ଓଡିଶା ତାଜା ନ୍ୟୁଜ୍ (୧୧ ଅଗଷ୍ଟ ମଙ୍ଗଳବାର ) ଢେଙ୍କାନାଳ :- ଭାରତୀୟ ସଂସ୍କୃତି ଓ ପରମ୍ପରା ଅନୁସାରେ, ଅନ୍ଧକାରକୁ ଦୂର କରି ଧର୍ମର ମହାଲୋକ ପ୍ରଦାନ କରିବା ନିମନ୍ତେ ଯଥା ଦ୍ୱାପର ଯୁଗର ଦୁରାଚାରୀ କଂସର ଅତ୍ୟାଚାରରେ ଅତିଷ୍ଠ ମାନବ ସମାଜକୁ ଉଦ୍ଧାର କରିବା ନିମନ୍ତେ ଆଜକୁ ପ୍ରାୟ ପାଞ୍ଚ ହଜାର ବର୍ଷ ପୂର୍ବେ ଭାଦ୍ରବ ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥିରେ ରାତ୍ରିର କାରାଗାରରେ ମାତା ଦେବକୀଙ୍କ ଗର୍ଭରୁ ଅଷ୍ଟମ ସନ୍ତାନ ରୂପେ ଭଗବାନ ବିଷ୍ଣୁ ଧରାପୃଷ୍ଠେ ଶ୍ରୀ କୃଷ୍ଣ ଙ୍କ ନାମରେ ଜନ୍ମଗ୍ରହଣ କରିଥିଲେ ଏବଂ ଜନ୍ମ କାଳରେ ପିତାମାତାଙ୍କୁ ନିଜର ପୂର୍ଣ୍ଣ ଦିବ୍ୟ
ଦର୍ଶନ ଦେଇଥିଲେ । ଏହାକୁ ମହାଷ୍ଟମୀ ମଧ କୁହାଯାଏ । ସେଇ ଟିକେ ପ୍ରଭୁକୃପା ଲାଭ ପାଇଁ ଆଜି ମାନବସମାଜ ବ୍ୟାକୁଳ ହୋଇ ଜନ୍ମୋତ୍ସବ ପାଳନ କରୁଛନ୍ତି । ଏହି ପରିପ୍ରେକ୍ଷୀରେ ଆଜି ଢେଙ୍କାନାଳ ଜିଲ୍ଲା କଣ୍ଟେଇକୋଳିଆ ସ୍ଥିତ ବାୟାବାବାଙ୍କ ଆଶ୍ରମର ରାଧାଗୋବିନ୍ଦ ଜୀଉ ମନ୍ଦିରରେ ଭକ୍ତମାନଙ୍କ ଦ୍ବାରା ଭାବାବେଗରେ ଜନ୍ମଲୀଳା ଆଶ୍ଵାଦନ , ଶ୍ରୀ ବିଗ୍ରହଙ୍କ ଦିବ୍ୟ ଦର୍ଶନ ପୂର୍ବକ କୃତକୃତ୍ୟ ହୋଇଥିଲେ।”ନନ୍ଦ କି ଆନନ୍ଦ ବୋଲ ଜୟ କହ୍ନେୟା ଲାଲ୍ କି ” ( ରିପୋର୍ଟ – ଅମର ରଞ୍ଜନ ଦାସ )