No Result
View All Result
୧୫ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ନୟାଗଡ଼ :-> ରୋଟାରୀ କ୍ଳବ୍ ରେ ୭୮ ତମ ସ୍ବାଧୀନତା ଦିବସ ପାଳନ ହୋଇ ଯାଇଛି। କ୍ଳବ୍ ର ସଭାପତି ଶ୍ରୀକାନ୍ତ କୁମାର ଖଟେଇ ପତାକା ଉତ୍ତୋଳନ କରି ସ୍ବାଧୀନତା ସଂଗ୍ରାମୀ ମାନଙ୍କର ସ୍ମ୍ରୁତି ଚାରଣ କରିବା ସହିତ ମହାପୁରୁଷ ମାନଙ୍କ ଆଦର୍ଶ ରେ ଅନୁପ୍ରାଣିତ ହେବା ପାଇଁ ବକ୍ତବ୍ଯ ରଖିଥିଲେ । ଯେଉଁ ମାନଙ୍କର ତ୍ଯାଗ ଓ ବଳିଦାନ ରେ ଆଜି ଆମେ ସ୍ବାଧୀନ ସେହି ମାନଙ୍କୁ ମନେ ପକାଇବା ପାଇଁ ଆଜିର ଦିନଟି ବହୁ ଗୁରୁତ୍ବପୂର୍ଣ୍ଣ।

ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ଆମେ ସମସ୍ତେ ଭାରତୀୟ, ଭାରତ ମାତାର ସନ୍ତାନ, ଏହା ହେଉଛି ଆମର ପରିଚୟ ବୋଲି ବକ୍ତବ୍ଯ ରଖିଥିଲେ। ସକାଳ ୧୧ଟା ୧୫ ମିନିଟ୍ ସମୟରେ ନୟାଗଡ଼ ମୁଖ୍ଯ ଚିକିତ୍ସାଳୟ ପରିସରରେ ଥିବା ରକ୍ତ ଭଣ୍ଡାରରେ ରୋଟାରୀ କ୍ଳବ୍ ଆନୁକୂଲ୍ୟରେ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଥିଲା।

ମୁଖ୍ଯ ଅତିଥି ନୟାଗଡ଼ ଜିଲ୍ଲାପାଳ ଅକ୍ଷୟ ସୁନିଲ ଅଗ୍ରଓ୍ୱାଲ ଶିବିରକୁ ଉଦଘାଟନ କରିଥିଲେ।ସମ୍ମାନିତ ଅତିଥି ଭାବେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ରାହୁଲ ଜୈନ, ଅତିରିକ୍ତ ଜିଲ୍ଲାପାଳ ଦିଲ୍ଲୀପ କୁମାର ବଳ,ଉପଜିଲ୍ଲାପାଳ କର୍ଣ୍ଣଦେବ ସାମଦାର ଉପସ୍ଥିତ ଥିଲେ। ଶିବିରରୁ ମୋଟ ୧୪ ୟୁନିଟ୍ ରକ୍ତ ସଂଗ୍ରହ ହୋଇଥିଲା। ଅପରାହ୍ନ ୪ଟା ସମୟରେ ହରଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ପାଇଁ ସ୍ଥାନୀୟ ପିଡବ୍ଲ୍ୟୁଡି ବଙ୍ଗଳା ଠାରୁ ଜିଲ୍ଲାପାଳଙ୍କ କାର୍ଯ୍ଯାଳୟ ପର୍ଯ୍ୟନ୍ତ ଏକ ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା।

କ୍ଳବର ସଂପାଦକ ଅବିନାଶ ସାହୁ କାର୍ଯ୍ୟକ୍ରମ ଗୁଡିକୁ ସଂଯୋଜନା କରିଥିଲାବେଳେ ସମସ୍ତ ସଦସ୍ଯ ମାନେ ସହଯୋଗ କରିଥିଲେ। ରୋଟାରିଆନ ଆରିଫ୍ ଖାନ୍, ଧୀରେନ୍ଦ୍ର କୁମାର ପଟ୍ଟନାୟକ, ମିହିର ରଂଜନ ନାୟକ ,ଦିଲ୍ଲୀପ କୁମାର ମିଶ୍ର ,ବସିରନ୍ ବିବି ,ସନ୍ତୋଷ କୁମାର ନାୟକ ,ମନୋରଞ୍ଜନ ପ୍ରଧାନ, ଜି ରଶ୍ମିରାଜ, ପ୍ରସନ୍ନ କୁମାର ବସନ୍ତିଆ, ଶ୍ରୀଧର ସାହୁ, ପୂର୍ଣ୍ଣଚନ୍ଦ୍ର ସାହୁ,ପ୍ରବୀର କୁମାର ପ୍ରୁଷ୍ଟି,ବାସୁଦେବ ସାହୁ,ମଦନ ମୋହନ ମହାପାତ୍ର, ଲକ୍ଷ୍ମୀନାରାୟଣ ରଥ, ଦେବାଶିଷ ପଟ୍ଟନାୟକ , ଶରତ କୁମାର ସାହୁଙ୍କ ସମେତ ବହୁ ସଦସ୍ଯ ଉପସ୍ଥିତ ରହି ସହଯୋଗ କରିଥିଲେ।


No Result
View All Result