କଟକ (ଓଡ଼ିଶା ତାଜା ନ୍ୟୁଜ) (ନିପ୍ର) :- କଟକ ଜିଲ୍ଲା ଅବକାରୀ ବିଭାଗକୁ ପୁଣି ଏକ ସଫଳତା ମିଳିଛି। ଅବକାରୀ ବିଭାଗ କର୍ମଚାରୀଙ୍କ ଦ୍ଵାରା ୫୮ ହଜାର ଟଙ୍କାର ଦେଶୀ ମଦ ଜବତ କରାଯିବା ସହ ଜଣକୁ ଗିରଫ କରାଯାଇଛି । ଆଜି କଟକ ଜିଲ୍ଲା ଅବକାରୀ ଥାନା -୨ ର ଭାରପ୍ରାପ୍ତ ଅବକାରୀ ଅଧିକାରୀ ଶ୍ରୀ ବିଶ୍ବଜିତ ଆରୁଖ ନିଜ ଅବକାରୀ ବିଭାଗର ଅଧିକାରୀମାନଙ୍କ ସହ ବିଭିନ୍ନ ସ୍ଥାନରେ ଚଢାଉ କରୁଥିବା ସମୟରେ କଟକ ଫେଜ୍-୨ ଥାନା ଅନ୍ତର୍ଗତ ବିଜୁପଟ୍ଟନାୟକ ପାର୍କ ନିକଟରେ ଏକ ଯୁବକ ଟିଭିଏସ୍ ମୋଟରସାଇକେଲ ଚଲାଇ ଦ୍ରୁତ ଗତିରେ ଆସୁଥିବାର ଦେଖିଅବକାରୀ କର୍ମଚାରୀ ସନ୍ଦେହଜନକ ଭାବେ ଅଟକାଇବା ସହ ତଲାସୀ କରି ତା ନିକଟରୁ ୪୦ ଲିଟର ଦେଶୀମଦ ଜବତ କରିଛନ୍ତି ।
















