No Result
View All Result
୨୭ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ନୂଆଗାଁ :-> ଜନ୍ମାଷ୍ଟମୀ ରେ ମହାପ୍ରଭୁ ଶ୍ରୀକୃଷ୍ଣଙ୍କ ଜନ୍ମଦିନକୁ ସାରା ପୁରପଲ୍ଲୀରେ ଆନନ୍ଦ ଉଲ୍ଲାସର ସହିତ ପାଳନ କରାଯାଇଥିବା ବେଳେ ନୟାଗଡ ଜିଲ୍ଲା ନୂଆଗାଁ ବ୍ଳକ ସଦମହକୁମା ଉଠାଣି ସାହିରେ ଜନ୍ମାଷ୍ଟମୀ ସହ ନନ୍ଦ ଉତ୍ସବ ପାଳନ ଏକ ନିଆରା ପରିଚୟ ସୃଷ୍ଟି କରିପାରିଛି। ଗୋପପୁର ନନ୍ଦ ଘରେ ଉତ୍ସବ ପାଳନ ହେଲାପରି ଏଠାରେ ଗୋପପୁର ର ଭ୍ରମ ସୃଷ୍ଟି କଲାପରି ମନେ ହେଉଥିଲା ।
ଉଠାଣୀ ସାହି ଓ ଯୁବକ ସଂଘ ମିଳିତ ଆନୁକୁଲ୍ୟରେ ବହୁ ଆଡ଼ମ୍ବରେ ଏହି ଉତ୍ସବ ପାଳନ ହୋଇଥିଲା। ବାବା ରାମେଶ୍ବର ଠାକୁର ଙ୍କ ପ୍ରାଗଣରୁ ଯୁବକ ସଂଘର ସଦସ୍ୟ ମାନେ ବିଭିନ୍ନ ବେଶ ଭୂଷରେ ନନ୍ଦ,ନନ୍ଦରାଣୀ, ଶ୍ରୀକୃଷ୍ଣ,ବାଘ,ଭାଲୁ,ଗଉଡ ଗୌଡୁଣି,ବୁଢ଼ା ,ବୁଢିଆଣୀ ଶବର ଶବରୁଣୀ ରୂପରେ ସଜ୍ଜିତ ହୋଇ ବାଜା, ବାଣ ରୋଷଣୀ କରି ନୂଆଗାଁ ମେଡିକାଲ ପର୍ଯ୍ୟନ୍ତ ଯାଇଥିଲେ।
ଶତାଧିକ ଜନ ଗହଳି ସାଥିରେ ମୁଖ୍ୟ ଅତିଥି ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ,ସମ୍ମାନୀତ ଅତିଥି ନୂଆଗାଁ ବ୍ଳକ ଅଧ୍ୟକ୍ଷା ଙ୍କ ପ୍ରତିନିଧି ଶଙ୍କର୍ଷଣ ବେହେରା, ଜିଲ୍ଲା ବିଜେଡି ଉପ ସଭାପତି ଦିଲ୍ଲୀପ କୁମାର ଦଳବେହେରା, ,ନୂଆଗାଁ ବିଜେଡି ସଭାପତି ପ୍ରକାଶ କୁମାର ନାୟକ,ପୂର୍ବତନ ସରପଞ୍ଚ ଅରୁଣ ସ୍ବାଇଁ,ଗୋଲଖ ବିହାରୀ ଗୋଚ୍ଛାୟତ , ଛାତ୍ର ବିଜେଡ଼ି ସଭାପତି ସୁବ୍ରତ ପରିଡ଼ା,
ସମାଜସେବୀ ଦାଶରଥି ପ୍ରଧାନ ଯୋଗ ଦେଇଥିଲେ। ଏଭଳି ଏକ ଉତ୍ସବ ର ଅୟୋଜନ କରିଥିବା ସାହିବାସି ଓ ଯୁବକ ସଂଘ କୁ ଦଶପଲ୍ଲା ବିଧାୟକ ଭୂୟସୀ ପ୍ରଶଂସା କରିଥିଲେ। ନନ୍ଦ ରୂପରେ ବିଶ୍ଵନାଥ ଭୋଇ,ନନ୍ଦ ରାଣୀ ଅନାଦି ଚରଣ ବାଘ ସଜ୍ଜିତ ହୋଇଥିଲେ। ଯୁବକ ସଂଘର ସମସ୍ତ ସଦସ୍ୟ ସହଯୋଗ କରିଥିଲେ।
No Result
View All Result