No Result
View All Result
0୪ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଦଶପଲ୍ଲା ; -> ସ୍ବାଧୀନତାର ୭୬ ବର୍ଷ ପରେ ବି ଆଦିବାସୀ ଗାଁ କୁ ନାହିଁ ରାସ୍ତା ଖଣ୍ଡିଏ । ମୈlଳିକ ସୁବିଧା ସୁଯୋଗ ରୁ ବଞ୍ଚିତ ପେହଲାଜୁ ଗ୍ରାମବାସୀ । ଜଂଗଲ ପାହାଡ ରାସ୍ତାରୃ ୪ କିମି ଆସିଲେ ମିଳେ ରାସନ ଓ ପାଠ ପଢ଼ନ୍ତି ପିଲା । ପ୍ରତି ୫ ବର୍ଷରେ ଥରେ ଆସୁଛି ନିର୍ବାଚନ । ପଞ୍ଚାୟତ ସ୍ତରରୁ ଆରମ୍ଭ କରି ପାର୍ଲାେମଣ୍ଟ ପର୍ଯ୍ୟନ୍ତ ବଦଳୁଛନ୍ତି ନେତା ଓ ମନ୍ତ୍ରୀ। ମାତ୍ର ବଦଳି ପାରୁନି ଦଶପଲ୍ଲା ବ୍ଲକ ଅନ୍ତର୍ଗତ ଟାକରା ପଞ୍ଚାୟତର ରାଜସ୍ବ ଗ୍ରାମ ପେହେଲାଜୁ ବାସୀଙ୍କ ଭାଗ୍ୟ। କେବଳ ପ୍ରତିଶୃତିର ପାହାଡ଼ ଉପେରେ ଛିଡ଼ା ହୋଇଛି ଆଦିବାସୀଙ୍କ ଭାଗ୍ୟ । ଶିକ୍ଷା, ସ୍ବାସ୍ଥ୍ୟ ଓ ଗମନାଗମନ ଠାରୁ ଆରମ୍ଭକରି ରାସନ ସାମଗ୍ରୀ ପାଇଁ ହେଉ କି ଭତ୍ତା ଆଣିବା ପାଇଁ ୪ କିମି ବଣ, ଜଙ୍ଗଲ ଘେରା ରାସ୍ତା ଅତିକ୍ରମ କଲେ ମିଳୁଛି ସୁବିଧା ।

ସ୍ବାଧୀନତାର ଦୀର୍ଘ ୭ ଦଶନ୍ଧି ପରେ ଗ୍ରାମବାସୀଙ୍କ ଏ ଭଳି ଦୁର୍ଦ୍ଦଶା ।ବାସ୍ତବରେ ସରକାରୀ ଯୋଜନା ପ୍ରତି ଉପହାସ ଭଳି ମନେ ହେଉଛି । ଗ୍ରାମର ନୀଳାମ୍ବର ମାଝି, ଅମିନ ମାଝି, ମାନ ମାଝି, ପ୍ରଫୁଲ୍ଲ ଜାନୀ, ପ୍ରସନ୍ନ ଜାନୀ, ରଞ୍ଜିତ୍ ମାଝି, ସାେହବ ମଳିକ, ହାରାବତୀ ମାଝି ଆଦି ୧୩ଟି ପରିବାରର ୬୦ରୁ ଉର୍ଦ୍ଧ୍ବ ଜନସାଧାରଣ ବସବାସ କରୁଛନ୍ତି। ସମସ୍ତ ପରିବାର ଆଦିବାସୀ ଏବଂ ଦାରିଦ୍ର୍ୟ ସୀମାେରଖା ତଳେ ବସବାସ କରୁଥିେଲ ମଧ୍ୟ ମୈlଳିକ ସୁବିଧା ସୁଯୋଗ ଆଜି ବି ଏମାନଙ୍କ ପାଇଁ ଅପହଞ୍ଚ ହୋଇଇ ରହିଛି। ଗାଁ କୁ ରାସ୍ତା ନିର୍ମାଣ ପାଇଁ ଅର୍ଥ ମଞ୍ଜୁର ହୋଉଛି ସତ, ହେଲେ ତାଳିପକା ଭାବେ , ମୋରମ୍ ବିଛାଇ କୁଜିନେତା ଓ ସରକାରୀ ବାବୁ ମାନେ ଲକ୍ଷଲକ୍ଷ ଟଙ୍କା ଆତ୍ମସାତ୍ କରି ନେଉଛନ୍ତି । ଚାଷବାସ କରି ଗ୍ରାମବାସୀ ଜୀବିକା ନିର୍ବାହ କରୁଥିବା ବେଳେ ତାହା

ପୁଣି ବର୍ଷା ଉପରେ ନିର୍ଭର କରିଥାଏ । କୁନିକୁନି ଛୁଆମାେନ ଅଙ୍ଗନବାଡ଼ି ଯିବାକୁ ହେଲେ ଜଙ୍ଗଲ ରାସ୍ତାେର ୪ କିମି ରାସ୍ତା ଯିବାକୁ ପଡ଼ିଥାଏ । ତେଣୁ କୈlଣଷି ଶିଶୁ ଅଙ୍ଗନବାଡ଼ି ମାଡ଼ନ୍ତି ନାହିଁ। ପ୍ରତିମାସରେ ରାସନ ସାମଗ୍ରୀ ଓ ଭତ୍ତା ଆଣିବା ପାଇଁ ବହୁ କଷ୍ଟରେ ଯାତାୟତ କରିଥାନ୍ତି ଗ୍ରାମବାସୀ । ରାସ୍ତା ପାଇଁ ଗ୍ରାମବାସୀ ନାନା ସମସ୍ୟା ଭୋଗୁଥିଲାବେଳେ, ଜରୁରୀକାଳୀନ ପରିସ୍ଥିତିରେ ରୋଗୀ ଏବଂ ଏବଂ ଗର୍ଭବତୀଙ୍କୁ ଭାରା କରି ୪ କିମି ଆଣିବା ପେର ଅଟୋ କିମ୍ବା ଆମ୍ବୁଲାନ୍ସ ମିଳିଥାଏ । ସେହି ଭଳି ପାନୀୟ ଜଳ କଥା ନକହିବା ଭଲ । ଗ୍ରାମର ୨ ଗୋଟି ନଳକୂପ ରହିଥିବା ବେଳେ ଅଧିକାଂଶ ସମୟ ନଳକୂଅ ଅଚଳ ରହିଥାଏ । ତେଣୁ ବୃତଙ୍ଗ ନଦୀରେ ଚୁଆକରି ପାଣି ଆଣିବାକୁ ପଡିଥାଏ । ଗଁରେ ମାସର ପ୍ରାୟ ୨୫ ଦିନ ବିଦ୍ୟୁତ୍ ସଂଯୋଗ ରୁହେ ନାହିଁ। ଜିଲ୍ଲା ପ୍ରଶାସନ ଏହି ଗ୍ରାମପ୍ରତି ଦୃଷ୍ଟି ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି ।

No Result
View All Result