No Result
View All Result
୨୨ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବାରିପଦା :-> “ତିନି ତଲାକ୍” ଉଠିଯିବା ପରେ ମୁସଲିମ୍ ମହିଳାମାନେ ବେଶ୍ ଖୁସିଥିବାର ଦେଖିବାକୁ ମିଳୁଥିବା ବେଳେ ଉକ୍ତ ସମ୍ପ୍ରଦାୟ ଭିତରେ ବେଆଇନ ଲୁଚା ଛପାରେ ବିବାହ ଚାଲିଥିବାର ଅଭିଯୋଗ ମିଳୁଛି । ଏପରି ଏକ ଘଟଣା ବୈଶିଙ୍ଗା ଥାନା ଅନ୍ତର୍ଗତ କଳମା ପଞ୍ଚାୟତର ତାଳପଦା ଗ୍ରାମରେ ଘଟିଥିବାରୁ ବୈଶିଙ୍ଗା ଥାନାରେ ୨୬୮ ନଂ ମୂଳେ ମାମଲା ରୁଜୁ ହୋଇ ଥିବାର ଜଣାଯାଇଛି । ଅଭିଯୋଗରେ ବାରିପଦା ୩ ନଂ ୱାର୍ଡ ର ସେଖ୍ ମନୱର ଙ୍କ ଏକ ମାତ୍ର କନ୍ୟା ଅଫସାନା ଦର୍ଶାଇଛନ୍ତି ଯେ ତା ୨୩.୫.୨୦୨୩ ରେ ବୈଶିଙ୍ଗା ଥାନା ଅନ୍ତର୍ଗତ କଳମା ପଞ୍ଚାୟତର ତାଳପଦା ଗ୍ରାମର ସେଖ୍ ଦାସ ମହମ୍ମଦ ଙ୍କ ପୁତ୍ର ମନତାଜ ମହମ୍ମଦଙ୍କୁ ମୁସଲିମ ରୀତିନୀତି ଅନୁଯାଇ ବିବାହ କରିଥିଲେ। ମନତାଜ ସି.ଆର.ପି.ଏଫ.ରେ ଯବାନ ଭାବେ ଏବେ ସମ୍ବଲପୁରରେ କାର୍ଯ୍ୟରତ ଅଛନ୍ତି ।
ବିବାହର ଦୁଇ/ତିନି ମାସ ପରେ ପରିବାର ତରଫରୁ ତାଙ୍କ ପ୍ରତି ନିର୍ଯାତନା ଆରମ୍ଭ ହୋଇ ଯାଇଥିଲା । ସ୍ୱାମୀ ଚାକିରୀକୁ ଚାଲିଯିବା ପରେ ଶୂଶୁର ଦାସ ମହମ୍ମଦ, ନଣନ୍ଦ ରେଉନା କାଦରୀ, ନଣଦେଇ ସରଫରାଜ ଖାନ୍ତ ପ୍ରମୂଖ ତାଙ୍କୁ ଅଧିକ ଯୌତୁକ ଦାବୀ କରିବା ସହ ଶାରୀରିକ ଓ ମାନସିକ ନିର୍ଯ୍ୟାତନା ଦେବା ସହିତ ଜୀବନରୁ ମାରିଦେବାର ଧମକ ଦେବା ଯୋଗୁଁ ଦୁଇ ମାସର ଗର୍ଭବତୀ ଥିବା ସତ୍ତ୍ୱେ ବାପା ମନୱର ତାଙ୍କୁ ବାରିପଦା ନେଇ ଯାଇଥିଲେ । ସେଠାରେ ତାଙ୍କର କନ୍ୟାଟିଏ ଜନ୍ମ ନେଇଥିଲା । ଏହାପରେ ସ୍ଵାମୀ ଦ୍ବିତୀୟ ବିବାହ କରି ସାଂସାରିକ ଜୀବନଯାପନ କରୁଥିବା ନେଇ ପିଡୀତା ବୈଶିଙ୍ଗା ଥାନାରେ ଅଭିଯୋଗ କରିବାପରେ ଥାନା ଏସ ଆଇ ବୋଇତ ବେହେରା ଏହାର ତଦନ୍ତ ଚଳାଇଥିବା ଜଣାଯାଇଛି । ତେବେ ଆସନ୍ତା ୨୭ ତାରିଖ ସୁଦ୍ଧା ଥାନାରେ ହାଜର ହୋଇ ତଦନ୍ତରେ ସହଯୋଗ କରିବାପାଇଁ ମନତାଜ ମହମ୍ମଦଙ୍କୁ ନୋଟିସ କରାଯାଇଥିବା ସୂଚନା ମିଳିଛି ।
No Result
View All Result