No Result
View All Result
୨୯ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ନୟାଗଡ :-> ନୟାଗଡ ଜିଲ୍ଲାର ରୋଟାରୀ ଭବନ ଠାରେ ୨୧ ତମ ପ୍ରାଣୀ ସମ୍ପଦ ଗଣନା କାର୍ଯ୍ୟକ୍ରମର ଶୁଭାରମ୍ଭ କରଯାଇଥିଲା । ଏଥି ସହିତ ପ୍ରାଣୀ ଗଣନା ସମ୍ପର୍କିତ ସଫ୍ଟୱେୟାର ର ପରିଚାଳନା ଏବଂ ପ୍ରାଣୀଙ୍କ ପ୍ରଜାତି ବିଷୟରେ କର୍ମଚାରୀ ମାନଙ୍କୁ ତାଲିମ୍ ମଧ୍ୟ ପ୍ରଦାନ କରଯାଇଥିଲା । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ନୟାଗଡ ଜିଲ୍ଲା ପରିଷଦ ସଭାପତି ଈଂ. ଦେବାଶିଷ ପଟ୍ଟନାୟକ ,
ସହକାରୀ ଜିଲ୍ଲାପାଳ ଡା. ଅଭିଜିତ୍ ଷଡଙ୍ଗୀ , ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ସୁରେନ୍ଦ୍ର କୁମାର ସାହୁ ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମର ସଫଳତାରେ ଜନ ସହଭାଗୀତାକୁ ଗୁରୁତ୍ଵ ଦେବାକୁ ଉପଦେଶ ଦେଇଥିଲେ । ଜିଲ୍ଲା ମୁଖ୍ୟ ପ୍ରାଣୀସମ୍ପଦ ଅଧିକାରୀ ଡା. ଦିଲ୍ଲୀପ କୁମାର ଦାସ ଏବଂ ଭାପୁର ପ୍ରାଣୀ ଚିକିତ୍ସା ଅଧିକାରୀ ଡା. ବିଭୁ ପ୍ରସାଦ ଶତପଥି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।
ସୂଚନାଯୋଗ୍ୟ ଯେ, ପ୍ରତି ପାଞ୍ଚ ବର୍ଷରେ ଭାରତ ବର୍ଷରେ ଦେଶ ବ୍ୟାପୀ ପ୍ରାଣୀ ଗଣନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥାଏ । ୧୯୧୯ ମସିହାରୁ ଏହି ପ୍ରକ୍ରିୟା ନିରନ୍ତର ଭାବରେ ଚାଲୁ ଅଛି । ଚଳିତ ୨୧ ତମ ପ୍ରାଣୀ ଗଣନା ନିମନ୍ତେ ନୟାଗଡ ଜିଲ୍ଲା ରୁ ୭୩ ଜଣ ଗଣନାକାରୀ ଓ ୨୦ ଜଣ ତଦାରଖକାରୀ ନିଯୁକ୍ତି ହୋଇଛନ୍ତି । ଗୃହପାଳିତ ଓ ବୁଲା ପଶୁ ପକ୍ଷୀଙ୍କର ଏହି ଗଣନା କାର୍ଯ୍ୟ ସେପ୍ଟେମ୍ବର ୦୧ ତାରିଖରୁ ଡିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ ଚାଲୁ ରହିବ ।

No Result
View All Result