No Result
View All Result
0୪ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଖପ୍ରାଖୋଲ :-> ଗତ ୧ ତାରିଖ ରବିବାର ଦିନ ମଧ୍ୟାହ୍ନ ସମୟରେ ଲାଠୋର ରୁ ବୁଢାଛାପର ଯିବା ରାସ୍ତାରେ ବନ୍ଧୁକ ଦେଖାଇ ସ୍ପଷ୍ଟ ଦିବାଲୋକରେ ୬୦୦୦ ଟଙ୍କା ଲୁଟ୍ ଘଟଣାରେ ଆଜି ପୋଲିସ ସମ୍ପୃକ୍ତ ୩ ଜଣ ଅପରାଧୀଙ୍କୁ ଗିରଫ କରିଛି । ସୂଚନା ଅନୁଯାୟୀ ବଲାଙ୍ଗୀର ଜିଲ୍ଲା ଲାଠୋର ଥାନା ଅନ୍ତର୍ଗତ ବୁଢାଛାପର ଗ୍ରାମର ଗୋପାଲ ବିଶ୍ୱାଲ ଏବଂ ସାଙ୍ଗ ଟଙ୍କଧର ବେମାଲ ଲାଠୋର ରେ କାମ ସାରି ଅପରାହ୍ନ ୩ଟା ସମୟରେ ନିଜ ଗାଁ କୁ ଫେରୁଥିଲେ । ଟଙ୍କପାଣି ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ୩ଜଣ ଲୁଟେରା ଆସି ରିଭଲଭର ଦେଖାଇ ଗୋପାଲ ବିଶ୍ୱାଲଙ୍କ ଠାରୁ ଛଅ ହଜାର ଟଙ୍କା ଲୁଟିନେବା ସହ ବାଇକ ଚାବି ଛଡାଇ ଫେରାର ହୋଇଯାଇଥିଲେ ।
ଏହି ଘଟଣାକୁ ନେଇ ଶ୍ରୀ ବିଶ୍ୱାଲଙ୍କ ପକ୍ଷରୁ ଗତ୨ ତାରିଖ ଲାଠୋର ଥାନାରେ କେସ ନଂ ୧୯୪/୨୦୨୪ ରେ ଏକ ମାମଲା ରୁଜୁ ହୋଇଥିଲା । ଏହାପରେ ଲାଠୋର ଥାନାଧିକାରୀ ରାକେଶ ବେହେରାଙ୍କ ନିର୍ଦ୍ଦେଶକ୍ରମେ ଗୋଟିଏ ଟିମ ଗଠନ କରି ଛାନଭିନ ଆରମ୍ଭ କରିଥିଲେ । ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଗତକାଲି ଘଟଣାରେ ସମ୍ପୃକ୍ତ ୩ ଜଣ ଅପରାଧୀଙ୍କୁ ପୋଲିସ ଗିରଫ କରିଛି । ଅଭିଯୁକ୍ତ ମାନେ ହେଲେ ଲାଠୋର ଥାନା ଟଙ୍କପାଣି ଗ୍ରାମର ପୃଥ୍ୱୀରାଜ ବାଗ(୨୧), ଗୋରେଖ କରୁଆଁ(୧୯) ଏବଂ ଜଣେ ୧୫ ବର୍ଷର ନାବାଳକ ବୋଲି ଜଣାପଡିଛି ।
ଏହା ସହିତ ସେମାନଙ୍କ ନିକଟରୁ ୩୫୦୦ ଟଙ୍କା, ଗୋଟିଏ ଦେଶୀ ରିଭଲଭର, ଗୋଟିଏ ଜୀବନ୍ତ ଗୁଳି, ଗୋଟିଏ ଏଆର ଗନ, ମୋବାଇଲ ଏବଂ ବାଇକ ଚାବି ଜବତ ହୋଇଛି । ଅଭିଯୁକ୍ତ ମାନଙ୍କୁ ଡକାୟତି ଏବଂ ଆର୍ମସ ଏକ୍ଟରେ କୋର୍ଟ ଚାଲାଣ କରାଯାଇଥିବା ଜଣାପଡିଛି । ଏ ନେଇ ଆଜି ମଧ୍ୟାହ୍ନରେ ପାଟଣାଗଡ଼ ଥାନାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ପାଟଣାଗଡ ଏସଡିପିଓ ସଦାନନ୍ଦ ପୁଝାରୀ ଗଣ ମାଧ୍ୟମକୁ ସୂଚନା ଦେଇଛନ୍ତି ଏବଂ କହିଛନ୍ତି ଅଞ୍ଚଳରୁ ବେଆଇନ କାର୍ଯ୍ୟକଳାପରେ ଲିପ୍ତ ଥିବା ଲୋକଙ୍କୁ କଦାପି ମାଫ କରାଯିବ ନାହିଁ ।
No Result
View All Result