No Result
View All Result
୦୯ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ପୁରୀ :-> ଓଡ଼ିଶା ଠିକା ମଜଦୁର ମହାସଂଘ ର ତୃତୀୟ ରାଜ୍ୟ କାର୍ଯ୍ୟକାରିଣୀ ପୁରୀ ସହର ସ୍ଥିତ ଜାନକୀ ରେସିଡେନସୀ ହୋଟେଲ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଓଡ଼ିଶା ଠିକା ମଜଦୁର ମହାସଂଘ ର ରାଜ୍ୟ ସଭାପତି ଶ୍ରୀ ଅଶୋକ କୁମାର ସ୍ୱାଇଁଙ୍କ ସଭାପତିତ୍ବରେ ଅନୁଷ୍ଠିତ ରାଜ୍ୟ କାର୍ଯ୍ୟକାରିଣୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅଖିଳ ଭାରତୀୟ ଠିକା ମଜଦୁର ସଂଘ ସଭାପତି ଶ୍ରୀ କେ ବି ରାଧାକ୍ରିଷ୍ଣନ୍ , ସମ୍ମାନ ଅତିଥି ଭାବେ ଅଖିଳ ଭାରତୀୟ ଠିକା ମଜଦୁର ସଂଘ ଉପସଭାପତି ଶ୍ରୀ ସୁଧାଂଶୁ ପାଡ଼ି ,

ମୁଖ୍ୟ ବକ୍ତା ଭାବେ ଭାରତୀୟ ମଜଦୁର ସଂଘ ରାଜ୍ୟ ବରିଷ୍ଠ ଉପସଭାପତି ଶ୍ରୀ ଶାନ୍ତନୁ କୁମାର ମହାପାତ୍ର , ଠିକା ମଜଦୁର ମହାସଂଘ ର ରାଜ୍ୟ ପ୍ରଭାରୀ ଶ୍ରୀ ସୁରେନ୍ଦ୍ର ରାୟ ,ଅଖିଳ ଭାରତୀୟ କାର୍ଯ୍ୟକାରିଣୀ ସଦସ୍ୟ ଓ ଅଡିଟର ଶ୍ରୀ ବିନୟ କୁମାର ତ୍ରିପାଠୀ ଯୋଗ ଦେଇ ଦେଶରେ ଠିକା କର୍ମଚାରୀ ମାନଙ୍କ ପାଇଁ କେନ୍ଦ୍ର ସରକାର ଗତ ୧୯୭୦ ମସିହାରେ ଯେଉଁ ଆଇନ ପ୍ରଣୟନ କରିଥିଲେ ସେଥିରେ ସମସ୍ତ ସ୍ଥାୟୀ କାମରେ କାର୍ଯ୍ୟ କରୁଥିବା ଠିକା କର୍ମଚାରୀମାନଙ୍କୁ ନିୟମିତ କରିବା ତଥା ସ୍ଥାୟୀ ଠିକା ପ୍ରଥା ଉଚ୍ଛେଦ କରିବା ଆଇନ ପ୍ରଣୟନ କରିଥିବା ବେଳେ ବର୍ତ୍ତମାନ ଦିନକୁ ଦିନ ସ୍ଥାୟୀ କରିବା ବଦଳରେ ଦେଶରେ ଠିକା ପ୍ରଥାକୁ ସବୁ ସ୍ଥାନରେ ସରକାରୀ ଏବଂ ବେସରକାରୀ ସ୍ତରରେ ଠିକା ପ୍ରଥାକୁ ଲାଗୁ କରି ସ୍ଥାୟୀ ନିଯୁକ୍ତି ବନ୍ଦ କରି ଠିକା କର୍ମଚାରୀମାନଙ୍କୁ କେନ୍ଦ୍ର ଓ

ରାଜ୍ୟରେ ଶୋଷଣ କରାଯାଉଛି ତେଣୁ ଆଜିର କାର୍ଯ୍ୟକାରିଣୀରେ ଏହାକୁ ଦୃଡ ବିରୋଧ କରାଯିବା ସହିତ ଠିକା କର୍ମଚାରୀମାନଙ୍କ ପାଇଁ ସାମାଜିକ ସୁରକ୍ଷା ପ୍ରଦାନ କରିବା, ସମାନ କାମକୁ ସମାନ ବେତନ ପ୍ରଦାନ କରିବା ,ସ୍ଥାୟୀ କାର୍ଯ୍ୟରେ ସ୍ଥାୟୀ ନିଯୁକ୍ତି ପ୍ରଦାନ କରିବା , ଠିକା ଶ୍ରମିକମାନଙ୍କୁ ସାପ୍ତାହିକ ଛୁଟିର ବେତନ ପ୍ରଦାନ କରିବା, ଶ୍ରମିକ ମାନଙ୍କର ଅବସରକାଳୀନ ବୟସ ସିମା ୫୮ ରୁ ୬୦ ବର୍ଷକୁ ବୃଦ୍ଧି କରିବା , ଅବସର କାଳିନ ଭତା ପ୍ରଦାନ କରିବା ସହ ସ୍ଥାୟୀ କର୍ମଚାରୀମାନଙ୍କ ପାଇଁ ଯେଉଁ ଯେଉଁ ସୁବିଧା ଦିୟାଯାଉଛି ସମସ୍ତ ସୁବିଧା ଠିକା ଶ୍ରମିକମାନଙ୍କୁ ଯୋଗେଇ ଦେବା ପାଇଁ କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ପାଖରେ ଦାବି କରାଯିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା ।

ସରକାର ଏଥିପ୍ରତି ତୁରନ୍ତ ଦୃଷ୍ଟି ଦେଇ ସମାଧାନ ନ କରନ୍ତି ତାହାହେଲେ ଆସନ୍ତା ଦିନରେ ସଂଘ ରାଜ ରାସ୍ତାକୁ ଓହ୍ଲାଇବା ପାଇଁ ବାଧ୍ୟ ହେବ ବୋଲି ସଂଘ ଚେତାବନୀ ଦେଇଛି । ଉକ୍ତ କାର୍ଯ୍ୟକ୍ରମକୁ ମନୋଜ ବସନ୍ତ ରାୟ , ବିଭୁତି ଭୁଷଣ ମହାପାତ୍ର , ସାରଦା ପ୍ରସନ୍ନ ପାତ୍ର , ଲକ୍ଷ୍ମଣ ମହାଙ୍କୁଡ , ଆଲୋକ ଖରା , ପରିଚାଳନା କରିଥିଲେ । ଉକ୍ତ କାର୍ଯ୍ୟକାରିଣୀ ରେ ଓଡ଼ିଶାର କାର୍ଯ୍ୟରତ ବିଭିନ୍ନ କଳ କାରଖାନା ଏବଂ ସରକାରୀ ବେସରକାରୀ ସ୍ତରରେ କାର୍ଯ୍ୟରତ ୩୦୦ ରୁ ଉର୍ଦ୍ଧ କର୍ମଚାରୀମାନେ ଯୋଗ ଦେଇଥିଲେ ।
No Result
View All Result