No Result
View All Result
୨୨ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଚିଲିକା :-> ଗୃହପାଳିତ ଗାଈ ଗୋରୁ ମାନଙ୍କ ପ୍ରତି ମାଲିକମାନଙ୍କ ଚରମ ଅବହେଳା ଫଳରେ ୧୬ ନମ୍ବର ଜାତୀୟ ରାଜପଥ ସମ୍ପ୍ରତି ଗୋ ବଂଶ ଧ୍ବଂସ କାର୍ଯ୍ୟକ୍ରମ ହାତକୁ ନେଇ ପ୍ରତ୍ୟହ କୁଢ଼ କୁଢ଼ ଶବ ଯୋଗାଡିବାରେ ଲାଗିଛି। ଏମିତି କୌଣସି ଗୋଟିଏ ଦିନ ନାହିଁ ଯେଉଁ ଦିନ କି ଏହି ରାଜପଥ ଦୁର୍ଘଟଣା ଗ୍ରସ୍ତ ଗୋରୁ ଗାଈଙ୍କ ଶବ ଶୂନ୍ୟ ହୋଇ ନାହିଁ। ଚିଲିକା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଚଣ୍ଡେଶ୍ଵର ଠାରୁ ଚିଲିକା ନାଭାଲ୍ ଛକ ମଧ୍ୟ ରେ ଏହି ଦୁର୍ଘଟଣା ରେ ଶହଶହ ବୁଲା ଗାଈଗୋରୁ ଙ୍କ ସମେତ ଗ୍ରୃହପାଳିତ ଗାଈଗୋରୁ ଯାନ ବାହାନ ଦୁର୍ଘଟଣା ର ଶିକାର ହୋଇ ସେମାନଙ୍କ ର ପଚାସଢା ଶବ ର ଦୁର୍ଗନ୍ଧ ରେ ପୂତିଗନ୍ଧମୟ ପରିଵେଶ ସ୍ରୃଷ୍ଟି ହେଉଛି।

ଜାତୀୟ ରାଜପଥ କର୍ତ୍ତୃପକ୍ଷ ପକ୍ଷରୁ ତୁରନ୍ତ ଶବ ଗୁଡିକୁ ସ୍ଥାନାନ୍ତରିତ କରା ଯାଉ ନଥିବାର ଅଭିଯୋଗ ହେଉଛି।ମ୍ରୃତ ଗାଈଗୋରୁ ମାନଙ୍କ ର ଦାବିଦାର ସ୍ଥାନୀୟ ଗ୍ରାମବାସୀ ହୋଇଥିଲେ ହେଁ ଏହି ସ୍ଥାନାନ୍ତର କାମ ଜାତୀୟ ରାଜପଥ କର୍ତ୍ତୃପକ୍ଷ ଙ୍କ ର ବୋଲି କହି ସେମାନଙ୍କର ଦାୟିତ୍ଵ ଏଡ଼ାଇ ଦେଉଛନ୍ତି। ଏହି ଦୁଃଖଦ ଘଟଣା ଗତ ଚାରି ପାଞ୍ଚ ବର୍ଷ ହେଲା ଆରମ୍ଭ ହୋଇଛି ବୋଲି ସ୍ଥାନୀୟ ପଶୁପ୍ରେମୀ ମାନେ କହୁଛନ୍ତି। ସେ ସମୟରେ ଗାଁ ର ପ୍ରତ୍ୟେକ ଘରେ ଗାଈ ଗୋରୁ ରହୁଥିଲେ ଏବଂ ଗାଈ ମାନଙ୍କ ପାଇଁ ଗୁହାଳ ଟି ଏ ନିଶ୍ଚିତ ରହୁଥିଲା। ଗାଈ ମାନଙ୍କ ର ସେବା କୁ ଦେବୀ ଦେବତା ପୂଜା ବୋଲି ମନେ କରି ପ୍ରତ୍ୟେକ ଗ୍ରୃହସ୍ଥ ଗୋରୁ ଗାଈ ମାନଙ୍କ ପ୍ରତି ସ୍ବତନ୍ତ୍ର ଧ୍ୟାନ ଦେଉଥିଲେ। ସେମାନଙ୍କଖାଦ୍ୟ ଓ ପାନୀୟ ପାଇଁ କୁଣ୍ଡା, ତୋରାଣି,ଘାସ, ପାଳ,ଚୋକଡ,ଚୁନି ଆଦି ଯୋଗାଇ ଦେଉଥିଲେ।
ଗାଁ ର ସମସ୍ତ ଗାଈଗୋରୁ ଏକାଠି ଚରାଇବା ଦାୟିତ୍ଵ ଗୋପାଳ (ଗଉଡ) ଉପରେ ଦେଇ ଗୋଚାରକ ପାଇଁ ମାସିକ ଵର୍ତ୍ତନ (ଦରମା) ବ୍ୟବସ୍ଥା ମଧ୍ୟ କରୁଥିଲେ। ପୂର୍ବାହ୍ନ ରେ ଗାଁ ଦାଣ୍ଡ ଗୁହାଳ ରୁ ଗାଈ ଫିଟା ପରେ ମୁଖରିତ ହେଉଥିଲା ତା ସନ୍ଧ୍ୟା ରେ ଗୋଠ ଫେରିବା ଗୋଧୂଳି ଦ୍ରୃଶ୍ୟ ଦର୍ଶନ କୁ ଆନମନା କରି ଦେଉଥିଲା। ମାତ୍ର ଜଗତୀକରଣ ଏବଂ ଆଧୁନିକ ତା ପ୍ରଭାବରେ ଗୋ ବଂଶ ଲୁପ୍ତ ହେବାକୁ ବସିଲାଣି।ଚାଷ କାମ ଓ ବେଉସା ଛାଡି ଲୋକମାନେ ଯେ କୌଶସି ଉପାୟରେ ଜୀବନ ଜୀବିକା ନିର୍ବାହ କରୁଥିବା ଅବସରରେ ଗାଈଗୋରୁ ଏବେ ଉପେକ୍ଷିତ ଯେଉଁ କେତେକ ଗାଈଗୋରୁ ଗୃହପାଳିତ ହୋଇ ଥିଲେ ସେମାନେ ଏବେ ବାସହରା ହୋଇ ବାହାରେ ବୁଲା ଗାଈଗୋରୁ ପାଲଟିଛନ୍ତି। ଖାଦ୍ୟ ଅନ୍ବେଷଣରେ ସେମାନେ ଏହି ରାଜପଥର ଉଭୟ ପାର୍ଶ୍ଵରେ ଥିବା ପଡିଆ,

ଚାଷଜମି ଉପରେ ନିର୍ଭର କରୁଥିବା ବେଳେ ରାତ୍ରୀ ରେ ଏବଂ ବର୍ଷା ସମୟରେ ପ୍ରତ୍ୟହ ବହୁ ସଂଖ୍ୟା ରେ ଯାନବାହାନ ଚଳାଚଳ କରୁଥିବା ରାଜପଥକୁ ରହଣୀ ସ୍ଥଳ ଭାବେ ବାଛି ନେଇଥାନ୍ତି। ଫଳରେ ପ୍ରତ୍ୟହ ବିଶେଷ କରି ରାତ୍ରୀ ସମୟରେ ସିରିଜ୍ ରାସ୍ତା ଦୁର୍ଘଟଣା ରେ ଶହଶହ ଗାଈଗୋରୁ ଙ୍କ ର ମ୍ରୃତ୍ୟୁ ଘଟୁଛି ଯାହା ଅତ୍ୟନ୍ତ ହ୍ରୃଦୟ ବିଦାରକ। ଏହି ଭଳି ଗତ କାଲି ରାତିରେ ଏକ ଡଜନରୁ ଉର୍ଦ୍ଧ୍ବ ଗାଈଗୋରୁ ଙ୍କ ର ଦୁର୍ଘଟଣା ଜନିତ ଶୋଚନୀୟ ମ୍ରୃତ୍ୟୁ ଦ୍ରୃଶ୍ୟ ରେ ଶୋକ ସମ୍ବରଣ କରି ନ ପାରି ସ୍ଥାନୀୟ ଜଣେ ବଜରଙ୍ଗଦଳ କର୍ମୀ ଗଭୀର ଶୋକ ପ୍ରକଟ କରି ରାଜ୍ୟର ଗୋମାତାଙ୍କୁ ସମ୍ମାନ ଦେଉଥିବା ସରକାର ତୁରନ୍ତ ସରକାରୀ ଭାବେ ଗୋ ସୁରକ୍ଷା ପାଇଁ ଆଞ୍ଚଳିକ ଭିତ୍ତିରେ ଗୋଶାଳା ନିର୍ମାଣ ସହ ଗାଈଗୋରୁ ମାନଙ୍କ ରକ୍ଷଣାବେକ୍ଷଣ ର ଦାୟିତ୍ଵ ନେବାକୁ ଦାବି ଜଣାଇଛନ୍ତି ।
No Result
View All Result