No Result
View All Result
0୫ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) କୋଣାର୍କ :-> ବିଶ୍ବ ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ କୋଣାର୍କ ସ୍ଥିତ ପ୍ରେମ କନଭେନସନ ସମ୍ମିଳନୀ କକ୍ଷରେ ଶ୍ରୀ ଜଗନ୍ନାଥ ପାଲା ଗବେଷଣା ଓ ତାଲିମ କେନ୍ଦ୍ର ଓ ଅର୍କମଣ୍ଡଳ ପାଲାଗାୟକ ପରିଷଦର ମିଳିତ ଆନୁକୁଲ୍ୟରେ ପବିତ୍ର ଗୁରୁଦିବସ ଅବସରରେ ୩୪ତମ ରାଜ୍ୟ ପାଲା ମହୋତ୍ସବ, ଗୁରୁ ପୂଜନ ଉତ୍ସବ, ଗୁରୁ ପ୍ରଣାମ କାର୍ଯ୍ୟକ୍ରମ ଏବଂ ଗାୟକ ଆନନ୍ଦ ବସନ୍ତ କୁମାର ରାଉତଙ୍କ ଜନ୍ମ ଜୟନ୍ତୀ ପାଳନ ସମାରୋହ ଅନୁଷ୍ଠିତ ହୋଇଯାଇଛି। ଅଖଣ୍ଡ ପୁରୀଜିଲ୍ଲା ପାଲାଗାୟକ ପରିଷଦର ସଭାପତି ତଥା ଗାୟକ ବ୍ୟାସ ଲକ୍ଷ୍ମୀଧର ଦାଶ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ରାଜ୍ୟ ପାଲା ମହୋତ୍ସବ ଓ ଗାୟକ ଆନନ୍ଦ ବସନ୍ତ କୁମାର ରାଉତଙ୍କ ଜନ୍ମ ଜୟନ୍ତୀ ସମାରୋହରେ ଅତିଥି ଭାବରେ ବିଶିଷ୍ଟ ପାଲାଗାୟକ ତଥା ଶିକ୍ଷାବିତ ପଣ୍ଡିତ ରମାକାନ୍ତ ମିଶ୍ର, ପରିବେଶବିତ ଡଃ ମିହିର କୁମାର ପଟ୍ଟନାୟକ, ଗାୟକ କଳାନିଧି ମନୋଜ କୁମାର ମିଶ୍ର, ଗାୟକ କୌସ୍ତୁଭ ରବିନ୍ଦ୍ର କୁମାର ସାମନ୍ତରାୟ,
ଡଃ ରାଜ କିଶୋର ନାୟକ, ରାଜ୍ୟ ପାଲା ଗାୟକ ପରିଷଦର ଆଇନ ପରାମର୍ଶଦାତା ପ୍ରତାପ ଚନ୍ଦ୍ର ପ୍ରଧାନ, ଗାୟକ ସାରସ ସୁଦର୍ଶନ ମହାପାତ୍ର, ପିତାମ୍ବର ରାଉତ, ଅବସରପ୍ରାପ୍ତ ପ୍ରଶାସକ ପଦ୍ମନାଭ ସେଠୀ, ପରିବେଶ ବିଜ୍ଞାନୀ ପଣ୍ଡିତ ପଦ୍ମନାଭ ତ୍ରିପାଠୀ, ଶରତଚନ୍ଦ୍ର ଦାଶ, ବଂଶୀଧର ଦାଶ, ଅର୍କମଣ୍ଡଳ ପାଲାଗାୟକ ପରିଷଦର ସଭାପତି ଉପେନ୍ଦ୍ର ନାଥ ବେହେରା ଓ ଲମ୍ବୋଦର ବେହେରା ପ୍ରମୁଖ ଯୋଗ ଦେଇ ଗୁରୁ ଶିଷ୍ୟ ପରମ୍ପରା ସମ୍ପର୍କରେ ଆଲୋଚନା କରିଥିଲେ। ପବିତ୍ର ଗୁରୁଦିବସ ଅବସରରେ ଗୁରୁ ପୂଜନ ଉତ୍ସବ ଓ ଗୁରୁ ପ୍ରଣାମ କାର୍ଯ୍ୟକ୍ରମ ଧାର୍ମିକ ରୀତିନୀତି ଓ ପରମ୍ପରା ଉଜ୍ଜୀବିତ ରଖିବା ପାଇଁ ଆୟୋଜିତ ହୋଇଥିଲା। ଏହି ଅବସରରେ ପଣ୍ଡିତ ରମାକାନ୍ତ ମିଶ୍ର, ଶିକ୍ଷାବିତ ବିଜୟ କୁମାର ଘୋଷ, ମିହିର କୁମାର ଆଚାର୍ଯ୍ୟ ଓ ବିରଂଚି ରାଉତରାୟ ପ୍ରମୁଖଙ୍କୁ ସମ୍ମାନିତ କରାଯାଇଥିଲା।
ଏହି ପରିପ୍ରେକ୍ଷୀରେ ରାଜ୍ୟ ପାଲା ମହୋତ୍ସବ ସମ୍ମାନରେ ଖଗେଶ୍ବର ମାର୍ଥା ଓ ମଙ୍ଗରାଜ ବିଶ୍ବାଳଙ୍କ ସମେତ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ପ୍ରାୟ ୨୦ରୁ ଊର୍ଦ୍ଧ୍ବ ପ୍ରତିଭାଧାରୀ ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି ପରିପ୍ରେକ୍ଷୀରେ ଗାୟକ ଆନନ୍ଦ ବସନ୍ତ କୁମାର ରାଉତଙ୍କ ଜନ୍ମ ଜୟନ୍ତୀ ପାଳନ କରାଯାଇଥିଲା। ଏହି ପରିପ୍ରେକ୍ଷୀରେ ବାର୍ଷିକ ମୁଖପତ୍ର ବସନ୍ତାୟନକୁ ଅତିଥି ମାନଙ୍କ ଦ୍ଵାରା ଉନ୍ମୋଚିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ୨୦୦ରୁ ଊର୍ଦ୍ଧ୍ବ ଗାୟକ, ବାୟକ, ପାଲା କଳାକାର ମାନଙ୍କ ସମେତ ସଂସ୍କୃତି ପ୍ରେମୀ ମାନେ ଯୋଗଦାନ କରିଥିଲେ। ଏହି କାର୍ଯ୍ୟକ୍ରମକୁ ଶ୍ରୀ ଜଗନ୍ନାଥ ପାଲା ଗବେଷଣା ଓ ତାଲିମ କେନ୍ଦ୍ରର ଗାୟକ ବାଚସ୍ପତି ପଣ୍ଡିତ ବନବିହାରୀ ଗ୍ରହାଚାର୍ଯ୍ୟ, ଅଜୟ କୁମାର ଦୀକ୍ଷିତ, ମଙ୍ଗରାଜ ବିଶ୍ବାଳ, ଗଗନ ବିହାରୀ ସାହୁ ଓ ଉପେନ୍ଦ୍ର ନାଥ ସ୍ଵାଇଁଙ୍କ ସମେତ ସମେତ ସମସ୍ତ କର୍ମକର୍ତ୍ତା ମାନେ ପରିଚାଳନା କରିଥିଲେ ।
No Result
View All Result