No Result
View All Result
୨୨ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବେଗୁନିଆ :-> ବେଗୁନିଆ ବ୍ଲକ ପ୍ରଶାସନ ପକ୍ଷରୁ ଗୋଷ୍ଠୀ ଶିକ୍ଷା ଅଧିକାରୀ କାର୍ଯ୍ୟାଳୟ ଓ ସମନ୍ବିତ ଶିଶୁବିକାଶ ପ୍ରକଳ୍ପ କାର୍ଯ୍ୟାଳୟର ମିଳିତ ସହଯୋଗରେ ଦକ୍ଷତା ଭିତ୍ତିକ ତାଲିମ ପାଇଁ ପରାମର୍ଶ ଶିବିର”ଆଶା” ପକ୍ଷରୁ ବ୍ଲକ୍ କାର୍ଯ୍ୟାଳୟ ପରିସରରେ ସଭା ଗୃହରେ ଅନୁଷ୍ଠିତ ହୋଇଛି ।ଏଥିରେ ଶିକ୍ଷାଦାନ କ୍ଷେତ୍ରରେ ଅଧାରୁ ପାଠ ଛାଡିଥିବା କିଶୋରୀ ଛାତ୍ରୀ ମାନଙ୍କୁ ବିଭିନ୍ନ କ୍ଷେତ୍ରରେ ପରାମର୍ଶ ସହ ତାଲିମ ଦେଇ ରୋଜଗାରକ୍ଷମ କରିବା କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ରହିଛି ।
ବ୍ଲକ ମଧ୍ୟରେ ଅଧାରୁ ପାଠ ଛାଡିଥିବା ମୋଟ ୪୪୭ ଜଣ ଛାତ୍ରୀ ମଧ୍ୟରୁ ୭୭ ଜଣ ଯୋଗ ଦେଇ ୭ ଜଣ ସିଲେଇ ଶିକ୍ଷା ପାଇଁ ଆଗ୍ରହ ପ୍ରକାଶ କରିଥିଲେ । କାର୍ଯ୍ୟକ୍ରମଟି ମଣ୍ଡଳ ଉନ୍ନୟନ ଅଧିକାରୀ ଲକ୍ଷ୍ମୀଧର ସାହୁଙ୍କ ନେତୃତ୍ବରେ ଶିକ୍ଷା ଅଧିକାରୀ ଭାସ୍କର ଲେଙ୍କା, ସମନ୍ବିତ ଶିଶୁ ବିକାଶ ଅଧିକାରୀ ଶର୍ମିଷ୍ଠା ଚକ୍ରବର୍ତ୍ତୀ ଓ ସହ ଗୋଷ୍ଠୀ ଶିକ୍ଷା ଅଧିକାରୀ ଲକ୍ଷ୍ମୀ ଦେଇ ପ୍ରମୁଖଙ୍କ ସମେତ ଅଙ୍ଗନୱାଡ଼ି କର୍ମୀ,ସିଆରସି ଓ ୫ ଗୋଟି ତାଲିମ ଶିବିରର କର୍ମଚାରୀ ଉପସ୍ଥିତ ରହିଥିଲେ।
No Result
View All Result