No Result
View All Result
୧୩ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଚିଲିକା :-> ବାଣପୁର ବ୍ଲକ ଅନ୍ତର୍ଗତ ନାଚୁଣୀ ଗ୍ରାମ ପଞ୍ଚାୟତ ପକ୍ଷରୁ ଆଜି ୭୮ ତମ ସ୍ଵାଧୀନତା ଦିବସ ଅବ୍ୟବହିତ ପୂର୍ବରୁ ସରକାରୀ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁଯାୟୀ ହର୍ ଘର୍ ତ୍ରିରଙ୍ଗା ଶୋଭା ଯାତ୍ରା ଓ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ସରପଞ୍ଚ ଶ୍ରୀମତୀ ସ୍ବପ୍ନାଞ୍ଜଳି ପଲେଇ ଙ୍କ ନେତ୍ରୃତ୍ଵ ରେ ଏବଂ ସମସ୍ତ ଓ୍ଵାର୍ଡ ସଭ୍ୟ ସଭ୍ୟା ତଥା ଅଞ୍ଚଳ ର ବୁଦ୍ଧିଜୀବୀ ମାନଙ୍କୁ ନେଇ
ଏହି ଶୋଭା ଯାତ୍ରା ଦେଶାତ୍ମବୋଧକ ନାରା ଦେଇ ନାଚୁଣୀ ବଜାର ର ବିଭିନ୍ନ ସାହି ପରିକ୍ରମା କରିଥିଲେ । ଏହାପରେ ପଞ୍ଚାୟତ ସଭା ଗ୍ରୃହରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇ ସ୍ବାଧୀନତା ଦିବସ ପାଳନର ରୂପରେଖ ପ୍ରସ୍ତୁତ ହୋଇଥିଲା । ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଏହି କାର୍ଯ୍ୟକ୍ରମ ର ସଫଳତା ନେଇ ଅଂଶ ଗ୍ରହଣ କାରୀଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ ।
No Result
View All Result