No Result
View All Result
୦୮ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) କଟକ :-> ଫଲନଖରା ନିଆଳୀ ମାଧବ ରାସ୍ତାର ବ୍ରାହ୍ମଣଝରିଲୋ ହାଇସ୍କୁଲ ନିକଟରେ ଗୁରୁବାର ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ଜନ ଔଷଧି କେନ୍ଦ୍ର ଉଦଘାଟିତ ହୋଇଯାଇଛି । ଉକ୍ତ ଜନ ଔଷଧି କେନ୍ଦ୍ରକୁ ସମ ହସପିଟାଲର ସ୍ନାୟୁ ରୋଗ ବିଶେଷଜ୍ଞ ଡ଼ାକ୍ତର ରାଜେଶ ସେଠୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଫିତାକାଟି ଉଦଘାଟନ କରିଥିଲେ ।
ସମ୍ମାନିତ ଅତିଥି ଭାବେ ସମାଜସେବୀ ଗଣେଶ ଚନ୍ଦ୍ର ସାହୁ , ବାବାଜୀ ଚରଣ ମହାନ୍ତି, ଶିକ୍ଷକ ଶରତ ଚନ୍ଦ୍ର ବାରିକ , ମନୋରଞ୍ଜନ ବାରିକ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ବ୍ରାହ୍ମଣଝରିଲୋ ଅଞ୍ଚଳରେ ଦୀର୍ଘଦିନ ଧରି ପ୍ରଧାନମନ୍ତ୍ରୀ ଜନ ଔଷଧି କେନ୍ଦ୍ର ଖୋଲାଯିବାର ଆବଶ୍ୟକତା ରହିଥିଲା । ଏହି କେନ୍ଦ୍ର ଖୋଲିବା ଫଳରେ ବ୍ରାହ୍ମଣଝରିଲୋ ,
ରାୟପୁର, ବାରିଜିପାଟଣା, ବାଲିସାହି, କୁରାଙ୍ଗପ୍ରଧାନ, ମନ୍ଦାରିଆ, ଜୟରଶାସନ, କୁରୁଣ୍ଟି ,କୋଠାପାଟଣା, କୁଶକଣ୍ଟା, ଆଦି ଆଖପାଖ ଗ୍ରାମର ଜନ ସାଧାରଣ କମ ମୂଲ୍ୟରେ ୧୪୫୦ରୁ ଅଧିକ ଉଚ୍ଚ ଗୁଣବତ୍ତା ଯୁକ୍ତ ଔଷଧ ପାଇବା ସହିତ ୨୪୦ ପ୍ରକାର ଅସ୍ତ୍ରୋପଚାର ଜନିତ ଔଷଧ ଉକ୍ତ କେନ୍ଦ୍ରରୁ ସହଜରେ ପାଇପାରିବେ ।
ଏହି କେନ୍ଦ୍ରରୁ ବିଭିନ୍ନ ରୋଗର ନିରାକରଣ ପାଇଁ ମଧ୍ୟ ଔଷଧ ଉପଲବ୍ଧ ହେବା ସହିତ ଦକ୍ଷ
ଅଭିଞ ଡ଼ାକ୍ତରଙ୍କ ଜରିଆରେ ରୋଗର ନିରାକରଣର ପାଇଁ ପରାମର୍ଶ ଦିଆଯିବାର ବ୍ୟବସ୍ଥା ରହିଛି । ଆୟୋଜିତ କାର୍ଯ୍ୟକ୍ରମକୁ ବିକାଶ ସାହୁ ଏବଂ ଅନ୍ୟ ମାନେ ପରିଚାଳନା କରିଥିଲେ ।
No Result
View All Result