ମାନବ ସେବା ହିଁ ମାଧବ ସେବା
୦୯ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଗୋପ :-> ପୁରୀ ଜିଲ୍ଲାର ଗୋପ ବ୍ଲକ ଅନ୍ତର୍ଗତ ଗଣେଶ୍ୱରପୁର ପଞ୍ଚାୟତ ର ସୁବର୍ଣ୍ଣପୁର ନିକଟବର୍ତ୍ତୀ କୋଶିଙ୍ଗା ଗ୍ରାମର ୫୬ ବର୍ଷୀୟ ଭଗବାନ ଦହଡ଼ ଦୀର୍ଘ ଦିନ ହେବ କର୍କଟ ରୋଗରେ ପୀଡ଼ିତ ହେଇ ଚିକିତ୍ସିତ ହେଉଛନ୍ତି I ସରକାରୀ ସହାୟତା ତାଙ୍କ ପାଇଁ ସତସପନ ହେତୁ ଚିକିତ୍ସା ପାଇଁ ଅର୍ଥ ବାଧକ ସାଜିଥିଲା l ତାଙ୍କ ପତ୍ନୀ ରୀନା ଦହଡ଼ କୌଣସି ସୂତ୍ରରୁ ଖବର ପାଇଁ ଓଡିଶା ଜନ କଲ୍ୟାଣ ସଙ୍ଗଠନ ସହିତ ଯୋଗାଯୋଗ କରିଥିଲେ I ସଙ୍ଗଠନ ତରଫରୁ ସଭାପତି ସୁଶାନ୍ତ ବେହେରା ଏବଂ ସମ୍ପାଦକ ପ୍ରତ୍ୟୁଷ ବିଶ୍ୱାଳ ଭଗବାନ ଙ୍କ ଘରକୁ ଯାଇ ସମ୍ପୂର୍ଣ ତଥ୍ୟ ବୁଝିଥିଲେ l















