No Result
View All Result
ଏହି ଖବରରେ ସାରା ରଣପୁର ଅଞ୍ଚଳରୁ କୁନି ପ୍ରତିଭା ଶୁଭ୍ରାଂଶୁଙ୍କ ନିକଟକୁ ଅଭିନନ୍ଦନର ସୁଅ ଛୁଟୁଛି ।
ଜିଲ୍ଲା ପ୍ରଶାସନ ତରଫରୁ ସ୍ୱତନ୍ତ୍ର ଭାବେ ସମ୍ବର୍ଦ୍ଧିତ କରାଯିବା ସହ ନୟାଗଡ଼ ଜିଲ୍ଲାପାଳ ପୁରସ୍କୃତ କରିଥିଲେ ।
୧୭ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ରଣପୁର :-> ରଣପୁର ବ୍ଳକ୍ ଗୋପାଳପୁର ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ଦ୍ୱିତୀୟ ଶ୍ରେଣୀର ଛାତ୍ର ଶୁଭ୍ରାଂଶୁ ମହାପାତ୍ରଙ୍କୁ ଜିଲ୍ଲା ସ୍ତରୀୟ ସ୍ୱାଧୀନତା ଦିବସରେ ନୟାଗଡ଼ ଜିଲ୍ଲାପାଳ ଅକ୍ଷୟ ସୁନିଲ୍ ଅଗ୍ରୱାଲ ପୁରସ୍କୃତ କରିଛନ୍ତି । ୭୮ ତମ ଜିଲ୍ଲା ସ୍ତରୀୟ ସ୍ୱାଧୀନତା ଦିବସ ଉପଲକ୍ଷେ ଜିଲ୍ଲା ପ୍ରଶାସନ ତରଫରୁ ଆୟୋଜିତ ହୋଇଥିବା ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା ପ୍ରତିଯୋଗୀଙ୍କୁ ନୟାଗଡ଼ ପୋଲିସ୍ ଟ୍ରେନିଂ ସ୍କୁଲ (ପିଟିଏସ୍) ପଡିଆରେ ଅଗଷ୍ଟ ୧୫ ରେ ଅନୁଷ୍ଠିତ ଜିଲ୍ଳା ସ୍ତରୀୟ ସ୍ୱାଧୀନତା ଦିବସରେ ପୁରସ୍କୃତ କରାଯାଇଥିଲା ।
ଏହି ପରିପ୍ରେକ୍ଷୀରେ ରଣପୁରର ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ଅଧ୍ୟାପକ ସତ୍ୟ ନାରାୟଣ ମହାପାତ୍ର ଓ ଶିକ୍ଷୟିତ୍ରୀ ସୁଜାତା ନନ୍ଦଙ୍କ ପୁତ୍ର ଶୁଭ୍ରାଂଶୁ ମହାପାତ୍ର ଗୋପାଳପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ତରଫରୁ ଦେଶାତ୍ମ ବୋଧକ ସଙ୍ଗୀତ ପ୍ରତିଯୋଗି ତାରେ ଅଂଶଗ୍ରହଣ କରିଥିଲେ । ସେଇ କୁନି ପ୍ରତିଭା କ୍ଳଷ୍ଟର ଲେବଲରୁ ବ୍ଳକ୍ ଓ ବ୍ଳକ୍ ଲେବଲ୍ରୁ ଜିଲ୍ଲା ଲେବଲ୍ କୁ ଉତ୍ତୀର୍ଣ୍ଣ ହୋଇ
ଜିଲ୍ଲାର ସମସ୍ତ କନିଷ୍ଠ ପ୍ରତିଯୋଗୀଙ୍କୁ ପଛରେ ପକେଇ ଜିଲ୍ଲା ଚାମ୍ପିଆନ୍ ତଥା ଉକ୍ତ ପ୍ରତିଯୋଗିତାରେ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିଲେ । ସେଥିପାଇଁ ତାଙ୍କୁ ଜିଲ୍ଲା ପ୍ରଶାସନ ତରଫରୁ ସ୍ୱତନ୍ତ୍ର ଭାବେ ସମ୍ବର୍ଦ୍ଧିତ କରାଯିବା ସହ ନୟାଗଡ଼ ଜିଲ୍ଲାପାଳ ପୁରସ୍କୃତ କରିଥିଲେ । ଏହି ଖବରରେ ସାରା ରଣପୁର ଅଞ୍ଚଳରୁ କୁନି ପ୍ରତିଭା ଶୁଭ୍ରାଂଶୁଙ୍କ ନିକଟକୁ ଅଭିନନ୍ଦନର ସୁଅ ଛୁଟୁଛି । ସୂଚନା ଥାଉ କି, ଶୁଭ୍ରାଂଶୁ ରଣପୁରର ପ୍ରଖ୍ୟାତ ସଙ୍ଗୀତଜ୍ଞ ସ୍ୱର୍ଗତ ତ୍ରିନାଥ ମହାପାତ୍ରଙ୍କ ନାତି ଅଟନ୍ତି ।
No Result
View All Result