୧୯ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଆର, ଉଦୟଗିରି :-> ଗଜପତି ଜିଲ୍ଲାର ଆର, ଉଦୟଗିରି ବ୍ଲକ ଅନ୍ତର୍ଗତ କେ. ଏମ. ଭଲିଆସାହି ଉଚ୍ଚ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ରାମଚନ୍ଦ୍ର ଦଳବେହେରାଙ୍କ ନେତୃତ୍ତ୍ୱରେ ଜୁନିଅର ରେଡକ୍ରସ ତରଫରୁ ପଵିତ୍ର ରକ୍ଷା ବନ୍ଧନ ସହିତ ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ଜନ୍ମ ଜୟନ୍ତୀ ଅତି ଆନନ୍ଦର ସହିତ ପାଳନ ହୋଇଯାଇଛି l

ଉକ୍ତ ଅବସରରେ ଯୋଡlମ୍ବ ଉଚ୍ଚ ବିଦ୍ୟାଳୟର ଶିକ୍ଷକ ଶ୍ରୀଯୁକ୍ତ ରମେଶ ଚନ୍ଦ୍ର ଜେନା ଏବଂ ଶିକ୍ଷକ ଶ୍ରୀଯୁକ୍ତ କିଶୋର ଚନ୍ଦ୍ର ଦଣ୍ଡସେନା ଉପସ୍ଥିତ ରହି ପିଲାମାନଙ୍କୁ ଗଙ୍ଗାଧର ମେହେର ଙ୍କର ଜୀବନୀ ଓ ସାହିତ୍ୟ କୃତି ବିଷୟରେ ବକ୍ତବ୍ୟ ପ୍ରଦାନ କରି ସମସ୍ତଙ୍କୁ ମେହେରଙ୍କର ଆଦର୍ଶରେ ଅନୁପ୍ରାଣିତ କରାଇଥିଲେ l
















