No Result
View All Result
0୨ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) କଟକ :-> କଟକ ସଦର ବ୍ଲକ ଆମଣ ପଞ୍ଚାୟତର ଆମଣ – ଶାସୋଳ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ପରିସରରେ ସୋମବାର ଦିନ ଏକ ମେଗା ବାର୍ଦ୍ଧକ୍ୟ ଆୟୁଷ ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଥିଲା । ଆମଣ ସରପଞ୍ଚ ମାନସୀ ପୃଷ୍ଟି ଯୋଗ ଦେଇ ଶିବିରକୁ ଉଦଘାଟନ କରିଥିଲେ । ସମିତି ସଭ୍ୟ ରାଜ କିଶୋର ପଟ୍ଟନାୟକ , ଜିଲ୍ଲା ପରିଷଦ ସଭ୍ୟ ଆଶାଲତା ବେହେରା,
ବିପ୍ର ଚରଣ ଭୋଳ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଆୟୋଜିତ ସ୍ୱାସ୍ଥ୍ୟ ମେଳାରେ କଟକ ଜିଲ୍ଲା ଆୟୁର ବେଦ ଚିକିତ୍ସା ଅଧିକାରୀ ଡ଼ାକ୍ତର ନିଶାକର ପଟ୍ଟନାୟକ, ଆମଣ ଶାସୋଳ ଆୟୁରବେଦିକ ସ୍ୱାସ୍ଥ୍ୟ କେନ୍ଦ୍ରର ଡ଼ାକ୍ତର ତୀର୍ଥ ପ୍ରସାଦ ବରାଳ, ଡ଼ାକ୍ତର ରାଧାକାନ୍ତ ସାହା , ଡାକ୍ତର ମିତାରାଣୀ ମହାନ୍ତି ପ୍ରମୁଖ ବାର୍ଦ୍ଧକ୍ୟ ଲୋକଙ୍କର ପାଇଲିସ୍ ,
ଡ଼ଇବେଟିସ, ବ୍ଲଡ଼ପ୍ରେସର , ସ୍ନାୟୁ, ଆଦି ପରୀକ୍ଷା କରି ମାଗଣାରେ ପରାମର୍ଶ ଦେବା ସହ ଔଷଧ ପ୍ରଦାନ କରିଥିଲେ । ଏହି ଚିକିତ୍ସା ଶିବିରରେ ପଞ୍ଚାୟତର ଆମଣ,ଶାସୋଳ, ବିଶ୍ୱ।ଳପଡା , ସବଳପୁର, ବାଗଧରାପୁର, ଚାମରପଡା , ଅଡାଳିଆ, ଆଦି ଆଖପାଖ ଗ୍ରାମର ଦୁଇ ଶହ ରୋଗୀ ଯୋଗ ଦେଇ ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହିତ ଔଷଧ ନେଇଥିଲେ ।
No Result
View All Result