No Result
View All Result
୨୧ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବେଗୁନିଆ :-> ବେଗୁନିଆ ବ୍ଲକ କଣ୍ଟାବାଡ ଗ୍ରାମର ସ୍ୱର୍ଗତ ସଚ୍ଚିଦାନନ୍ଦ ବ୍ରହ୍ମାଙ୍କ ଦିବ୍ୟାଙ୍ଗ ଝିଅ ବନିତା (୪୧) ଶତକଡା ୬୦ ଭାଗ ବାମନ ହୋଇଥିବାରୁ କେବଳ ଭତା ଟଙ୍କା ପାଇଁ ଗୁଜୁରାଣ ମେଣ୍ଟାଇ ଆସୁଛି । ପିଲା ଦିନରୁ ବାପା ମାଆଙ୍କୁ ହରାଇ ବଡ ଭାଇ ଏକ ଦୁର୍ଘଟଣାର ସମ୍ମୁଖିନ ହୋଇ ଅର୍ଥ ଅଭାବରୁ ଚିକିତ୍ସା ପାଇ ନ ପାରି ଦୁଃଖର ସହ କାଳାତିପାତ କରୁଥିବା ବେଳେ ଦିବ୍ୟାଙ୍ଗ ବନିତା ଏବେ ଘରର ଭାର ବହନ କରୁଛନ୍ତି। ଏପରିକି ଘରର ଅବସ୍ଥା ଜରାଜୀର୍ଣ୍ଣ ହୋଇଥିବା ବେଳେ ଅର୍ଥାଭାବ ଯୋଗୁଁ ତାହା ମଧ୍ୟ ମରାମତି ଦୂରର କଥା ନିର୍ମାଣ ମଧ୍ୟ କରିବା ସମ୍ଭବ ହେଉନାହିଁ ।
ବର୍ତମାନ ପରିପ୍ରେକ୍ଷୀରେ ଘରର ଆର୍ଥିକ ଖର୍ଚ୍ଚ ଯେଉଁ ଭଳି ବଢ଼ି ଚାଲିଛି ଦିବ୍ୟାଙ୍ଗ ଯୁବତୀ ଜଣକ କେବଳ ଭତା ଟଙ୍କାରେ ଗୁଜୁରାଣ ମେଣ୍ଟାଇ ଥିବାରୁ ତାହା ସମୁଦ୍ରକୁ ଶଙ୍ଖେ ପାଣି ପାରି ଜଣା ପଡ଼ୁଛି। ଏହାକୁ ଦୃଷ୍ଟିରେ ରଖି ଗତ ୧୨ ତାରିଖ ଦିନ ବେଗୁନିଆ ପଂଚାୟତ ସମିତି କାର୍ଯ୍ୟାଳୟ ପରିସରରେ ଆୟୋଜିତ ହୋଇଥିବା ଜିଲ୍ଲାପାଳଙ୍କ ମିଳିତ ଜନ ଶୁଣାଣୀ କାର୍ଯ୍ୟକ୍ରମରେ ବନିତା ନିଜର ଏକ ଅନ୍ତଦ୍ୟୋୟ ଯୋଜନାରେ ସାମିଲ କରିବା ପାଇଁ ଜିଲ୍ଲାପାଳଙ୍କୁ ଲିଖିତ ଅଭିଯୋଗ କରିଛନ୍ତି ।

No Result
View All Result