୦୯ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) କୋଣାର୍କ :-> ଓଡ଼ିଶା ବୁଲିଆସିଥିବା ଆମେରିକା ସିଟି ୟୁନିଭର୍ସଟିର ୬୦ ରୁ ଅଧିକ ଛାତ୍ରଛାତ୍ରୀ ବୁଧବାର ଅପରାହ୍ନରେ କୋଣାର୍କ ଚନ୍ଦ୍ରଭାଗା ସମୁଦ୍ରକୂଳରେ ସଫେଇ କାର୍ଯ୍ୟ କରିଛନ୍ତି ।
ଏହା ଆଜି ସ୍ଥାନୀୟଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି । ସେମାନେ ଅଳିଆ ଆବର୍ଜନାକୁ ସଫା କରିବା ସହିତ ଏକ ଘଣ୍ଟାରୁ ଅଧିକ ସମୟ ଧରି ସମସ୍ତ ଅଳିଆ ଆବର୍ଜନାକୁ ନିଜେ ଗୋଟାଇ ସୁରକ୍ଷିତ ସ୍ଥାନରେ ରଖୁଥିବା ଦେଖାଯାଇଥିଲା ।













