍ଧ ବିଶ୍ବାସରୁ ଦୂରେଇ ଉପଯୁକ୍ତ ସଂସ୍କାରରେ ଗଢିବା ପାଇଁ ନିବେଦନ କରିଥିଲେ ।
ସମ୍ମାନିତ ଅତିଥି ଭାବେ ଅବସରପ୍ରାପ୍ତ ଶିକ୍ଷୟିତ୍ରୀ ତଥା ବିଶିଷ୍ଟ ସାହିତ୍ଯିକା ଡକ୍ଟର ସୁକାନ୍ତି ମହାନ୍ତି ଯୋଗଦେଇ ସମସ୍ତ ଶିଶୁ ମାନେ ଜଣେ ଜଣେ କଣ୍ଢେଇ ଓ ସମସ୍ତ ଶିଶୁ ହେଉଛନ୍ତି ଈଶ୍ବରଙ୍କ ସନ୍ତାନ। ପିତାମାତା ଓ ଗୁରୁଜୀ ଗୁରୁମା ସମସ୍ତଙ୍କ ମିଳିତ ପ୍ରୟାସ ହିଁ ଏହି ମେଳାର ସଫଳତା।ସମସ୍ତ କୁନି ବୈଜ୍ଞାନିକ ମାନଙ୍କ ପ୍ରକଳ୍ପ,ଉପସ୍ଥାପନ ଶୈଳୀ,ଯୁକ୍ତିମୂଳକ ସିଦ୍ଧାନ୍ତ ବିଜ୍ଞାନ ମେଳାକୁ ସାର୍ଥକ କରିଛି ବୋଲି ମତ ରଖିଥିଲେ । ଏହି ବିଜ୍ଞାନ ମେଳାର ପ୍ରକଳ୍ପ ଗୁଡିକୁ ମୂଲ୍ଯାୟନ କରିବା ପାଇଁ ବିଚାରକ ତଥା ସମ୍ମାନିତ ଅତିଥି ଭାବେ ସମଗ୍ର ଶିକ୍ଷା ଅଭିଯାନର ରାଜ୍ୟ ରିସୋର୍ସ ପର୍ସନ ତଥା ଶିକ୍ଷାବିତ୍ ରବି ନାରାୟଣ ପାତ୍ର ,ନୟାଗଡ ସ୍ବୟଂ ଶାସିତ ମହାବିଦ୍ୟାଳୟର ଅବସରପ୍ରାପ୍ତ ପଦାର୍ଥ ବିଜ୍ଞାନ ଅଧ୍ଯାପକ ଶରତ କୁମାର ନାୟକ
ଡିଭାଇନ୍ ମହାବିଦ୍ୟାଳୟର ପଦାର୍ଥ ବିଜ୍ଞାନ ଅଧ୍ଯାପକ ବାପୁ ସାମନ୍ତରାୟ ଓ ଜୀବ ବିଜ୍ଞାନ ଅଧ୍ଯାପକ ଶିବପ୍ରସାଦ ବେହେରା ଯୋଗଦେଇ ପ୍ରକଳ୍ପ ଗୁଡିକୁ ମୂଲ୍ଯାୟନ କରିଥିଲେ । ବରିଷ୍ଠ ବର୍ଗରେ ଆର୍ଯ୍ଯନ ଅମନ ଜେନା ଓ ନିରାକାର ସାହୁ ଯୁଗ୍ମଭାବେ ପ୍ରଥମ ସ୍ଥାନ ଅଧିକାର କରିଥିଲା ବେଳେ ଶୁଭଶ୍ରୀ ବେହେରା ଦ୍ବିତୀୟ, ପ୍ରତିଭା ପ୍ରିୟଦର୍ଶିନୀ ଓ ଆଦିତ୍ୟ ନାରାୟଣ ସାହୁ ୩ୟ ସ୍ଥାନ ଅଧିକାର କରିଛନ୍ତି । ସେହିପରି ଉପ ବରିଷ୍ଠ ବର୍ଗରେ ବିଶ୍ବବିଜିତା ମହାନ୍ତି ପ୍ରଥମ, ସଚିନ୍ ପାତ୍ର ଦ୍ବିତୀୟ ସ୍ଥାନ ଅଧିକାର କରିଥିଲା ବେଳେ ବିଶ୍ବଜିତ୍ ନାୟକ ୩ୟ ସ୍ଥାନ ଅଧିକାର କରିଛନ୍ତି।କନିଷ୍ଠ ବର୍ଗରେ ସାଇଶ୍ରୀ ପ୍ରିୟଦର୍ଶିନୀ ପ୍ରଥମ ହୋଇଥିଲା ବେଳେ ରୌନକ ପାତ୍ର ଦ୍ବିତୀୟ ଏବଂ ସେଜଲ୍ ଦାସ ୩ୟ ସ୍ଥାନ ଅଧିକାର କରିଛନ୍ତି ।
ଉପ କନିଷ୍ଠ ବର୍ଗରେ କାଳିଆ କାହ୍ନୁ ବିଶ୍ବାଳ ପ୍ରଥମ ହୋଇଥିଲା ବେଳେ ସ୍ବସ୍ତିକ ମହାପାତ୍ର ଦ୍ବିତୀୟ ଓ ପ୍ରାଚୀପ୍ରଜ୍ଞା ୩ୟ ସ୍ଥାନ ଅଧିକାର କରିଛନ୍ତି । ସେହିପରି କଣ୍ଢେଇ ମେଳାରେ କନିଷ୍ଠ ବର୍ଗରେ ବର୍ଷାରାଣୀ ଜେନା ପ୍ରଥମ ହୋଇଥିଲା ବେଳେ ରୁଦ୍ରାଂଶ ପ୍ରହରାଜ ଦ୍ବିତୀୟ ଓ ଚନ୍ଦ୍ର ଶେଖର ପ୍ରଧାନ ୩ୟ ସ୍ଥାନ ଅଧିକାର କରିଛନ୍ତି। କଣ୍ଢେଇ ମେଳାର ଉପ କନିଷ୍ଠ ବର୍ଗରେ ଶୁଭମ ସାହୁ ପ୍ରଥମ ହୋଇ ଥିଲା ବେଳେ ସୁରେଶ କୁମାର ସାହୁ ଓ ରିତିକା ଛୋଟରାୟ ଯୁଗ୍ମ ଭାବରେ ଦ୍ବିତୀୟ ଓ ରୁଦ୍ର ପ୍ରସାଦ ନାୟକ ୩ୟ ସ୍ଥାନ ଅଧିକାର କରିଛନ୍ତି ।
ଏଥି ସହିତ ଭାଗନେଇଥିବା ସମସ୍ତ ଛାତ୍ରଛାତ୍ରୀ ମାନଙ୍କୁ ସାନ୍ତ୍ବନା ମୂଳକ ପୁରଷ୍କାର ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବିଦ୍ଯାଳୟର ବିଜ୍ଞାନ ଶିକ୍ଷକ ପବିତ୍ର ସାହୁ, ବିଭୁତି ଭୂଷଣ ମହାନ୍ତି, ଦେବଦତ୍ତ ବିଶ୍ବାଳ, ରାମଚନ୍ଦ୍ର ମାନସିଂହ ଓ ରଂଜନ କୁମାର ପରିଡା ମୂଲ୍ଯାୟନ କାର୍ଯ୍ୟରେ ସହଯୋଗ କରିଥିଲା ବେଳେ ସମସ୍ତ ଗୁରୁଜୀ ଗୁରୁମା ମାନେ ଅକ୍ଳାନ୍ତ ପରିଶ୍ରମ କରି କାର୍ଯ୍ୟକ୍ରମକୁ ସଫଳ କରିଥିଲେ । ପରିଶେଷରେ ବିଦ୍ଯାଳୟର ପ୍ରଧାନ ଆଚାର୍ଯ୍ୟା ପ୍ରିୟମ୍ବଦା ମହାପାତ୍ର ଧନ୍ଯବାଦ ଅର୍ପଣ କରିଥିଲେ ।

No Result
View All Result