No Result
View All Result
୩0 ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ନୂଆଗାଁ :-> ନୟାଗଡ ଜିଲ୍ଲା ଦଶପଲ୍ଲା ନିର୍ବାଚନ ମଣ୍ଡଳୀ ଦଶପଲ୍ଲା ବ୍ଲକ ବିଭିନ୍ନ ସମସ୍ୟା ସମ୍ପର୍କରେ ବିଧାନସଭା ରେ ପ୍ରଶ୍ନ ଉଠାଇଛନ୍ତି ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ।ରାଜ୍ୟରେ କେତେ ଗୋଟି ଏଲ୍ ଏ ସି ରହିଛି । ତା ସହିତ ନୂତନ ଏଲ୍ ଏ ସି ପ୍ରତିଷ୍ଠା ପାଇଁ କି ନିୟମ ଓ ବ୍ୟବସ୍ଥା ରହିଛି । ଦଶପଲ୍ଲା ନୀର୍ବାତନ ମଣ୍ଡଳୀ ଦଶପଲ୍ଲା ବ୍ଲକ ଅନ୍ତର୍ଗତ ଭୋଗବାଡ଼ି ଗ୍ରାମ ଠାରେ ଏକ ନୂତନ ଏଲ୍ ଏ ସି ପ୍ରତିଷ୍ଠା ପାଇଁ ବିହିତ ପଦକ୍ଷେପ ଗ୍ରହଣ କରିବେ କ ? ।
ଏହାର ଉତ୍ତରରେ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ମନ୍ତ୍ରୀ,ଗୋକୁଳାନନ୍ଦ ମଲ୍ଲିକ ରାଜ୍ଯ ରେ ୩୨୩୯ ଲାଇଭ୍ ଏଡ୍ ସେଣ୍ଟର ରହିଛି । ପ୍ରାଣୀ ସହାୟକ କେନ୍ଦ୍ର ର ମାର୍ଗ ଦର୍ଶୀକା ଅନୁଯାୟୀ ରାଜ୍ୟ ରେ ପ୍ରାଣୀଧନ ସହାୟକ କେନ୍ଦ୍ର ଖୋଲା ଯାଉଛି । ଭୋଗଵାଡି ଠାରେ ନୂତନ ଏଲ୍ ଏ ସି ବର୍ତ୍ତମାନ କୌଣସି ବ୍ଯବସ୍ଥା ନାହିଁ ବୋଲି ମନ୍ତ୍ରୀ ଶ୍ରୀ ମଲ୍ଲିକ କହିଥିଲେ । ସେହିଭଳି ରାଜ୍ୟ ରେ ଜଙ୍ଗଲ ପାହାଡ଼ ଘେରା ଗ୍ରାମାଞ୍ଚଳରେ ଲଗାତର ବିଦ୍ୟୁତ ସେବାରେ ଅସୁବିଧା ଯୋଗୁଁ ବିଦ୍ୟୁତ ଯୋଗାଣ କୁ ନିରବଛିନ୍ନ କରିବା ପାଇଁ କଭର କଣ୍ଡକ୍ଟର ବିଦ୍ଯୁତ ଯୋଗାଇ ଦେବା ପାଇଁ କି ବ୍ଯବସ୍ଥା ଗ୍ରହଣ କରାଯାଇଛି ଓ କେବେ ସୁଦ୍ଧା ଉକ୍ତ ବ୍ୟବସ୍ଥା କରାଯିବ ?
ଏହାର ଉତ୍ତରରେ ଉପମୁଖ୍ୟମନ୍ତ୍ରୀ (ଶକ୍ତି) କନକବର୍ଦ୍ଧନ ସିଂହଦେଓ ରାଜ୍ୟ ରେ ବଣ ପାହାଡ଼ ଘେରା ଅଞ୍ଚଳ ରେ ଗୁଣାତ୍ମକ ତଥା ନିରବଛିନ୍ନ ସେବା ଯୋଗାଇ ଦେବା ପାଇଁ ଏବଂ ପଶୁ ମାନଙ୍କୁ ବିଦ୍ଯୁତ ଆଘାତରୁ ରକ୍ଷା କରିବା ପାଇଁ ରାଜ୍ଯ ସରକାର ଙ୍କ ବିଭିନ୍ନ ଯୋଜନା ବିତରଣ କାରି ସଂସ୍ଥା ମାନଙ୍କର ନିଜସ୍ବ କାପେକ୍ସ ଯୋଜନା ମାଧ୍ୟମରେ ଆବଶ୍ୟକ ସ୍ଥାନରେ ୩୩ କେଭି ଓ ୧୧ କେଭି ନିର୍ମାଣ ସମୟରେ କଭର କଣ୍ଡକ୍ଟର ବ୍ଯବସ୍ଥା କରାଯାଇଛି ବୋଲି ଉପ ମୁଖ୍ୟମନ୍ତ୍ରୀ ଉତ୍ତର ରଖିଥିଲେ ।
No Result
View All Result