No Result
View All Result
୧୭ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଗୋପ :-> ପୁରୀ-କୋଣାର୍କ ବେଳା ମାର୍ଗରେ ସୁତନ ଗ୍ରାମର ଅବସ୍ଥାପିତ ଅବନ୍ତୀ ଆଶ୍ରମରେ ପବିତ୍ର ଶ୍ରାବଣ ମାସର ଶେଷ ତିଥିରେ ଅଷ୍ଟପ୍ରହରୀ ନାମଯଜ୍ଞ ଅନୁଷ୍ଟିତ ହୋଇଯାଇଅଛି। ଶୁକ୍ରବାର ଦିନ ଅଧିବାସ ଦିବସ ସହ କୁଶଭଦ୍ରା ନଦୀରୁ ୧୦୮ ଜଣ ଜଳ କଳସ ଉଠେଇ ଅବନ୍ତୀ ଆଶ୍ରମରେ ସ୍ଥାପନା କରିଥଲେ। ଶନିବାର ପ୍ରାତଃ ସମୟରୁ ଅଷ୍ଟପ୍ରହରୀ ନାମଯଜ୍ଞ ଆରମ୍ଭ ହୋଇ ରବିବାର ଶେଷ ହୋଇଥିଲା।

ସଙ୍କୀର୍ତ୍ତନ ପରେ ଅର୍ଣ୍ଣକୁଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳରୁ ଦୁଇ ହଜାରରୁ ଉର୍ଦ୍ଧ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥଲା। ପ୍ରାୟ ୫୦ ଗୋଟି ମହିଳା ମଣ୍ଡଳକୁ ନେଇ ଏକ ଭକ୍ତି ପୂର୍ଣ୍ଣ ପରିବେଶ ଭିତରେ ଶହ ଶହ ଶ୍ରଦ୍ଧାଳୁ, ଆଶ୍ରିତ ଓ ଭକ୍ତ ରାମନାମ କଥାମୃତ ଶ୍ରବଣ କରିଥିଲେ। ପୁରୀ ରୁ ଆସିଥିବା ପଣ୍ଡିତ ମାନଙ୍କ ଦ୍ଵାରା ସଂପୂଣ୍ଣ ନାମ କୀର୍ତ୍ତନ ପରିଚାଳନା ହୋଇଥିଲା।

ବାବା କପିଳ ମୁନି ଆଶ୍ରମର ଖ୍ୟାତି ଥିବାରୁ ବହୁ ଦୂର ଦୁରନ୍ତରୁ ଭକ୍ତ ମାନେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ମୁଖ୍ୟ କର୍ତ୍ତା ଭାବେ ପୂର୍ଣ୍ଣ ଚନ୍ଦ୍ର ସ୍ବାଇଁ ଓ ପରିଚାଳନା ମୁଖ୍ୟ ଭାବେ ଆଞ୍ଚଳିକ କୀର୍ତ୍ତନ ମଣ୍ଡଳୀର ସହଯୋଗୀ ସୁବାସ ପ୍ରଧାନ ପରିଚାଳନା କରିଥିଲେ। ଏହି କାର୍ଯ୍ୟକ୍ରମକୁ ଆଶ୍ରମର ସମସ୍ତ ସଭ୍ୟ ସହଯୋଗ କରିଥିଲେ ।
No Result
View All Result