No Result
View All Result
୨୨ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବାରିପଦା :-> ଛାତ୍ରଛାତ୍ରୀମାନଙ୍କର କୌଶଳ ଭିତ୍ତିକ ଶିକ୍ଷାରେ ଆଗ୍ରହ ବଢାଇବା ନିମନ୍ତେ ରାଜ୍ୟ ସରକାରଙ୍କ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ତରଫରୁ ଶୁଭାରମ୍ଭ କରାଯାଇଥିବା କୌଶଳ ରଥ ସମଗ୍ର ରାଜ୍ୟ ପରିଭ୍ରମଣ କରୁଛି । ଅତ୍ୟାଧୁନିକ ଜ୍ଞାନକୌଶଳରେ ଖଚିତ ଏହି କୌଶଳ ରଥ ଚଳିତ ମାସ ୧୯ ତାରିଖରୁ ୨୩ ତାରିଖ ପର୍ଯ୍ୟନ୍ତ ୪ ଦିନ ବ୍ୟାପୀ ମୟୂରଭଞ୍ଜ ଜିଲ୍ଲାରେ ଗଡ଼ିବ।
ସୂଚନା ଯୋଗ୍ୟ ଯେ,୧୯ ତାରିଖରେ ଜିଲ୍ଲାର ଠାକୁରମୁଣ୍ଡା ବ୍ଲକ ଠାରୁ ଏହି ରଥ ନିଜ ଯାତ୍ରା ଆରମ୍ଭ କରିଥିବା ବେଳେ ଗୁରୁବାର ଦିନ ଜିଲ୍ଲାର ସଦର ମହକୁମା ବାରିପଦାର ତକତପୁର ଠାରେ ସ୍ଥିତ ସରକାରୀ ବୈଷୟିକ ତାଲିମ ପ୍ରତିଷ୍ଠାନ କେନ୍ଦ୍ର ଠାରୁ ବାହାରି ଲକ୍ଷ୍ମୀପୋସି, ଝାରପୋଖରିଆ, ବାଙ୍ଗିରିପୋଷି ଅଭିମୁଖେ ଯାତ୍ରା କରି ଆସନ୍ତା କାଲି କପ୍ତିପଦା ସବଡ଼ିଭିଜନ ଠାରେ ଏହି ରଥ ଏହାର ସମଗ୍ର ଜିଲ୍ଲା ଯାତ୍ରା ସମାପ୍ତ କରିବ।
ଆଜିର ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଶ୍ରୀ ହେମକାନ୍ତ ସୟଙ୍କ ନିର୍ଦ୍ଧେଶରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନେତ୍ରାନନ୍ଦ ମଲ୍ଲିକ ଏହି କୌଶଳ ରଥର ଯାତ୍ରା ଶୁଭାରମ୍ଭ କରିଥିଲେ। ଅତ୍ୟାଧୁନିକ ଜ୍ଞାନକୌଶଳ ସମ୍ପନ୍ନ ଏହି ରଥ ବିଭିନ୍ନ ଅଞ୍ଚଳ ପରିଭ୍ରମଣ କରି ବିଦ୍ୟାଳୟ ଏବଂ ବୈଷୟିକ ଶିକ୍ଷାନୁଷ୍ଠାନରେ ଛାତ୍ରଛାତ୍ରୀଙ୍କୁ ସଚେତନ କରୁଛି। ଆଜି ତୃତୀୟ ଦିନରେ ଏହା ବିଭିନ୍ନ ହାଇସ୍କୁଲ, କଲେଜ ଗସ୍ତ କରି ସେହିସବୁ ଶିକ୍ଷାନୁଷ୍ଠାନରେ ପଢ଼ୁଥିବା ଛାତ୍ରୀଛାତ୍ରଙ୍କୁ ସଚେତନ କରିଥିଲା।
ଏହି କାର୍ଯ୍ୟକ୍ରମରେ, ଜିଲ୍ଲା ଶିକ୍ଷାଧିକାରୀ ଶ୍ରୀ ପୂର୍ଣ୍ଣଚନ୍ଦ୍ର ସେଠୀ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରିଣୀ ଶ୍ରୀମତୀ ମମତାମୟୀ ବିଶ୍ୱାଳ, ଜିଲ୍ଲା ନିଯୁକ୍ତି ଅଧିକାରୀ ଶ୍ରୀ ଆଶିଷ କୁମାର ବସନ୍ତିଆଙ୍କ ସମେତ ସରକାରୀ ବୈଷୟିକ ତାଲିମ ପ୍ରତିଷ୍ଠାନ କେନ୍ଦ୍ରର ଛାତ୍ରଛାତ୍ରୀ ମାନେ ଯୋଗଦେଇ ଥିଲେ। ସୂଚନାଯୋଗ୍ୟ ରାଜ୍ୟ ସରକାରଙ୍କ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ପକ୍ଷରୁ ଆସନ୍ତାକାଲି ଏହା କପ୍ତିପଦା ଓ ଖୁଣ୍ଟା ଅଂଚଳ ଗସ୍ତ କରିବ।
No Result
View All Result