No Result
View All Result
୦୯ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ମୟୁରଭଞ୍ଜ/ରାଇରଙ୍ଗପୁର :-> ରାଇରଙ୍ଗପୁର ଇଚିଣ୍ଡା ରେ ଆଦିବାସୀ ଭବନ ଠାରେ ହୋ – ସାନ୍ତାଳ ୱେଲଫେୟାର ଟ୍ରଷ୍ଟ ତରପରୁ ରାଇରଙ୍ଗପୁର ପୌରପରିଷଦ ଅନ୍ତର୍ଗତ ରେ ଥିବା ବିଭିନ୍ନ ଆଦିବାସୀ ମହାପୁରୁଷ ଓ ବରପୁତ୍ର ମାନଙ୍କର ଫୋଟୋଚିତ୍ର ରେ ମାଲ୍ୟାର୍ପଣ କରିବା ପରେ ସମାଜ ପାଇଁ ବିକାଶର ବାର୍ତ୍ତା ପ୍ରଦାନ କରିବା ସହିତ ଓଡିଶାର ନୂତନ ମୁଖ୍ଯ ମନ୍ତ୍ରୀ ହେଉଛନ୍ତି ଜଣେ ଆଦିବାସୀ ତେଣୁ ଆଗାମୀ ଦିନ ରେ ଆଜିର ଦିନ ତଥା ଅଗଷ୍ଟ ୯ ତାରିଖ ବିଶ୍ବ ଆଦିବାସୀ ଦିବସ କୁ ଛୁଟି ଦିବସ ଭାବରେ ଘୋଷଣା କରିବା ପାଇଁ ଏକ ଲିଖିତ ଦାବିପତ୍ର ପ୍ରଦାନ କରାଯିବା ନେଇ ସଂକଳ୍ପ କରିଥିଲେ ।
ଏହି କାର୍ଯ୍ୟକ୍ରମ କୁ ପୁର୍ବତନ ବିଧାୟକ ପ୍ରହ୍ଲାଦ ପୂର୍ତ୍ତି ପ୍ରସ୍ତାବ ରଖିଥିଲେ । ଠିକ୍ ସେହିପରି ପଣ୍ଡିତ ରଘୁନାଥ ମୁର୍ମୁ ହେରିଟାଇଜ୍ ଟ୍ରଷ୍ଟ ପକ୍ଷ ରୁ ମଧ୍ଯ ବିଶ୍ବ ଆଦିବାସୀ ଦିବସ କୁ ଧୁମଧାମ ପାଳିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମ କୁ ଟ୍ରଷ୍ଟ ର ସଭାପତି ଚୁନିୟାନ ରଘୁନ୍ ମୁର୍ମୁଙ୍କ ଅଧ୍ଯକ୍ଷତାରେ ରାଇରଙ୍ଗପୁର ମୁର୍ମୁ ଛକ ନିକଟ ରେ ଥିବା ଗୁରୁ ଗୋମକେ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ପ୍ରତିମୂର୍ତ୍ତି ଓ ମହୁଲଡିହାସ୍ଥିତ ବିର୍ଷା ମୁଣ୍ଡା ପାର୍କ ରେ ଥିବା ପ୍ରତିମୂର୍ତ୍ତି ରେ କର୍ମକର୍ତ୍ତା ମାନେ ମାଲ୍ୟାର୍ପଣ କରିଥିଲେ ।
ଠିକ୍ ସେହିଭଳି ବିଶ୍ବ ଆଦିବାସୀ ରେ ରାଇରଙ୍ଗପୁର ରେ ଆସେକା କାର୍ଯ୍ଯାଳୟ ତରଫରୁ କାର୍ଯ୍ଯାଳୟରେ ଥିବା ଗୁରୁ ଗୋମକେ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ । ଉକ୍ତ କାର୍ଯ୍ୟକ୍ରମ ରେ ମୁଖ୍ଯ ଅତିଥି ଭାବେ ରାଇରଙ୍ଗପୁର ବିଧାୟକ ଜଲେନ ନାଏକ ଉପସ୍ଥିତ ରହି ବିଶ୍ବ ଆଦିବାସୀ ଦିବସ ଉପରେ କିଛି ବାର୍ତ୍ତା ପ୍ରଦାନ କରିବା ସହିତ ମୟୂରଭଞ୍ଜ ରେ ବସବାସ କରୁଥିବା ଆଦିବାସୀ ମାନଙ୍କ ର ସର୍ବାଙ୍ଗୀନ ବିକାଶ ଦିଗରେ ଯତ୍ନବାନ ହେବେ ବୋଲି ପ୍ରତିଶୃତି ପ୍ରଦାନ କରିଥିଲେ । ପରେ ପରେ ରାଇରଙ୍ଗପୁର କଲ୍ଯାଣ ମଣ୍ଡପ ଠାରେ ସମନ୍ବିତ ଆଦିବାସୀ ଉନ୍ନୟନ ପରିଷଦ ତରଫରୁ ଆୟୋଜିତ ବିଶ୍ବ ଆଦିବାସୀ ଦିବସ କାର୍ଯ୍ୟକ୍ରମ ରେ ରାଇରଙ୍ଗପୁର ବିଧାୟକ ଜଲେନ ବାର ଦା ଯୋଗଦେଇଥିଲେ ।
No Result
View All Result