No Result
View All Result
୧୯ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବାରିପଦା :-> ଶନିବାର ସନ୍ଧ୍ୟାରେ ସ୍ଥାନୀୟ ଶହୀଦ ସ୍ମୃତି ଭବନରେ ସମ୍ଭାବନା ସାଂସ୍କୃତିକ ପରିଷଦ ଦ୍ଵାରା ପରିବେଷଣ କରାଯାଇଥିଲା ନାଟକ “ସମ୍ପର୍କ” । ସମ୍ପର୍କର ପ୍ରଭାବ କିଭଳି ମଣିଷର ଚରିତ୍ରକୁ ପ୍ରଭାବିତ କରିଥାଏ, ସତ୍ୟତା ନଜାଣି ସମ୍ପର୍କକୁ ସନ୍ଦେହ କରିବା କେତେ ଭୁଲ, ଆଉ ବ୍ୟସ୍ତ ବହୁଳ ମା ବାପା ମାନେ କାହିଁକି ନିଜ ସନ୍ତାନ ସନ୍ତତିଙ୍କୁ ସମୟ ଦେବା ଉଚିତ, ଏଇ ବିଷୟବସ୍ତୁ ଆଧାରିତ ହସ-ଲୁହ ଭରା ସାମାଜିକ ନାଟକର ରଚନା କ୍ଷୀରୋଦ ବିହାରୀ ସିଟ୍ କରିଥିବାବେଳେ ନିର୍ଦ୍ଦେଶନା ଦେଇଥିଲେ ରାଜେଶ ଦାଶ । ପ୍ରାରମ୍ଭରେ ଅନ୍ଯତମ ବରିଷ୍ଠ ନିର୍ଦ୍ଦେଶକ ଧୀର ବସା ଉତ୍ତରୀୟ ପ୍ରଦାନ କରି କ୍ଷୀରୋଦ ବିହାରୀ ସିଟଙ୍କୁ ସମ୍ମାନିତ କରିଥିଲେ । ପ୍ରକୋଷ୍ଠରେ ଭରପୁର ଦର୍ଶକ ନାଟକ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ବସିରହି ନାଟକକୁ ଉପଭୋଗ କରିଥିଲେ ।

ଜ୍ଞାନ ପଣ୍ଡା, ଅଶୋକ ପଟ୍ଟନାୟକ, ସଂଗ୍ରାମ ପଣ୍ଡା, ଗୁହିରାମ ଜେନା, ରଣଜିତ ସାହୁ, ବିକାଶ, ଧର୍ମପଦ, ଧର୍ମଜିତ, ଓମ, ଓ ଦିବ୍ୟ ଦର୍ଶନୀଙ୍କ ନିଖୁଣ ଅଭିନୟ ଦର୍ଶକଙ୍କ ଓଠରେ ହସ ଆଉ ଆଖିରେ ଲୁହ ଜକେଇ ଦେଉଥିଲା । ପ୍ରତ୍ୟେକ ଦୃଶ୍ୟର ଅନ୍ତରାଳରେ କରତାଳି ରେ ପ୍ରକମ୍ପିତ ହେଉଥିଲା ଶହୀଦ ସ୍ମୃତି ଭବନ ପରିସର । ମଞ୍ଚ ପରିଚାଳନା କରିଥିଲେ ସୋମନାଥ ସିଂହ ଓ ଜ୍ୟୋତିର୍ମୟୀ ପଲେଈ, ସହ ନିର୍ଦ୍ଦେଶନା ଦେଇଥିଲେ ଦର୍ଶନା ଭଂଜଦେଓ, ସହାୟତା କରିଥିଲେ ଶର୍ମିଷ୍ଠା ପଣ୍ଡା,

ହିମାଂଶୁ ସାହୁ, ଊର୍ଜା ମହାନ୍ତି, ରାଜୁ ବାବୁ, କାଳୁ ଭାଇ ତଥା ସମ୍ଭାବନା ସାଂସ୍କୃତିକ ପରିଷଦର ଅନ୍ୟାନ୍ୟ ସଦସ୍ୟମାନେ। ନାଟକର ଅଭିନୟ, ନିର୍ଦ୍ଦେଶନା, ମଞ୍ଚସଜ୍ଜା ତଥା ବିଷୟବସ୍ତୁ କୁ ନେଇ ସହରର ନାଟ୍ଯପ୍ରେମୀ, ବେଶ ଚର୍ଚ୍ଚା କରିଥିଲେ । ନାଟକ ଶେଷରେ ଦୁର୍ଯ୍ୟୋ – ସରସ୍ବତୀ ମଞ୍ଚପ୍ରଭା ସମ୍ମାନରେ ସମସ୍ତ କଳାକାର ଓ ନିର୍ଦ୍ଦେଶକଙ୍କୁ ଦୁର୍ଯ୍ୟୋ – ସରସ୍ବତୀ ସାଂସ୍କୃତିକ ପରିଷଦ ତରଫରୁ ସମ୍ମାନିତ କରାଯାଇଥିଲା I ପରବର୍ତ୍ତୀ ସମୟରେ ଖୁବ ଶୀଘ୍ର ସମ୍ଭାବନା ସାଂସ୍କୃତିକ ପରିଷଦ ଦ୍ୱାରା ଦୁଇଟି ନାଟକ “ପାଞ୍ଚାଳୀ” ଓ “ବିଷକନ୍ୟା” ପରିବେଷିତ କରାଯିବ ବୋଲି ଘୋଷଣା କରାଯାଇଥିଲା I
No Result
View All Result