No Result
View All Result
୨୨ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଚିଲିକା :-> ଭାରତୀୟ ଜୀବନ ବୀମା ନିଗମ ବାଲୁଗାଁ ଶାଖା ପକ୍ଷରୁ ବରିଷ୍ଠ ବୀମା ଉର୍ଣ୍ଣୟନ ଅଧିକାରୀ ଉପେନ୍ଦ୍ର କାର୍ଜୀଙ୍କ ତତ୍ୱାବଧାନରେ ଚାନ୍ଦପୁର ଅପସରା ହୋଟେଲ ଠାରେ ଏକତା ସଭା ଅନୁଷ୍ଠିତ ହୋଇଯାଇଛି।ଉକ୍ତ କାର୍ଯ୍ୟକ୍ରମରେ ବରିଷ୍ଠ ଶାଖା ପ୍ରବନ୍ଧକ ଅନୟ କୁମାର ମହାନ୍ତି,ସହ ଶାଖା ପ୍ରବନ୍ଧକ ଆଲୋକ କ୍ରୀତ୍ତି,ବୀମା ଉର୍ଣ୍ଣୟନ ଅଧିକାରୀ ଉପେନ୍ଦ୍ର କାର୍ଜୀ,ବରିଷ୍ଠ ଅଭିକର୍ତା ସଦସ୍ୟ ପ୍ରମୁଖ ଉପସ୍ଥିତ ଥିଲେ।ଶାଖା ପ୍ରବନ୍ଧକ ଶ୍ରୀ ମହାନ୍ତି ଓ ସହ ଶାଖା ପ୍ରବନ୍ଧକ ଶ୍ରୀ କ୍ରୀତ୍ତି ଜୀବନବୀମାର ଉପାଦେୟତା ଓ ଆବଶ୍ୟକୀୟ ସମ୍ବନ୍ଧରେ ଆଲୋଚନା କରିଥିଲେ।

ଏହି କାର୍ଯ୍ୟକ୍ରମରେ ଅଭିକର୍ତ୍ତା ମାନଙ୍କୁ ବିଭିନ୍ନ ବୀମା ଯୋଜନା ବିମାକାରୀଙ୍କ ନିକଟରେ କିଭଳି ଉପସ୍ଥାପନ କରିବାନେଇ ପ୍ରଶିକ୍ଷଣ ଦେବାସହ ନୂତନ ବୀମା ଯୋଜନାରେ କିଭଳି ଗ୍ରାହକମାନେ ଆକୃଷ୍ଠ ହୋଇ ପାରିବେ ପ୍ରଶିକ୍ଷଣ ଦିଆଯାଇଥିଲା।ବରିଷ୍ଠ ଉର୍ଣ୍ଣୟନ ଅଧିକାରୀ ଶ୍ରୀ ଉପେନ୍ଦ୍ର କାର୍ଜୀ ୟୁନିଟିର ଅଭିକର୍ତ୍ତାମାନଙ୍କୁ ଭାରତୀୟ ଜୀବନ ବୀମା ନିଗମରେ ରୋଜଗାରକ୍ଷମ ସହ କ୍ଲବ ମେମ୍ବର ଯୋଗ୍ୟତା ନିମିତ୍ତ ପ୍ରବର୍ତ୍ତାଇ ଥିଲେ।ଜୀବନବୀମା ପ୍ରତିନିଧି ଅଭିମନ୍ୟୁ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ।

No Result
View All Result