No Result
View All Result
ଗମନା ଗମନ ବିପର୍ଯ୍ୟସ୍ତ, ବଢ଼ୁଛି ଦୁର୍ଘଟଣା
୨୮ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଭାପୁର :-> ନୟାଗଡ ଜିଲ୍ଲା ଭାପୁର ବ୍ଲକ ୪୮ ନମ୍ବର ରାଜ୍ୟ ରାଜପଥର ଫତେଗଡ ଗ୍ରାମଠାରୁ କଣ୍ଟିଲୋ ଗ୍ରାମ ପର୍ଯ୍ୟନ୍ତ ରାସ୍ତା ପ୍ରଶସ୍ତିକରଣ କାର୍ଯ୍ୟ ନାଁରେ ଗମନାଗମନ ପାଇଁ ବିପର୍ଯ୍ୟସ୍ତ ହୋଇ ମରଣ ଯନ୍ତରେ ପରିଣତ ହୋଇଯାଇଛି । ବିଭିନ୍ନ ସ୍ଥାନରେ ମୁଖ୍ୟ ରାସ୍ତାର ଅବସ୍ଥା ଏମିତି ହୋଇଛି ଯେ , ରାସ୍ତାରେ ୨ ଫୁଟ୍ ଗର୍ତ୍ତ ହୋଇ ପାଣି ଜମୁଥିବାରୁ ପ୍ରତିଦିନ ଯାନବାହାନ ଦୁର୍ଘଟଣା ଘଟୁଥିବାର ନଜିର ରହିଛି । ଏପରିକି ପ୍ରତିଦିନ ଭାରିଯାନ ଦ୍ଵାରା ଚୋରା ବାଲି, ଗୋଡି, ମାଙ୍କଡ଼ା ପଥର ଆଦି ଅନବରତ ଚଳାଚଳ ଯୋଗୁଁ ବଡ ବଡ ଦୁର୍ଘଟଣା ଏକ ନିତିଦିନିଆ ଘଟଣାରେ ପରିଣତ ହୋଇଛି । ତେଣୁ, ପୂର୍ତ୍ତ ବିଭାଗ ଅଧିନରେ ଥିବା ଏହି ୪୮ ନମ୍ବର ରାଜ୍ୟ ରାଜପଥ ଲୋକଙ୍କ ପାଇଁ ମରଣଯନ୍ତା ସଦୃଶ୍ୟ ହୋଇଛି ।
ଫତେଗଡ ଗ୍ରାମଠାରୁ କଣ୍ଟିଲୋ ପର୍ଯ୍ୟନ୍ତ ରାସ୍ତା ପ୍ରଶସ୍ତିକରଣ କାର୍ଯ୍ୟ କରିବା ପାଇଁ” ଦୁର୍ଗା କନ୍ଡେମ ” ନାମରେ ଏକ ସଂସ୍ଥା ପୂର୍ତ୍ତ ବିଭାଗଠାରୁ ଟେଣ୍ଡର ପାଇ ଆସନ୍ତା ୨୦୨୫ ମସିହା ମାର୍ଚ୍ଚ ମାସରେ ଶେଷ କରିବା ନିମନ୍ତେ ଚୁକ୍ତି ହୋଇଛି । କିନ୍ତୁ, ଠିକାଦାର ଯନ୍ତ୍ରୀଙ୍କ ମଧୁଚନ୍ଦ୍ରିକା ଯୋଗୁଁ ସଂସ୍ଥା ରାସ୍ତା ପ୍ରଶସ୍ତିକରଣ ନାଁରେ ବିଭିନ୍ନ ସ୍ଥାନରେ ରାସ୍ତାକୁ ଖୋଳି ତାଡି ପକେଇଦେବା ଯୋଗୁଁ ଜନସାଧାରଣ ଯାତାୟତରେ ବହୁ ଅସୁବିଧାର ସମ୍ମୁଖିନ ହେଉଛନ୍ତି । ବର୍ତ୍ତମାନ କିଛି ଦିନ ହେଲା ରାସ୍ତା କାର୍ଯ୍ୟବନ୍ଦ ରହିଥିବାରୁ ଅଧାପନ୍ତରିଆ ରାସ୍ତା ଜନସାଧାରଣଙ୍କ ପାଇଁ ମଧ୍ୟ ମରଣଯନ୍ତା ପାଲଟିଛି । ୪୮ ନଂ ରାଜ୍ୟ ରାଜପଥର ମାଧପୁର ଗ୍ରାମଠାରେ ରାସ୍ତା ମଝିରେ ବଡ ବଡ ଖାଲ ସୃଷ୍ଟି ହୋଇ ପାଣି ଜମି ରହିଥିବା ଯୋଗୁଁ ପ୍ରତିଦିନ ଦୁର୍ଘଟଣା ଘଟୁଛି ।
ବର୍ତ୍ତମାନ ଉକ୍ତ ରାସ୍ତାରେ ଦେଇ ରାଜ୍ୟ ବାହାରୁ ଦୈନନ୍ଦିନ ଦ୍ରୁତଗାମୀ ବସ୍, ଯାତ୍ରୀବାହୀ ବସ୍, ମାଲବାହି ଗାଡ଼ି, ହାଇୱା ଗାଡ଼ି, ଭି. ଆଇ.ପି. ମାନଙ୍କ ଗାଡ଼ି, ଜିଲ୍ଲାପାଳ, ଏସ.ପି., ଅଗ୍ନିଶମ ଓ ଆମ୍ବୁଲାନ୍ସ ଯାତାୟାତ କରୁଥିଲେ ମଧ୍ୟ ଅଧାପନ୍ତରିଆ ରାସ୍ତା ପ୍ରତି କାହାର ଦୃଷ୍ଟି ପଡୁନାହିଁ । ବର୍ତ୍ତମାନ ବର୍ଷାଦିନ ହୋଇଥିବାରୁ ରାସ୍ତାମାନଙ୍କରେ ଥିବା ଖାଲ ଗୁଡିକରେ ବାଇକ୍ ଚକା ପଡ଼ି ଦୁର୍ଘଟଣା ଘଟୁଛି । ତେଣୁ ନୂତନ ବିଜେପି ରାଜ୍ୟ ସରକାର, ବିଭାଗୀୟ ମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ନୟାଗଡ଼ ଜିଲ୍ଲାପାଳ ଏହି ପୂର୍ତ୍ତ ବିଭାଗ ରାସ୍ତାକୁ ତଦନ୍ତ କରି ଠିକlଦାର, ସହକାରୀ ଯନ୍ତ୍ରୀ ଓ କନିଷ୍ଠ ଯନ୍ତ୍ରୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଭାପୁର ବ୍ଲକ ଅଞ୍ଚଳବାସୀ ଦୃଢ଼ ଦାବୀ କରିଅଛନ୍ତି l
No Result
View All Result