୧୩ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର :-> ଭାରତର ଅଗ୍ରଣୀ ପ୍ରିମିୟମ ଏଥ୍ନିକ ୱେୟାର ବ୍ରାଣ୍ଡ, ସଭ୍ୟତା ଭୁବନେଶ୍ୱର ଓଡିଶାରେ ଏହାର ୧୨୩ତମ ଷ୍ଟୋର ଓ ୨ୟ ଷ୍ଟୋର୍ର ବିଶାଳ ଶୁଭାରମ୍ଭ କରିଛି । ଏହି ନୂତନ ଷ୍ଟୋରର ଉଦ୍ଘାଟନ ଭୁବନେଶ୍ୱରରେ ଏହି ବ୍ରାଣ୍ଡର ଉପସ୍ଥିତିକୁ ଅଧିକ ସୁଦୃଢ କରିଛି । ଏହି ନୂଆ ଷ୍ଟୋର ସହରର ଗତିଶୀଳ ଫ୍ୟାଶନ ଆବଶ୍ୟକତାକୁ ପୂରଣ କରିବା ପାଇଁ ଲକ୍ଷ୍ୟ ରଖିଛି । ଏହି ଅବସରରେ ଭୁବନେଶ୍ୱରର ମେୟର ଶ୍ରୀମତୀ ସୁଲୋଚନା ଦାସ ମଧ୍ୟ ଉପସ୍ଥିତ ଥିଲେ । ଭୁବନେଶ୍ୱରର ସ୍ୱତନ୍ତ୍ର ସାଂସ୍କୃତିକ ଐତିହ୍ୟ ଓ ଅର୍ଥନୈତିକ ପରିବେଶ, ସଭ୍ୟତାର ସମ୍ପ୍ରସାରଣ ପାଇଁ ଏହାକୁ ଏକ ଆଦର୍ଶ ସ୍ଥାନରେ ପରିଣତ କରୁଛି । ଓଡିଶାର ଏକ ସାଂସ୍କୃତିକ ଓ ବାଣିଜ୍ୟିକ କେନ୍ଦ୍ର ଭାବେ ପରିଚିତ ଏହି ସହର ଫ୍ୟାଶନ ଓ ଏଥ୍ନିକ ପୋଷାକ ପାଇଁ ଅପାର ସମ୍ଭାବନା ପ୍ରଦାନ କରୁଛି, ଯାହା ପାରମ୍ପରିକ ପୋଷାକର ଆଧୁନିକୀକରଣ କରିବା ଓ ଏହାକୁ ସେଲିବ୍ରେଟ କରିବା ନେଇ ସଭ୍ୟତାର ଦୃଷ୍ଟିକୋଣ ସହ ଉପଯୁକ୍ତ ଭାବେ ମେଳ ଖାଉଛି ।
ବିକଶିତ ଫ୍ୟାଶନ ଟ୍ରେଣ୍ଡ୍ ଏବଂ କର୍ମ କ୍ଷେତ୍ରରେ ମହିଳାମାନଙ୍କ ବର୍ଦ୍ଧିତ ଅଂଶଗ୍ରହଣର ପ୍ରତିକ୍ରିୟାରେ, ସଭ୍ୟତା ଏକ ବିସ୍ତୃତ ଶୃଙ୍ଖଳାର ପୋଷାକ ପ୍ରଦାନ କରିବା ଜାରି ରଖିଛି ଯାହା ପାରମ୍ପରିକ ଓ ଆଧୁନିକ ଉପାଦାନଗୁଡିକୁ ମିଶ୍ରଣ କରୁଛି । ଏହି ଷ୍ଟୋର୍ର କଲେକ୍ସନରେ ୧୩୯୯ ଟଙ୍କାରୁ ୧୭,୯୯୯ ଟଙ୍କା ମଧ୍ୟରେ ବିଭିନ୍ନ ଅବସର ପାଇଁ ଫ୍ୟାଶନ-ଫର୍ୱାର୍ଡ ପୋଷାକ ସାମିଲ ରହିବ । ଏସମ୍ପର୍କରେ ସଭ୍ୟତାର ସହପ୍ରତିଷ୍ଠାତା ପଙ୍କଜ ଆନନ୍ଦ କହିଛନ୍ତି, “ଆମେ ଭୁବନେଶ୍ୱରରେ ଆମର ୨ୟ ଷ୍ଟୋର୍ ଖୋଲିବା ପାଇଁ ଉତ୍ସାହିତ ରହିଛୁ ଏବଂ ସହରର ଜୀବନ୍ତ ଫ୍ୟାଶନ ସମୁଦାୟକୁ ସେବା ଯୋଗାଇବା ପାଇଁ ଅପେକ୍ଷା କରିଛୁ ।