No Result
View All Result
୧୪ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) କଟକ :-> ୧୯୪୭ ମସିହା ଅଗଷ୍ଟ ୧୪ ତାରିଖ ଦିନ ଭାରତରେ ବିଭାଜନ ବିଭିଷିକା ଘଟିଥିଲା । ଏହି ବିଭିଷିକାକୁ ନେଇ ପାକିସ୍ତାନରେ ରହୁଥିବା ହିନ୍ଦୁ ମାନଙ୍କ ଉପରେ ଅମାନବୀୟ ଆକ୍ରମଣ କରାଯାଇଥିଲା । ଯାହାଫଳରେ ଅନେକ ଭାରତୀୟ ହିନ୍ଧୁ ପ୍ରାଣବଳୀ ଦେଇଥିଲେ । ସେହି ଘଟଣାକୁ ମନେ ପକାଇବା ପାଇଁ ୨୦୨୧ ରୁ ଭାରତର ଜସ୍ୱଷୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଭାଜନ ବିଭିଷିକା ସ୍ମୃତି ଦିବସ ପାଳନ କରି ଆସୁଛନ୍ତି । ଅଗଷ୍ଟ ପନ୍ଦର ପାଳନର ପୂର୍ବ ଦିନଘଟିଥିବା ଘଟଣାକୁ ପ୍ରତ୍ୟେକ ବ୍ୟକ୍ତି ମନେ ରଖିବା ପାଇଁ ଏହି ସ୍ମତି ଦିବସ ପାଳନ କରାଯାଇ ଆସୁଛି ।
ଏହି ଅବସରରେ ବିଜେପି ଓବିସି ମୋର୍ଚ୍ଚା କଟକ ଜିଲ୍ଲା ସଭାପତି ତଥା ପୂର୍ବତନ କଟକ ଜିଲ୍ଲା ଜିଲ୍ଲାପରିଷଦ ଉପାଧ୍ୟକ୍ଷ ପ୍ରତାପ ରାଉତରାୟଙ୍କ ନେତୃତ୍ୱରେ , ବୁଧବାର ସନ୍ଧ୍ୟାରେ କଟକ ସଦରଥାନା ଅନ୍ତର୍ଗତ ତେଲଙ୍ଗାପେଣ୍ଠ ଗାନ୍ଧୀ ସ୍ମୃତି ପୀଠ ଠାରେ ଭାରତ ବର୍ଷର ବିଭାଜନ ବିଭିଷିକା ସ୍ମୃତି ଦିବସ ପାଳନ କରାଯାଇଥିଲା । ଏହି ଉପଲକ୍ଷେ ଆୟୋଜିତ ସ୍ମୃତି ଦିବସରେ କଟକ ନଗର ବିଜେପି ଉପ ସଭାପତି ସ୍ୱାଧୀନ ଚେତା ମହାନ୍ତି ଅଧ୍ୟକ୍ଷତା କରିଥିଲେ । ସିଏମସି ୫୯ ନମ୍ବର ୱ।ର୍ଡ଼ର ବିଜେପି କର୍ପୋରେଟର ମମତା ମହାନ୍ତି , ପୂର୍ବତନ ବିଜେପି ଜିଲ୍ଲା ପରିଷଦ ସଭ୍ୟ ଅଜୟ କୁମାର ମୁଦୁଲି, ବିଜେପି ବାରଙ୍ଗ ମଣ୍ଡଳ ସଭାପତି ବୁଲୁ ସ୍ୱାଇଁ , ଉରାଳୀ ମଣ୍ଡଳ ସଭାପତି ପ୍ରଦୀପ ବେହେରା, ପଞ୍ଚମୁଖୀ ମଣ୍ଡଳ ସଭାପତି ପ୍ରମୋଦ କୁମାର ଓଝା ,
ଗନ୍ଧର୍ବ ଜେନା ପ୍ରମୁଖ ଅତିଥି ଭାବେ ଯୋଗ ଦେଇ କହିଲେ ଯେ, ୭୮ ବର୍ଷ ତଳେ ଭାରତର ପ୍ରଧାନମନ୍ତ୍ରୀ ପଦବୀ ପାଇଁ ସୃଷ୍ଟି ହୋଇଥିଲା ବିଭାଜନର ବିଭିଷିକା । ଭାରତ ଦୁଇ ଖଣ୍ଡ ହୋଇ ଯାଇଥିଲା । ଗୋଟିଏ ପଟେ ଅଣ ହିନ୍ଦୁ ପାକିସ୍ତାନର ପ୍ରଧାନମନ୍ତ୍ରୀ ଦାୟିତ୍ବ ନେଇଥିଲେ ମହମ୍ମଦ ଜୀନା ଏବଂ ଅନ୍ୟ ପଟେ ଭାରତର ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ନେଇଥିଲେ ଜବାହର ଲାଲ ନେହେରୁ । ମହାତ୍ମାଗାନ୍ଧୀଙ୍କ ଏବଂ ଅନ୍ୟ ଷଡ଼ଯନ୍ତ୍ର କାରୀଙ୍କ ପାଇଁ ଏହି ବିଭାଜନ ବିଭିଷିକା ସୃଷ୍ଟି ହୋଇଥିଲା ବୋଲି ଅତିଥି ମାନେ ମତବ୍ୟକ୍ତ କରିଥିଲେ । ଆୟୋଜିତ ସ୍ମତି ଦିବସରେ କଟକସଦର , ବାରଙ୍ଗ ,କଣ୍ଟାପଡା ନିଆଳୀ ଆଦି ବ୍ଲକର ବହୁ ବିଜେପି କର୍ମୀ ଯୋଗ ଦେଇଥିଲେ ।

No Result
View All Result