0୩ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଗୋପ :-> ପୁରୀ ଜିଲ୍ଲା ର ଗୋପ ବ୍ଲକ ରେ ପ୍ରଥମ କରି ତହସିଲ ସ୍ଥାପନ ହୋଇଥିଲା 19/04/2008 ମସିହା ରେ ଆଉ ପ୍ରଥମ ତହସିଲଦାର ଭାବେ ଯୋଗ ଦେଇଥିଲେ କାଁହୁଚରଣ ଧୀର ମାତ୍ର 15 ଦିନ ମଧ୍ୟରେ ଅନ୍ୟତ୍ର ବଦଳୀ ହୋଇଯାଇଥିଲା l ତାପରେ ସମ୍ବିତ କୁମାର ରାଉତ ଦୁଇବର୍ଷ ପୂର୍ବରୁ ଅନ୍ୟତ୍ର ବଦଳୀ l ତାପରେ ସୁରେଶ ଚନ୍ଦ୍ର ସେନାପତି ମାତ୍ର ୬ ମାସ ମଧ୍ୟରେ ଅନ୍ୟତ୍ର ବଦଳୀ l ତାପରେ ଭବାନୀ ଶଙ୍କର ମିଶ୍ର ବର୍ଷେ ପୁରିବା ପୂର୍ବରୁ ବଦଳୀ l ତାପରେ ଗଗନ ବିହାରୀ ସାହୁ ଦୁଇ ବର୍ଷ ଭିତରେ ବଦଳୀ l ତାପରେ ପ୍ରାଚୀ ମହାପାତ୍ର ମାତ୍ର 18 ଦିନ ଭିତରେ ବଦଳୀ l ତାପରେ ହରପ୍ରିୟା ଦାଶ 15 ମାସ ମଧ୍ୟରେ ବଦଳୀ l ତାପରେ ଉମାକାନ୍ତ ନାୟକ ମାତ୍ର ଏକ ମାସ ରେ ବଦଳୀ l.

ତାପରେ ସୋନିଆ ବେହେରା ଦୁଇବର୍ଷ ମଧ୍ୟରେ ବଦଳୀ l ତାପରେ ଦୁର୍ଗା ଚରଣ ମୁର୍ମୁ ଏକ ବର୍ଷ ଭିତରେ ବିଦାୟ l ତାପରେ କମଳଜୀତ ଦାସ ମାତ୍ର ୬ ଦିନ ଭିତରେ ବିଦାୟ l ତାପରେ ସୁଧାକର ସାମନ୍ତରାୟ ମାତ୍ର ୫ ମାସ ମଧ୍ୟରେ ବଦଳୀ l ତାପରେ ବିବେକାନନ୍ଦ ସାହୁ ଏକ ମାସ ସମୟରେ ବଦଳୀ l ତାପରେ ପୃଥ୍ୱୀରାଜ ମଣ୍ଡଳ ଏକବର୍ଷ ଭିତେ ଛୁ ମାରିଲେ l ତାପରେ ପ୍ରେମାଂଶୁ ଚାନ୍ଦ 4 ମାସ ଭିରେ ବିଦାୟ l ତାପରେ ସୁଭାଶିଷ ପାଲଟା 5 ମାସ ମଧ୍ୟରେ ପରିବର୍ତ୍ତନ l ତାପରେ ସରତ କୁମାର ପରିଡା ୬ ମାସ ଭିତର ପରିବର୍ତ୍ତନ ସବରେଜିଷ୍ଟର କାର୍ଯ୍ୟାଳୟ କୁ l ତାପରେ ସେକ ସାଗୀର ମଧ୍ୟ ଦୁଇବର୍ଷ ବିତାଇବା ତାଙ୍କ ପାଇଁ କଷ୍ଟକର ହୋଇଥିଲା l ତାପରେ ଭାଗ୍ୟଶ୍ରୀ ହାଁସଦା ୫ ମାସରେ ବିଦାୟ ନେଇଥିଲେ l ତାପରେ ସ୍ମୃତିପ୍ରଜ୍ଞା ପ୍ରୟଦର୍ଶିନୀ ଗୋଟେ ମାସ ମଧ୍ୟରେ ବିଦାୟ l ତାପରେ ରଞ୍ଜନ କୁମାର ପରିଡା ମାତ୍ର 10 ମାସ ଭିତରେ ଜିଲ୍ଲାପାର ହେବାକୁ ପଡିଲା l

ଏବେ ଗୋପ ର 24 ତମ ନୂତନ ତହସିଲଦାର ଭାବେ ଯୋଗ ଦେଲେ ଅନିଲ କୁମାର ମହାନ୍ତି l ଗୋପ ଓ କୋଣାର୍କ ର ବିଭିର୍ଣ୍ ଅନୁଷ୍ଠାନର ସଦସ୍ୟ ଓ ଦଳୀୟ କର୍ମକର୍ତ୍ତା ଏବଂ ଉତ୍ସର୍ଗ ପରିବାର ର ସଭାପତି ବିଷ୍ଣୁ ଚରଣ ପ୍ରଦାନ, ସୂଚନା ଅଧିକାରୀ କର୍ମୀ ତଥା ଟ୍ୱଇଟର ଆକ୍ଟିଭିଟିସ ସନ୍ତୋଷ କୁମାର ନାୟକ, ଦୀପକ ପ୍ରଧାନ ପ୍ରଭୁତି ନୂତନ ତହସିଲଦାର ଙ୍କୁ ପୁଷ୍ପଗୁଚ୍ଛ ଓ ଉତ୍ତରୀ ଦେଇ ସ୍ୱାଗତ କରିଥିଲେ l ମାତ୍ର 16 ବର୍ଷ ଭିତରେ 23 ଜଣ ତହସିଲଦାର ଙ୍କୁ ବଦଳୀ ହେବାଦ୍ଵାରା କୌଣସି ସମସ୍ୟାର ସମାଧାନ ହୋଇପାରୁନାହିଁ l କାରଣ ଗୋପ ଓ କୋଣାର୍କ ଅଞ୍ଚଳ କୁ ନେଇ ଗଠିତ ହୋଇଥିବା ତହସିଲ ଟି ରେ ଅନେକ ଜମିଜମା ସମସ୍ୟା ରହୁଛି l ଜଣେ ତହସିଲଦାର ବୁଝିବା ପୂର୍ବରୁ ଅନ୍ୟତ୍ର ବଦଳୀ ହେଉଥିବାରୁ ସମସ୍ୟାର ସମାଧାନ ହୋଇପାରୁନାହିଁ l ବର୍ତମାନ ନୂତନ ତହସିଲଦାର ଙ୍କୁ ନେଇ ଗୋପ ଓ କୋଣାର୍କ ଅଞ୍ଚଳ ବାସୀଙ୍କ ମନରେ ଅନେକ ଆଶା ଓ ବିଶ୍ୱାସ ପୂର୍ବରୁ ଥିବା ତହସିଲଦାର ଙ୍କ ଠାରୁ ଅଧିକ ସମୟ ଗୋପରେ ରହି ସମସ୍ତ ସମସ୍ୟା ର ସମାଧାନ କ୍ଷେତ୍ରରେ ଅଗ୍ରସର ହୁଅନ୍ତୁ ବୋଲି ଗୋପ ବାସୀଙ୍କ ଇଚ୍ଛା l