No Result
View All Result
୩୧ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ନୂଆଗାଁ :-> ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଶିକ୍ଷା କାର୍ଯ୍ୟାଳୟ ଅଧୀନରେ ଥିବା ସଂପଡା କ୍ଲଷ୍ଟର ର ମସ୍କାବାରୀ ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଜଗନ୍ନାଥ ବେହେରା ଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସଭାରେ ନୂଆଗାଁ ପ୍ରାଥମିକ ଶିକ୍ଷକ ସଂଘ ର ସଭାପତି ସୀମାଞ୍ଚଳ ସେନାପତି ଙ୍କ ସଭାପତିତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ବ୍ଲକ୍ ଶିକ୍ଷା ଅଧିକାରୀ ପ୍ରଶାନ୍ତ କୁମାର ସାହୁ,ସମ୍ମାନୀତ ଅତିଥି ଭାବେ ସି ଆର୍ ସି ସି କୈଳାଶ ନାୟକ,
ଶିକ୍ଷକ ସୁଧୀର କୁମାର ପ୍ରଧାନ,ସୁରେଶ ଚନ୍ଦ୍ର ମହାପାତ୍ର, ଅବସରପ୍ରାପ୍ତ ଶିକ୍ଷକ ନବକୃଷ୍ଣ ସାହୁ, ଚିନ୍ତାମଣି ବିଦ୍ୟାପୀଠ ଶିକ୍ଷକ ବିନାୟକ ପରିଡ଼ା,ହୃଷୀକେଶ ପ୍ରଧାନ, ପରମାନନ୍ଦ ପରିଡ଼ା , ଲକ୍ଷ୍ମୀଧର ବେହେରା ,ପ୍ରଶାନ୍ତ ପ୍ରଧାନ,ବିଦ୍ୟାଳୟ ପରିଚାଳନା କମିଟି ସଭାପତି ପ୍ରମୋଦ କୁମାର ନାୟକ,ଦୟାନିଧି ପ୍ରଧାନ ,ଗ୍ରାମ ସଭାପତି ରବୀନ୍ଦ୍ର କୁମାର ପରିଡା ପ୍ରମୁଖ ଯୋଗଦେଇ ଅବସର ଗ୍ରହଣ କରିଥିବା ପ୍ରଧାନ ଶିକ୍ଷକ ଙ୍କୁ ମାନପତ୍ର , ଉତ୍ତରୀୟ ଦେଇ ବିଦାୟୀ କାଳୀନ ସମ୍ବର୍ଦ୍ଧନା ପ୍ରଦାନ କରିବା ସହ ସେ କିପରି ଛାତ୍ର ବତ୍ସଳ ଶିକ୍ଷକ ଥିଲେ ସେ ଉପରେ କହିଥିଲେ।ଶିକ୍ଷକ ଅଶୋକ କୁମାର ପଣ୍ଡା ମଞ୍ଚ ପରିଚାଳନା କରିଥିଲେ।କାର୍ଯ୍ୟକ୍ରମ ରେ ଛାତ୍ର ଛାତ୍ରୀ ଏବଂ ଗ୍ରାମବାସୀ ଉପସ୍ଥିତ ଥିଲେ।

No Result
View All Result