No Result
View All Result
ଗୁରୁ ଶ୍ରେଷ୍ଠ,ଗୁରୁ ମାର୍ଗଦର୍ଶକ,ଗୁରୁହିଁ ଆଲୋକର ଉତ୍ସ
0୫ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଭପୁର :-> ନୟାଗଡ଼ ଜିଲ୍ଲା ଭାପୁର ସଦର ମହକୁମାରେ ଅବସ୍ଥିତ ନୋଡାଲ ଉଚ୍ଚ ବିଦ୍ୟାଳୟ ପରିସରରେ “ଶାନ୍ତି ପ୍ରଗତି ମୈତ୍ରୀର ପୁର, ସ୍ୱାଭିମାନୀ ମାଟି ମୋ ଭାପୁର ଆନୁକୂଲ୍ୟରେ ୩ୟ ବାର୍ଷିକ ଗୁରୁ ସାକ୍ଷାତ ପରଂବ୍ରହ୍ମ କାର୍ଯ୍ୟକ୍ରମ ମୋ ମାଟି ଭାପୁର କମିଟିର ଅଧକ୍ଷ ବେଣୁଧର ପ୍ରଧାନଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଗୁରୁବାର ଦିନ ଅନୁଷ୍ଠିତ ହୋଇଯାଇଅଛି l
ଏହି ବ୍ଲକସ୍ତରୀୟ ଗୁରୁ ସାକ୍ଷାତ ପରଂବ୍ରହ୍ମ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଭୁବନେଶ୍ୱର ପୂର୍ବତନ ସାଂସଦ ତଥା କବି ପ୍ରସନ୍ନ ପାଟଶାଣି, ମୁଖ୍ୟ ବକ୍ତାଭାବେ ପ୍ରଫେସର ଦାସ ବେନୁହର ଓ ସମ୍ମାନିତ ଅତିଥିଭାବେ ଖଣ୍ଡପଡା ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ସିଦ୍ଧାର୍ଥ ଶେଖର ସିଂ, ଖଣ୍ଡପଡା ବ୍ଲକ ଅଧକ୍ଷା ଉପମା ବେହେରା, ଉପାଧ୍ୟାକ୍ଷ ଶିଶିର କୁମାର ସାହୁ, ଶିକ୍ଷାବିତ ପ୍ରଫୁଲ୍ଲ ମହାନ୍ତି, ଭାପୁର ବ୍ଲକ ଅଧକ୍ଷା ସାବିତ୍ରୀ ପ୍ରଧାନ,
ଉପାଧ୍ୟକ୍ଷ ବେଣୁଧର ପ୍ରଧାନ ପ୍ରମୁଖ ଯୋଗଦେଇ ଜଗତରନାଥ ଜଗନ୍ନାଥଙ୍କ ପ୍ରତିମୂର୍ତ୍ତିରେ ଫୁଲ,ଚନ୍ଦନ ଓ ପ୍ରଦୀପ ପ୍ରଜ୍ବଳନ କରି ଏହାକୁ ଶୁଭ ଉଦଘାଟନ କରିଥିଲେ l ଏହି କାର୍ଯ୍ୟକ୍ରମରେ ଭାପୁର ବ୍ଲକର ସମସ୍ତ ନିର୍ବାଚିତ ସରପଞ୍ଚ ଓ ସମିତିସଭ୍ୟ/ସଭ୍ୟା ଓ ମୋ ମାଟି ଭାପୁର କମିଟିର ସମସ୍ତ ସଦସ୍ୟ ଉପସ୍ଥିତ ରହି ସହଯୋଗ କରି ପରିଚାଳନା କରିଥିଲେ l ମୋ ମାଟି ଭାପୁର କମିଟି ଅଧକ୍ଷ ବେଣୁଧର ପ୍ରଧାନ ସ୍ୱାଗତ ଭାଷଣ ଦେଇ ଅତିଥି ପରିଚୟ ପ୍ରଦାନ କରିଥିଲେ l
ମୁଖ୍ୟଅତିଥି ଭୁବନେଶ୍ୱର ପୂର୍ବତନ ସାଂସଦ ଶ୍ରୀ ପଟ୍ଟଶାଣୀ ଗୁରୁ ହେଉଛନ୍ତି ଦେଶ ବିକାଶର ଚାବିକାଠି ବୋଲି ନିଜ ମନ୍ତବ୍ୟରେ କହିଥିଲେ l ଗୁରୁ ସାକ୍ଷାତ ପରଂବ୍ରହ୍ମ କାର୍ଯ୍ୟକ୍ରମରେ ଭଜନ ଓ ଓଡିଶୀ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମମାନେ ଆୟୋଜିତ ହୋଇଥିଲା l ମୋ ମାଟି ଭାପୁର ତରଫରୁ ସାଂସ୍କୃତିକ କାର୍ଯ୍ୟକ୍ରମରେ କୃତି ପ୍ରତିଯୋଗୀମାନଙ୍କୁ ଉତ୍ସଚିହିତକରି ପୁରସ୍କୃତ କରାଯାଇଥିଲା l ପରିଶେଷରେ ବିଜୟ କୁମାର ତ୍ରିପାଠୀ ସମସ୍ତଙ୍କର ନିରୋଗ ଜୀବନ କାମନା କରି ଧନ୍ୟବାଦ ଅର୍ପଣ କରିଥିଲେ l
No Result
View All Result