୨୬ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଖୋର୍ଦ୍ଧା-ଜଟଣୀ :-> କୋଲକାତା ରେ ଘଟିଥିବା ଡାକ୍ତର ମୌମିତା ଦେବନାଥ ଦୁଷ୍କର୍ମ ଏବଂ ହତ୍ୟା ଘଟଣା ର ତୀବ୍ର ଏବଂ ଦୃଢ଼ ପ୍ରତିବାଦ କରାଯାଇ ଜଟଣୀ ବିଜେପି ନଗର ମଣ୍ଡଳ ସଭାପତି ତିରୁପତି ଶତପଥୀ ଏବଂ ଜଟଣୀ ନଗର ମଣ୍ଡଳ ଯୁବମୋର୍ଚ୍ଚା ସଭାପତି ନାଗଭୂଷଣ ରାୟଙ୍କ ନେତୃତ୍ୱ ରେ ଜଟଣୀ ହରିଭାଇନା ଛକ ଠାରେ ପଶ୍ଚିମ ବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଙ୍କ କୁଶ ପୁତ୍ତଳିକା ରଖି ବିଭିନ୍ନ ବିରୋଧୀ ନାରାବାଜି କରାଯିବା ସହ କୁଶପୁତ୍ତଳିକା ଦାହ କରାଯାଇଥିଲା ।
ଏବଂ ଦିବଂଗତ ଡାକ୍ତରଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା l ଉକ୍ତ କାର୍ଯ୍ୟକ୍ରମ ରେ ପୂର୍ବତନ ନଗର ମଣ୍ଡଳ ସଭାପତି ପ୍ରଶାନ୍ତ ପ୍ରଧାନ ଙ୍କ ତତ୍ୱାବଧାନ ରେ ଏବଂ ଚିତ୍ତରଞ୍ଜନ ସୁନ୍ଦରାୟ,କବି ପାଇକରାୟ, ପ୍ରଶାନ୍ତ ବରାଳ, ଲଷ୍ମୀପ୍ରିୟା ନାୟକ, ଯୋଗେନ୍ଦ୍ର ନାୟକ,କାନ୍ହୁ ବାରିକ,ରଙ୍କ ମୁଦୁଲି ସମେତ ଅନେକ ବିଜେପି କର୍ମୀ ଙ୍କ ଉପସ୍ଥିତିରେ ସମ୍ପାଦନ କରାଯାଇଥିଲା l ଜିଲ୍ଲା ଗଣମାଧ୍ୟମ ସଂଯୋଜକ ପ୍ରଦୀପ ଜେନା ଉକ୍ତ କାର୍ଯ୍ୟକ୍ରମ କୁ ସଫଳତାର ପରିଚାଳନା କରିଥିଲେ l

© 2023 Odisha Taza News.