୨୮ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଖପ୍ରାଖୋଲ :-> ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ ଧଣ୍ଡାମୁଣ୍ଡା ପଞ୍ଚାୟତ ବାଞ୍ଜିପାଲି ଗାଁ ର ମହେଶ୍ୱର ବକୁଳ… ବୟସ 62ବର୍ଷ.. ପୂର୍ବରୁ ମୁଲ ଲାଗି, ଗାଈ ଚରାଇ ପରିବାର ପ୍ରତିପୋଷଣ କରୁଥିଲେ କିନ୍ତୁ ବୟସ ଅଧିକ ହେବା ରୁ କାମଧନ୍ଦା କରିବା ରେ ଅସମର୍ଥ ମହେଶ୍ୱର I ପରିବାର କହିଲେ ସ୍ତ୍ରୀ ମାନସିକ ରୋଗୀ ଜୟନ୍ତୀ, ଓ ଝିଅ ପୁଷ୍ପାଞ୍ଜଳି I ମହେଶ୍ୱର ରୋଜଗାର କ୍ଷମ ଥିବା ବେଳେ ପର ମୁଲ ଲାଗି, ଗାଈ ଚରାଇ ଯେନ ତେଣ ପ୍ରକାର ରେ ପରିବାର ଚଳାଉଥିଲେ,
ଜୟନ୍ତୀ ମଧ୍ୟ ପର ଘରେ ମୁଲ ଲାଗି ମହେଶର ଙ୍କୁ ପରିବାର ପ୍ରତିପୋଷଣ ରେ ସହାୟକ ହେଉ ଥିଲେ କିନ୍ତୁ ଉଭୟ ଙ୍କ ବାର୍ଦ୍ଧକ୍ୟ ଯୋଗୁଁ ଓ ଜୟନ୍ତୀ ଙ୍କ ମାନସିକ ସ୍ଥିତି ଠିକ ନ ଥିବା ରୁ ଅତି ଦୁର୍ବିସହ ଜୀବନ ଜିଉଛନ୍ତି ମହେଶର ଙ୍କ ପରିବାର I ଏପରି କି ଏପରିକି ତାଙ୍କର ଆର୍ଥିକ ଅଭାବ ରୁ ତାଙ୍କ ଝିଅ ପୂଷ୍ପାଞ୍ଜଲି ପଢି ପାରିଲେ ନାହଁ ନିଜ ନାଁ ରେ ଘର ଡିହ ଖଣ୍ଡିଏ ନଥିବା ରୁ ଆବାସ ଘର ଯୋଜନା ରୁ ବଞ୍ଚିତ ହୋଇଛନ୍ତି I ଯାହା ଫଳ ରେ ପର ଓଳି ତଳେ ନଡା ଛପର ଛୋଟିଆ ଘର ଟିଏ କରି ରହୁଛନ୍ତି ମହେଶର .
ସରକାର ଙ୍କ ସହାୟତା କହିଲେ ଟଙ୍କିକିଆ ଚାଉଳ ଛଡା ଅନ୍ୟ ଯୋଜନା ରୁ ବଞ୍ଚିତ ଏପରି କି ଆଧାର କାର୍ଡ ମିଳିବାରେ ଅସୁବିଧା ହେଉ ଥିବା ରୁ ବାର୍ଦ୍ଧକ୍ୟ ଭତା ରୁ ବି ବଞ୍ଚିତ ଉଭୟ ସ୍ୱାମୀ ସ୍ତ୍ରୀ ସେହିପରି ବାଞ୍ଜିପାଲି ଗାଁ ର ସମାଳୀ ନାଏକ, ବୟସ 70ବର୍ଷ ନିଜସ୍ୱ ଘର ଖଣ୍ଡିଏ ନଥିବା ରୁ ଚାଲ ଛାପର ଘରେ ରହୁଛନ୍ତି I ଗୋଟେ କୋଠରୀ ବିଶିଷ୍ଟ ଚାଲଛପର ଘରେ ଆଠ ପ୍ରାଣୀ କୁଟୁମ୍ବ ରହୁଥିବା ରୁ ଅତି ଅସୁବିଧା ରେ ରହୁଛନ୍ତି ପରିବାର I ସରକାର ଏହି ଅସହାୟ ପରିବାର ଙ୍କୁ ସହଯୋଗ କରିବାକୁ ସାଧାରଣ ରେ ଦାବି ହେଉଛି l