No Result
View All Result
୧୨ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ନୂଆଦିଲ୍ଲୀ :-> ବିଶିଷ୍ଟ ପ୍ରଶାସକ କୁଳମଣି ବିଶ୍ୱାଳଙ୍କ ଦ୍ଵାରା ଏଠାରେ ଆୟୋଜିତ ଏକକ ଚିତ୍ର ପ୍ରଦର୍ଶନୀ ଉଦଯାପିତ ହୋଇଯାଇଥିବା ଜଣାଯାଇଅଛି । ଏଠାକାର ହାବିଟାଟ ସେଣ୍ଟର ସ୍ଥିତ ଓପନ ପାମ କୋର୍ଟ ଗ୍ୟାଲେରୀ ଠାରେ ଦୀର୍ଘ ପାଞ୍ଚ ଦିନ ଧରି ଅନୁଷ୍ଠିତ “ପ୍ରତିବିମ୍ବ” ଶୀର୍ଷକ ଏହି ପ୍ରଦର୍ଶନୀ ବ୍ୟାପକ ଭାବେ ସଫଳ ହୋଇଥିବା ପ୍ରାପ୍ତ ସୂଚନାରୁ ପ୍ରକାଶ । ଏହି ପ୍ରଦର୍ଶନୀରେ ଶ୍ରୀ ବିଶ୍ବାଳଙ୍କ ଦ୍ୱାରା ଅଙ୍କାଯାଇଥିବା ୪୦ଟି ଉଚ୍ଚକୋଟୀର ଛବି ପ୍ରଦର୍ଶିତ ହୋଇଥିଲା । ଜାତୀୟ ରାଜଧାନୀର ବହୁ ପ୍ରତିଷ୍ଠିତ ସଂସ୍କୃତି ସମାଲୋଚକ ଏବଂ ଶତାଧିକ କଳା ପ୍ରଶଂସକଙ୍କ ଦ୍ଵାରା ଏହି ପ୍ରଦର୍ଶନୀ ବେଶ ଆଦୃତ ହୋଇଥିବା ଲକ୍ଷ୍ୟ କରାଯାଇଥିଲା ।
ଉଦଯାପନୀ ଅଧିବେଶନରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଭାରତ ସରକାରଙ୍କ ପୂର୍ବତନ ମୁଖ୍ୟ ସୂଚନା କମିଶନର ସତ୍ୟାନନ୍ଦ ମିଶ୍ର,ଶ୍ରୀ ବିଶ୍ୱାଳଙ୍କର ଅନନ୍ୟ ଓ ଅବିସ୍ମରଣୀୟ କଳା ଚାତୁର୍ଯ୍ୟକୁ ଭୁରୀ ଭୁରୀ ପ୍ରଶଂସା କରିଥିଲେ । ଏହି ଅବସରରେ ସମ୍ମାନୀତ ଅତିଥି ଭାବେ ବରିଷ୍ଠ ପ୍ରଶାସକ ଏସ.ଏନ. ତ୍ରିପାଠୀ, କଂପିଟିସନ କମିଶନର ଡି.ଜି ଅଂଶୁମାନ ପଟ୍ଟନାୟକ, ଆଇ.ସି.ଆଇ.ସି.ଆଇ.ବ୍ୟାଙ୍କର ସରକାରୀ ବ୍ୟବସାୟ ବିଭାଗର ମୁଖ୍ୟ ମୟଙ୍କ ଭାର୍ଗବ ଏବଂ ଇରେଡାର ବିତ୍ତ ନିର୍ଦ୍ଦେଶକ ବିଜୟ ମହାନ୍ତି ପ୍ରମୁଖ ଯୋଗ ଦେଇଥିଲେ । ଅନ୍ୟାନ୍ୟ ଦିବସରେ ସାମିଲ ହୋଇଥିବା ବରେଣ୍ୟ ଅତିଥି ମାନଙ୍କ ମଧ୍ୟରେ ଏନ.ଟି.ପି.ସିର ପୂର୍ବତନ ସିଏମଡି ଅରୂପ ରାୟ ଚୌଧୁରୀ, କୋଲ ଇଣ୍ଡିଆ ଲିମିଟେଡ଼ର ଚେୟାରମ୍ୟାନ ପି. ଏମ.ପ୍ରସାଦ, ଏନ.ଏଲ.ସି ର ମହା ପ୍ରବନ୍ଧକ ରତ୍ନା ଚୌଧୁରୀ, ଏନ.ଟି.ପି.ସି ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଆଦିତ୍ୟ ଧର, ଏନ.ଟି.ପି.ସି ର ପୂର୍ବତନ ମୁଖ୍ୟ ମହାପ୍ରବନ୍ଧକ ଶ୍ରୀ ରତ୍ନେସ୍ ଏବଂ ଏନ.ଟି.ପି.ସି ର ପ୍ରାକ୍ତନ ମୁଖ୍ୟ ମହାପ୍ରବନ୍ଧକ ଆଲକା ସେହଗଲ ପ୍ରମୁଖ ଅନ୍ତର୍ଭୁକ୍ତ ଥିଲେ।
ପ୍ରଦର୍ଶନୀରେ ଶାନ୍ତିଦୂତ ଗୌତମ ବୁଦ୍ଧ,ନ୍ୟାୟର ସର୍ବୋଚ୍ଚ ମନ୍ଦିର ସୁପ୍ରିମକୋର୍ଟ, ମହାମାନଵ ମହାତ୍ମା ଗାନ୍ଧୀ, ମାନଵବାଦୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ପ୍ରାଚୁର୍ଯ୍ୟ ଭରା ପ୍ରକୃତି ଏବଂ ସର୍ଵଗୁଣ ସମ୍ପନ୍ନା ନାରୀ ଆଦି ବିଷୟବସ୍ତୁ ଆଧାରିତ ଚିତ୍ର ଗୁଡିକ ଦର୍ଶକମାନଙ୍କର ଆକର୍ଷଣର କେନ୍ଦ୍ର ବିନ୍ଦୁ ଥିଲା । ପ୍ରଦର୍ଶନୀକୁ ଏକ ମହତ ଉଦେଶ୍ୟରେ ଆୟୋଜନ କରାଯାଇଥବା ଶ୍ରୀ ବିଶ୍ୱାଳ ଗଣମାଧ୍ୟମ ନିକଟରେ ପ୍ରକାଶ କରିଥିଲେ । ଏଠାରେ ପ୍ରଦର୍ଶିତ ଚିତ୍ରଗୁଡିକର ବିକ୍ରୟରୁ ହେବାକୁ ଥିବା ଆୟକୁ ସେ ପୋଷ୍ୟ ଭାବେ ଗ୍ରହଣ କରିଥିବା ନିଜ ଗ୍ରାମର ଏକ ବିଦ୍ୟାଳୟର ବିକାଶ ଓ ଗରିବ ମେଧାବୀ ବିଦ୍ୟାର୍ଥୀ ମାନଙ୍କୁ ବୃତ୍ତି ପ୍ରଦାନ କରିବା ଦିଗରେ ବିନିଯୋଗ କରିବେ ବୋଲି ଶ୍ରୀ ବିଶ୍ୱାଳ ଜଣାଇଥିଲେ ।
ପ୍ରଦର୍ଶନୀର ବିଭିନ୍ନ ଦିବସରେ ଯୋଗ ଦେଇଥିବା ମାନ୍ୟଗଣ୍ୟ ବ୍ୟକ୍ତିମାନଙ୍କ ମଧ୍ୟରେ ଶ୍ରୀ ବିଶ୍ୱାଳଙ୍କର ପତ୍ନୀ ମିନତୀ ବିଶ୍ୱାଳ, ୱାର୍ଲଡ଼ ଓଡ଼ିଶା ସୋସାଇଟିର ଅଧ୍ୟକ୍ଷ କିଶୋର ଦ୍ବିବେଦୀ, ଓଡ଼ିଆ ମହାମଞ୍ଚର ନିର୍ଦ୍ଦେଶକ ଗୋବର୍ଦ୍ଧନ ଧଳ,ବରିଷ୍ଠ ପ୍ରଶାସକ ଦେବେନ୍ଦ୍ର ମାଝୀ,ନରେନ୍ଦ୍ର କୁମାର ବର,ୱା.ଓ.ସୋ ର ମହିଳା ଶାଖାର ଉପସଭାପତି ରୀତା ପାତ୍ର, ସାଂସ୍କୃତିକ ସାଧାରଣ ସମ୍ପାଦକ କାବେରୀ ବେହେରା,ସରୋଜ ପାଣିଗ୍ରାହୀ, ଲକ୍ଷ୍ମୀପ୍ରିୟା ଓଝା, ଶିବାଜୀ ପାତ୍ର ଏବଂ ବିଶ୍ୱଜୀତ ବାରିକ ପ୍ରମୁଖ ଅନ୍ୟତମ ଥିଲେ ।
No Result
View All Result