No Result
View All Result
0୧ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) କଟକ :-> ବିଶ୍ୱ ହିନ୍ଦୁ ପରିଷଦ ଧାକୁଲେଇ ପ୍ରଖଣ୍ଡ ପକ୍ଷରୁ ରବିବାର ଦିନ କଟକ ସଦର ଥାନା ନିକଟରେ ୬୦ ତମ ବିଶ୍ୱ ହିନ୍ଦୁ ପ୍ରତିଷ୍ଠା ଉତ୍ସବ ଓ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ବଳିଦାନ ଦିବସ ପାଳନ କରାଯାଇଥିଲା । ବିଶ୍ୱ ହିନ୍ଦୁ ପରିଷଦ ଧାକୁଲେଇ ପ୍ରଖଣ୍ଡର ଉପ ସଭାପତି ଆଡ଼ଭୋକେଟ ନଳୀନ କୁମାର ସ୍ୱାଇଁ ସଭା ପରିଚାଳନା କରିଥିଲେ । ଏଥିରେ ସ୍ତମ୍ବକାର ଶ୍ରୀ ଶନ୍ୟାସି ଜୀ ,ବିଶ୍ୱ ହିନ୍ଦୁ ପରିଷଦର କେନ୍ଦ୍ରୀୟ ମନ୍ତ୍ରୀ ବସନ୍ତ କୁମାର ରଥ ମୁଖ୍ୟ ବକ୍ତା , କଟକ ଗୋ ସୁରକ୍ଷାର ପ୍ରମୁଖ ପବିତ୍ର କୁମାର ଦାସ, ଧାକୁଲେଇ ପ୍ରଖଣ୍ଡର ସଭାପତି ଦିଲିପ କୁମାର ସ୍ୱାଇଁ ,.
ବିଶ୍ୱ ହିନ୍ଦୁ ପରିଷଦ କଟକ ନଗର ସଂପାଦକ ଦେବୀ ପ୍ରସାଦ ମହାପାତ୍ର , କଟକ ନଗର ବିଶ୍ୱ ହିନ୍ଦୁ ପରିଷଦର ଉପ ସଭାପତି ବିଶ୍ୱ ରଞ୍ଜନ ଦେବତା ,ମନୋଜ ଆଚାର୍ଯ୍ୟ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ କହିଲେ ଯେ, ହିନ୍ଦୁ ସମାଜକୁ ଆଗକୁ ନେବାକୁ ହେଲେ ସମସ୍ତ ହିନ୍ଦୁ ଏକତ୍ରିତ ହୋଇ କାର୍ଯ୍ୟ କରିବାକୁ ପଡ଼ିବ । ଦେଶ ଏବଂ ହିନ୍ଦୁତ୍ୱକୁ ସୁଦୃଢ କରିବା ସହିତ ଅଣ ହିନ୍ଦୁ ମାନେ ଆମ ଦେଶରେ ହିନ୍ଦୁ ମାନଙ୍କ ମନରେ ଯେଭଳି ବିଭେଦ ସୃଷ୍ଟି କରି ନପାରିବେ ସେଦିଗର ସଚେତନ ରହିବା ପାଇଁ ଆହ୍ୱାନ ଦେଇଥିଲେ ।
ଏହି କାର୍ଯ୍ୟକ୍ରମରେ ବିଶ୍ୱ ହିନ୍ଦୁ ପରିଷଦ ଧାକୁଲେଇ ପ୍ରଖଣ୍ଡର ଯୁଗ୍ମ ସଂପାଦକ ଦିନକୃଷ୍ଣ ମହାନ୍ତି ( ମିଟନ) ,ଉପ ସଭାପତି ଦୂର୍ଗା ଚରଣ ନାୟକ, ଉପ ସଭାପତି ଅମୂଲ୍ୟ କୁମାର ସାହୁ ,ସଂପାଦକ ତପନ କୁମାର ମହାନ୍ତି, ସଂଗ୍ରାମ ମହାନ୍ତି, ନିରଞ୍ଜନ ନାୟକ, କାଶିନାଥ ଜେନା, ପୂର୍ଣ୍ଣ ଚନ୍ଦ୍ର ଜେନା, ଅରିନ୍ଦମ୍ ମହାନ୍ତି,ରାକେଶ ପ୍ରଧାନ,ସୁମନ୍ତ ରାଉତ,ଚିନ୍ମୟ ପାତ୍ର ,ଦେବିଦତ୍ତ ତ୍ରିପାଠୀ, ସୁବାଷ ଚନ୍ଦ୍ର ମୁଖୀ ,ପ୍ରଦୀପ ସେନାପତି, ସନ୍ତୋଷ କୁମାର ସେନାପତି, ସୁଶାନ୍ତ କୁମାର ଦାସ, କଳ୍ପତରୁ ନାୟକ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।
No Result
View All Result