No Result
View All Result
୧୧ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ପାରଳାଖେମୁଣ୍ଡି :-> ଗଜପତି ଜିଲ୍ଲାର ଗ୍ରାମାଞ୍ଚଳର ବିକାଶ ସାତସପନ ପାଲଟିଛି. ମୌଳିକ ସୁବିଧା ଓ ସରକାରଙ୍କ ବିକାଶମୂଳକ ଯୋଜନାରୁ ବହୁ ଦୂରରେ ଗଜପତି ଜିଲ୍ଲାର ଗୋଟିଏ ଆଦିବାସୀ ବସ୍ତି ବିଭିନ୍ନ ସମସ୍ୟା ମଧ୍ୟର ଦୁଃଖଦ ଜୀବନ ବିତଉଥିବା ଅଭିଯୋଗ ହୋଇଛି. ଏହି ଜିଲ୍ଲାର କାଶୀନଗର ବ୍ଲକ ଅଲଡା ପଞ୍ଚାୟତରେ କୁମ୍ଭୀରିଡ଼ୁପି ଗୁଡା ନାମରେ ପରିଚିତ ରାମକୃଷ୍ଣପୁର ଓ ପଣସଗୁଡା ଜନବସତି ରହିଛି। ପ୍ରାୟ ୧୦ ବର୍ଷ ହେଲା ବାଇଝଲ ଅଞ୍ଚଳରୁ ଆସି ସେଠାରେ ଆଦିବାସୀ ବର୍ଗର ଲୋକ ମାନେ ବସବାସ କରୁଛନ୍ତି । ବର୍ତ୍ତମାନ ଯୁଗରେ ଛାତ ଘରେ ଲୋକେ ବସବାସ କରିବା ସହ ଗ୍ୟାସ ଚୁଲାରେ ରନ୍ଧନ କରୁଥିବା ବେଳେ ଏଠାରେ କିନ୍ତୁ ଲୋକେ ଚାଳ ଓ ଝାଟି ମାଟି ଘରେ ରହିବା ସହ ବାହାରେ ଖରା ବର୍ଷା ଓ ଶୀତ କାକରରେ କାଠ ଚୂଲାରେ ରନ୍ଧା କରୁଥିବା ଦେଖିବାକୁ ମିଳିଛି ।
ପଣସଗୁଡା ବାସିନ୍ଦା ବିଜୟ ରଇତ ଆମ ଗଜପତି ଜିଲ୍ଲା ପ୍ରତିନିଧି ତାରିଣୀ ପ୍ରସାଦ ପଣ୍ଡାଙ୍କୁ ସୂଚନା ଦେଇ କହିଛନ୍ତି ଯେ, ତାଙ୍କ ଗୁଡାରେ ଥିବା ଏକମାତ୍ର ନଳକୂପ ବହୁ ଦିନ ହେଲା ଖରାପ ହୋଇ ଯାଇଥିଲେ ବି ତାର ମରାମତି ପାଇଁ ପଦକ୍ଷେପ ନିଆଯାଇନାହିଁ | ଆଲୋକ ବ୍ୟବସ୍ଥା ପାଇଁ ଲାଗିଥିବା ୩ଟି ସୋଲାର ପ୍ଲେଟ୍ରୁ ୨ ଅଚଳ ହୋଇପଡ଼ିଛି। ମଜୁରୀ ଖଟି ଗୁଡା ବାସିନ୍ଦା ଜୀବିକା ନିର୍ବାହ କରୁଛନ୍ତି । ଲୋକଙ୍କ ସ୍ବାସ୍ଥ୍ୟ ପରୀକ୍ଷା ପାଇଁ କେବେ କୌଣସି ଡାକ୍ତର କି ସ୍ବାସ୍ଥ୍ୟ ବିଭାଗ କର୍ମଚାରୀ ଆସିଥିବା ସେ କହିଛନ୍ତି । ସେହିପରି କୁମ୍ବାରିସ୍ତୂପି ଗୁଡାର ଅର୍ଜୁନ ରଇତ କହିଛନ୍ତି ଯେ, କଷ୍ଟ ପଡ଼ି ସେ ତାଙ୍କର ଛୋଟ ଘର ଖଣ୍ଡିକ ତିଆରି କରିଛନ୍ତି । ତାଙ୍କୁ କୌଣସି ସରକାରୀ ଯୋଜନା ଜରିଆରେ କିଛି ସହାୟତା ମିଳିନାହିଁ I
ଅର୍ଜନା ରଇତ ଉକ୍ତ ଗୁଡାର ଜଣେ ଦଶମ ଶ୍ରେଣୀ ପାସ ହୋଇଥିବା ଯୁବତୀ । ସେ ଭଲ ନମ୍ବର ରଖ୍ ପରୀକ୍ଷାରେ ପାସ୍ କରିଥିଲେ । କିନ୍ତୁ ଛୋଟ ଛୁଆ ଯତ୍ନ ପାଇଁ ଯୁକ୍ତ ୨ରେ ନାଆଁ ଲେଖାଇ ପାରିଲେ ନାହିଁ | ସଚେତନତାର ଅଭାବ ଯୋଗୁଁ ଏଠାରେ ନାବାଳିକାଙ୍କ ବାହାଘର ହେଉଥିବା ଅଭିଯୋଗ ହେଉଛି। ତାଙ୍କ ଗୁଡାର ଅଧିକାଂଶ ଲୋକ ମଜୁରିଆ ଶ୍ରେଣୀର ଓ ଛୋଟ ଛୋଟ କୁଡ଼ିଆରେ ରହୁଛନ୍ତି । କାଶୀନଗର ସହର ଠାରୁ ମାତ୍ର ୧୪-୧୫ କିମି ଦୂର ସମତଳ ଅଞ୍ଚଳରେ ବସବାସ କରୁଥିବା ଲୋକଙ୍କ ଯଦି ଏଭଳି ଅବସ୍ଥା, ତେବେ ଦୁର୍ଗମ ଅଞ୍ଚଳରେ ଲୋକମାନେ କିପରି ଜୀବନ ଓ ଜୀବିକା ନିର୍ବାହ କରୁଥିବେ, ତାହା ସହଜରେ ଅନୁମେୟ I ବିକଶିତ ଓଡ଼ିଶା ଓ ବିକଶିତ ଭାରତର ସ୍ଲୋଗାନ ଦିଆଯାଉଛି. ହେଲେ ଏଥିରେ କେତେ ଦୂର ବାସ୍ତବତା ରହିଛି ତାହା ଜାଣିବାକୁ ହେଲେ ସରକାର, ପ୍ରଶାସନିକ ଅଧିକାରୀମାନେ ଥରେ କୁମ୍ଭୀରିଡୁପି ଓ ପଣସଗୁଡା ଗ୍ରାମକୁ ଗସ୍ତ କରି ଅନୁଧ୍ୟାନ କଲେ ବାସ୍ତବତାର ସ୍ପଷ୍ଟ ଚିତ୍ର ଜାଣିପାରିବେ l
No Result
View All Result