
ମାଲକାନଗିରି (ଓଡିଶା ତାଜା ନ୍ୟୁଜ ) ନି.ପ୍ର :- ହର୍ଷା ଟ୍ରଷ୍ଟ ପକ୍ଷରୁ ଜିଲ୍ଲା ସଂଯୋଜକ କୌଷ୍ଟଭ କ୍ରିଷ୍ଣା ଦତ୍ତ, ଆଇ ଏନ୍ ଆର୍ ଏମ୍ ଏକ୍ସପର୍ଟ ଦେବାଶିଷ ବେହେରା ଓ ସି ଆର୍ ପି ହରିବନ୍ଧୁ ଭୂମିଆ ପ୍ରମୁଖ ସିନ୍ଦ୍ରିମାଳା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟରେ ଗ୍ରାମସଭାରେ ଯୋଗଦାନ କରିଥିଲେ । ଗ୍ରାମସଭାରେ ଗ୍ରାମବାସୀଙ୍କ ଆବଶ୍ୟକତା ଓ ଗ୍ରାମର ବିକାଶ ସମ୍ବନ୍ଧୀୟ ବିଭିନ୍ନ ବିଷୟ ଉପରେ ଆଲୋଚନା କରାଯାଇଥିଲା ।

ଏହି ଅବସରରେ ଗ୍ରାମସଭା ରେଜିଷ୍ଟର/ଖାତାରେ ବ୍ୟକ୍ତିଗତ ପ୍ରକଳ୍ପ ୪୫ ଟା ଏବଂ ସାମୁଦାୟିକ ପ୍ରକଳ୍ପ ୪୨ଟା ସମ୍ବନ୍ଧୀୟ ପ୍ରସ୍ତାବ ଓ ଏଣ୍ଟ୍ରି କରାଯାଇଥିଲା । ଗ୍ରାମସଭା ମାଧ୍ୟମରେ ଗ୍ରାମବାସୀଙ୍କ ଅଂଶଗ୍ରହଣ ଓ ସହଭାଗିତାକୁ ଗୁରୁତ୍ୱ ଦେଇ ଗ୍ରାମର ଆବଶ୍ୟକତା ଅନୁଯାୟୀ ବିକାଶମୂଳକ ପ୍ରକଳ୍ପ ଚିହ୍ନଟ ଓ ଯୋଜନା ପ୍ରସ୍ତୁତି ଉପରେ ଗୁରୁତ୍ୱ ଦିଆଯାଇଥିଲା ।














