No Result
View All Result
୨୯ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଦଶପଲ୍ଲା :-> ନୟାଗଡ଼ ଜିଲ୍ଲା , ଦଶପଲ୍ଲା ଥାନା ଅନ୍ତର୍ଗତ ସରିଗଣ୍ଡା ଗ୍ରାମ ପଞ୍ଚାୟତର ନେଳିଗୁଡ଼ା ଗ୍ରାମର ଭଗବାନ ପ୍ରଧାନଙ୍କ ୨୦ ବର୍ଷୀୟ ବଡ଼ପୁଅ ଭାସ୍କର ପ୍ରଧାନ (ଗଣେଶ) ଗତ ୨୬ ତାରିଖରୁ ରାଜମିସ୍ତ୍ରୀ କାମ କରିବାକୁ ଯାଉଛି କହି କେଉଁଆଡ଼େ ନିଖୋଜ ହୋଇଯାଇଥିଲେ । ସେ ଗଲାବେଳକୁ ଜିନ୍ସି ପ୍ୟାଣ୍ଟ ସାଙ୍ଗକୁ ସବୁଜ ରଙ୍ଗର ଗଞ୍ଜି ପିନ୍ଧିଥିଲେ ।

ପରିବାର ଲୋକ ନିକଟବର୍ତ୍ତୀ ସ୍ଥାନ ,ବନ୍ଧୁ ବାନ୍ଧବ ଘର, ସାଙ୍ଗସାଥୀ ମାନଙ୍କୁ ପଚରାଉଚରା ପରେ କୌଣସି ସନ୍ଧାନ ନପାଇବାରୁ ଦଶପଲ୍ଲା ଥାନାରେ ଏକ ଏତଲା ପ୍ରଦାନ କରିଥିଲେ । ଆଜି ସେ ଗଣମାଧ୍ୟମ ଆଗରେ ତାଙ୍କ ପୁଅକୁ ଖୋଜି ଆଣିବା ପାଇଁ ସର୍ବସାଧାରଣଙ୍କୁ ଆକୁଳ ନିବେଦନ କରିଥିଲେ ।
ଗଣମାଧ୍ୟମରୁ ଖବର ପାଇ କୁଲୁରୁକୁମ୍ପା ଗ୍ରାମର ଯୁବ ସମାଜସେବୀ ସତ୍ୟନାରାୟଣ ସାହୁ ନିଖୋଜ ଯୁବକ ସ୍ଥାନୀୟ ମା ବାଗଦେବୀ ଶକ୍ତି ପୀଠରେ ଗୁହାରିଆ ପଡିଥିବା ଦେଖି ସାମାଜିକ ଗଣମାଧ୍ୟମରେ ,ସର୍ବସାଧାରଣରେ ଅବଗତ କରିଥିଲେ । ଖବରପାଇ ପରିବାର ଲୋକ ସେହିସ୍ଥାନରେ ପହଞ୍ଚି ଯୁବକଙ୍କୁ ଚିହ୍ନଟ କରିବା ପରେ , ଗ୍ରାମବାସୀ ଓ ବାଣିଗୋଛା ପୋଲିସ୍ ସହାୟତା ରେ ଯୁବକଙ୍କୁ ପରିବାର ଲୋକ ଘରକୁ ନେଇଥିଲେ ।
No Result
View All Result