No Result
View All Result
୩୧ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) କଣାର୍କ :-> କୋଣାର୍କ ବିଜ୍ଞାପିତ ଅଞ୍ଚଳ ପରିସରରେ ସ୍ବାୟତ୍ତ ଶାସନ ଦିବସ ପାଳିତ ହୋଇଯାଇଅଛି । କୋଣାର୍କ ଏନ୍ ଏ ସି ୪୧ତମ ସ୍ୱାୟତ୍ତ ଶାସନ ଦିବସରେ ମୁଖ୍ୟ ଅତିଥି ରୂପେ କାକଟପୁର ବିଧାୟକ ତୁଷାରକାନ୍ତି ବେହେରା ମୁଖ୍ୟ ଅତିଥି ରୂପେ ଯୋଗଦେଇଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ ଅଧ୍ୟକ୍ଷା ସୁଶ୍ରୀ ସଂଯୁକ୍ତା ତ୍ରିପାଠୀ,
କାର୍ଯ୍ୟନିର୍ବାହୀ ଅଧିକାରୀ ସେତ୍ୱପଦ୍ମା ଧଳ, ଉପାଧକ୍ଷ ସୁରେଶ ଚନ୍ଦ୍ର ରାଉତରାୟଙ୍କ ସମେତ ସମସ୍ତ ୧୩ଗୋଟି ୱାର୍ଡର କାଉନସିଲର ମାନେ ଉପସ୍ଥିତ ରହିଥିଲେ । ଏହି ଅବସରରେ ଅନୁଷ୍ଠିତ ସାଧାରଣ ସଭାରେ କୋଣାର୍କ ଏନ୍ ଏ ସିରେ ଥିବା ସମସ୍ୟା ଗୁଡ଼ିକ ତୁରନ୍ତ ସମାଧାନ କରାଯିବା ପାଇଁ ଅତିଥି ମାନେ ମତବ୍ୟକ୍ତ କରିଥିଲେ।
ପରିଷଦ ପକ୍ଷରୁ ସଫେଇ କର୍ମଚାରୀ ମାନଙ୍କୁ ପୋଷାକ ବଣ୍ଟନ କରାଯାଇଥିବା ବେଳେ ଡାକ୍ତରଖାନାରେ ରୋଗୀ ମାନଙ୍କୁ ଫଳ ବଣ୍ଟନ କରାଯାଇଥିଲା। ଏନ୍ ଏ ସି ପରିସରରେ ଏକ ସଭା ଗୃହକୁ ମାନ୍ୟବର ବିଧାୟକ ଉଦ୍ଦଘଟାନ କରିଥିବା ବେଳେ ୭ନଂରେ ମୁକ୍ତା ଯୋଜନାରେ ନିର୍ମିତ ମିନି ପାର୍କକୁ ସର୍ବସାଧାରଣଙ୍କ ନିମନ୍ତେ ଲୋକାର୍ପିତ କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ଏନ୍ ଏ ସିର ସମସ୍ତ କର୍ମଚାରୀ ବୃନ୍ଦ ପରିଚାଳନା କରିଥିଲେ।

No Result
View All Result