No Result
View All Result
୨୧ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ମୟୂରଭଞ୍ଜ :-> ସୁପ୍ରିମକୋର୍ଟଙ୍କ ସାତଜଣିଆ ଖଣ୍ଡପୀଠ ଅନୁସୂଚିତ ଜାତି ଏବଂ ଅନୁସୂଚୀତ ଜନଜାତି ବର୍ଗଙ୍କ କୋଟା (ସଂରକ୍ଷଣ) ଭିତରେ କୋଟା, ଜାତି ଭିତରେ ଉପଜାତି ସୃଷ୍ଟି ପାଇଁ ଅଗଷ୍ଟ ୧,୨୦୨୪ ତାରିଖରେ ଦେଇଥିବା ରାୟ ସାମ୍ବିଧାନିକ ସଂରକ୍ଷଣ ବ୍ୟବସ୍ଥାକୁ ସମାପ୍ତ କରାଯିବାର ଷଡଯନ୍ତ୍ର ଅଟେ । ସୁପ୍ରିମକୋର୍ଟଙ୍କ ଦ୍ବାରା ଦିଆଯାଇଥିବା ଏହି ରାୟ ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଏବଂ ଅସାମ୍ବିଧାନିକ | ମୂଳ ସମ୍ବିଧାନର ଧାରା – 341 (Scheduled Caste) ଏବଂ ଧାରା – 342 (Scheduled Tribes) ବିରୁଦ୍ଧାଚରଣ କରୁଅଛି |

ସୁପ୍ରିମକୋର୍ଟଙ୍କ ଏହି ଷଡ଼ଯନ୍ତ୍ରକାରି ରାୟ Reservation ଭିତରେ Reservation ଏବଂ ବର୍ଗୀକରଣ (Classification) କରାଯାଇପାରିବ ବୋଲି ରାଜ୍ୟ ସରକାର ମାନଙ୍କୁ ନିର୍ଦ୍ଦେଶ ଦେଇ ଆମ SC/ST ମାନଙ୍କୁ ଦୁର୍ବଳ କରିବା, ତାଙ୍କ ଏକତା ଏବଂ ଅଖଣ୍ଡତାକୁ ସମାପ୍ତ କରିବା ପାଇଁ ଏକ ବୃହତ୍ତ ଷଡ଼ଯନ୍ତ୍ରର ଜାଲ ବିଛାଇ ଦିଆଯାଇଛି । SC/ST ମାନଙ୍କର reservation କୁ ଗୋଟିଏ ପିଢ଼ିରେ ସିମୀତ ରଖିବା ଏବଂ Reservation କୁ ପରୋକ୍ଷ ଭାବେ ସମାପ୍ତ କରିବାର ଷଡ଼ଯନ୍ତ୍ର କରାଯାଇଛି ।

ସୁପ୍ରିମକୋର୍ଟଙ୍କ ଏହି ରାୟକୁ ଜିଲ୍ଲା ପେସା ଗ୍ରାମସଭା ସମନ୍ୱୟ ସମିତି ମୟୂରଭଞ୍ଜ ଦୃଢ ନିନ୍ଦା କରିବା ସହିତ SC/ST ବର୍ଗଙ୍କ ବୃହତ୍ତ ସ୍ବାର୍ଥ ପାଇଁ ଆଜି ଭାରତ ବନ୍ଦ ଡାକରାକୁ ଦୃଢ଼ ସମର୍ଥନ କରି ସୁପ୍ରିମକୋର୍ଟଙ୍କ ରାୟ ବିରୁଦ୍ଧରେ ତୀବ୍ର ଆନ୍ଦୋଳନ କରାଯାଇଛି। ବାରିପଦା ସହରର ସମସ୍ତ ଦୋକାନ ବଜାର, ସରକାରୀ ବେସରକାରୀ ସ୍କୁଲ, କଲେଜ,ବ୍ୟାଙ୍କ, ଅଫିସ ,

ପେଟ୍ରୋଲ ପମ୍ପ, ଗ୍ୟାରେଜ ଇତ୍ୟାଦି ସହିତ ଛୋଟ ମୋଟ ଉଠା ଦୋକାନ ଗୁଡ଼ିକୁ ଜିଲ୍ଲା ସଭାପତି ପାଣ୍ଡୁରାମ ହେମ୍ବ୍ରମଙ୍କ ନେତୃତ୍ଵରେ ସମ୍ପାଦକ ନନାରାମ୍ ମୁର୍ମୁ , ଯୁବ ସଭାପତି ଦୁଲାରାମ୍ ମୁର୍ମୁ, ବିରାମ ଚରଣ ମୁର୍ମୁ, ଭଜାୟ ମୁର୍ମୁ , ପାଞ୍ଚୁ ଟୁଡୁ , ଜୟରାମ୍ ମାର୍ଣ୍ଡି , ଆନନ୍ଦ ମାର୍ଣ୍ଡି , ନାରାୟଣ ବେଶ୍ରା , ଶିରିଶ ହେମ୍ବ୍ରମ୍ , ରଵି ସିଂ, ମୁନ୍ନା ହେମ୍ବ୍ରମ୍ , ମାଙ୍ଗାତ୍ ମୁର୍ମୁ ସମେତ ଶହ ଶହ ସଂଗଠନର କର୍ମକର୍ତ୍ତା ବାଇକ୍ ଯୋଗେ ରାଲି କରି ସହର ସାରା ପରିକ୍ରମା କରି ଭାରତ ବନ୍ଦକୁ ଶାନ୍ତିଶୃଙ୍ଖଳା ଭାବରେ ବନ୍ଦ ଡାକରାକୁ ସଫଳ କରିଥିଲେ ।

No Result
View All Result